ଉଦ୍‌ଘାଟନକୁ ବିତିଲାଣି ଅଢ଼େଇବର୍ଷ : କାମରେ ଲାଗୁନି ବିଜୁ ଯାତ୍ରୀ ନିବାସ

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପକୁ ବର୍ଷତମାମ ବହୁ ପର୍ଯ୍ୟଟକ, ଦେଶ ବିଦେଶର ବହୁ ଛାତ୍ରୀଛାତ୍ର ଓ ଅନ୍ୟ ଅତିଥିମାନେ ଆସୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନଙ୍କ ରହଣୀ ପାଇଁ ସେଭଳି ବିଶେଷ ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ରକୂଳ ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଛି ଏକ ଯାତ୍ରୀ ନିବାସ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ୨୦୧୭ ମାର୍ଚ୍ଚ ୫ରେ ଉକ୍ତ ଯାତ୍ରୀ ନିବାସକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଯାତ୍ରୀ ନିବାସକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଛି। ତେବେ ୫୬ କକ୍ଷ ବିଶିଷ୍ଟ ଏହି ଯାତ୍ରୀ ନିବାସ ଏବେ ପୌରପାଳିକା ପାଇଁ ଅଡୁଆ ସୃଷ୍ଟି କରିଛି। କାରଣ ଏହି ଯାତ୍ରୀ ନିବାସ ପରିଚାଳନା ପାଇଁ ପୌର କର୍ତ୍ତୃପକ୍ଷଙ୍କ ପାଖରେ ମାନବସମ୍ବଳ ନାହିଁ। ଏହାର ଘରୋଇକରଣ ପାଇଁ ଗତ ଅଢ଼େଇ ବର୍ଷ ହେଲା ଉଦ୍ୟମ ଚାଲିଛି। କିନ୍ତୁ ଯେଉଁ ମୂଲ୍ୟ ଓ ନିୟମ ରଖାଯାଇଛି, ସେଥିରେ କୌଣସି ଭେଣ୍ଡର ଆଗ୍ରହ ପ୍ରକାଶ କରୁନାହାନ୍ତି। ଗତ ବର୍ଷ ପ୍ରଥମାର୍ଦ୍ଧରେ ଏକ ଠିକାସଂସ୍ଥା ଟେଣ୍ଡର ମାଧ୍ୟମରେ ଯାତ୍ରୀନିବାସ ପରିଚାଳନା ପାଇଁ ଅନୁମତି ପାଇଥିଲା। ପ୍ରାୟ ଦେଢ଼ବର୍ଷ କାଳ ଯାତ୍ରୀନିବାସ ଚଳାଇବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସମ୍ପୃକ୍ତ ସଂସ୍ଥା ଆଉ ପରିଚାଳନା କରିବ ନାହିଁ ବୋଲି ପୌରପାଳିକାକୁ ଲିଖିତ ଭାବେ ଜଣାଇଛି। ତେଣୁ ପୌରପାଳିକା ପୁଣି ଗତ ୬ ତାରିଖରେ ଯାତ୍ରୀନିବାସ ପରିଚାଳନା ପାଇଁ ଟେଣ୍ଡର ଆହ୍ବାନ କରିଛି। ବର୍ତ୍ତମାନ ଉକ୍ତ ଯାତ୍ରୀନିବାସ ଯେଭଳି ସ୍ଥିତିରେ ରହିଛି, ତାହାକୁ କୌଣସି ଠିକାସଂସ୍ଥା, ହୋଟେଲ ବ୍ୟବସାୟୀ କିମ୍ବା ସ୍ବେଚ୍ଛାସେବୀ ସଙ୍ଗଠନ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ମାସରେ ଉକ୍ତ ଯାତ୍ରୀ ନିବାସ ନିର୍ମାଣ କାମ ଶେଷ ହେବା ପରେ ତା’ର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପୌର କର୍ତ୍ତୃପକ୍ଷ ଆରଏଣ୍ଡବି ବିଭାଗର ସହାୟତା ନେଲେ। ସମ୍ପୃକ୍ତ ବିଭାଗ ଘରର ନିର୍ମାଣ ଶୈଳୀ, ୫୬ କକ୍ଷ, ୩ ସମ୍ମିଳନୀ କକ୍ଷ ଆଦି ଦେଖି ଏହାର ସରକାରୀ ମୂଲ୍ୟାୟନ କଲା ମାସିକ ୩ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ ଉକ୍ତ ଯାତ୍ରୀ ନିବାସ ବିଜୁବାବୁଙ୍କ ନାମରେ ନାମିତ ହେବା ଓ ଯାତ୍ରୀଙ୍କ ପାଇଁ ପୌର ପାଳିକା ସ୍ବଳ୍ପ ମୂଲ୍ୟ କଟକଣା କରିବା ଫଳରେ କୌଣସି ଠିକାସଂସ୍ଥା ୩ ଲକ୍ଷ ଟଙ୍କା ରୋଜଗାର କରିବା ସମ୍ଭବ ନୁହେଁ। ଯିଏ ବି ଟେଣ୍ଡର ନେବ ସେ ଯାତ୍ରୀନିବାସର ଆଭ୍ୟନ୍ତରୀଣ ସାଜସଜ୍ଜା ଓ କକ୍ଷରେ ରହିବା ଭଳି ବ୍ୟବସ୍ଥା କରିବା ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବ। କାରଣ ପୌରପାଳିକା କେବଳ ବିଲ୍ଡିଂ, ବିଦ୍ୟୁତ୍‌ ଓ ପାଣି ସଂଯୋଗ କରିଛି। ଏତେ ଟଙ୍କା ବ୍ୟୟ କରି ଜଣେ ଘର ସାଜସଜା କଲେ ମଧ୍ୟ ଅଧିକ ମୂଲ୍ୟରେ ଭଡ଼ା ଦେଇପାରିବ ନାହିଁ। ସେଠାରେ ବାର ଖୋଲାଯିବ ନାହିଁ। ଏମିତି ଅନେକ କଟକଣା ଥିବାରୁ କେହି ଟେଣ୍ଡରରେ ଭାଗ ନେଉନାହାନ୍ତି। ଅନ୍ୟପକ୍ଷରେ ଘରର ମୂଲ୍ୟ ମଧ୍ୟ ହ୍ରାସ କରାଯାଉନାହିଁ। ଏଥିଯୋଗୁ ଯାତ୍ରୀ ନିବାସ ୨ ବର୍ଷ ୬ ମାସ ହେଲା ବନ୍ଦ ରହିଛି। ଦୀର୍ଘଦିନ ବନ୍ଦ ରହିବା ଓ ସମୁଦ୍ରକୂଳିଆ ଲୁଣା ପବନ ପ୍ରଭାବରେ ଘରର କବାଟ ଝରକାରେ ଥିବା ଲୁହା କଳଙ୍କି ଲାଗି ଆଉ ଖୋଲୁନାହିଁ। ଘର ବନ୍ଦ ଥିଲେ ମଧ୍ୟ ପ୍ରତିମାସରେ ବିଦ୍ୟୁତ୍‌ ବିଲ ୧୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ପଡୁଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ, ଘରର ସାଜସଜ୍ଜା ପାଇଁ ଆବଶ୍ୟକ ୩ କୋଟି ଟଙ୍କା ଖର୍ଚ୍ଚ କଲେ, ଯେ କେହି ଆଗ୍ରହ ପ୍ରକାଶ କରିବ। କିନ୍ତୁ ସେତେବେଳକୁ ସରକାରୀ ନିୟମ ମୁତାବକ ଭଡ଼ା ୩ ଲକ୍ଷ ଟଙ୍କା ବ୍ୟତିରେକ ନିଶ୍ଚୟ ଅଧିକ ପଡ଼ିବ। ତଥାପି ଆଉ ଥରେ ଟେଣ୍ଡର କରିଛୁ। ଏଥର ଯଦି କେହି ଯାତ୍ରୀନିବାସ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତି ତା’ହେଲେ ବିକଳ୍ପ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri