ଉଦ୍ଭାବନରେ ପଛୁଆ

ଆକାର ପଟେଲ
କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାର ବିଶାଳ ବାର୍ଷିକ ଅଭିବୃଦ୍ଧି ସହିତ ବିରାଟ ଆକାର ରହିଛି। ଭାରତର ସ୍ମାର୍ଟଫୋନ୍‌ ବଜାରରେ ଅଗ୍ରଣୀ ହେଉଛି ଚାଇନିଜ୍‌ କମ୍ପାନୀ ଶାଓମି, ଯାହାର ୩୦ ପ୍ରତିଶତ ବଜାର ଅଂଶ ରହିଛି। ତା’ ତଳକୁ ଦୁଇ ନମ୍ବର ସ୍ଥାନରେ ରହିଛି ୨୨ ପ୍ରତିଶତ ବଜାର ଅଂଶ ସହ ଦକ୍ଷିଣ କୋରିଆର ସାମ୍‌ସଙ୍ଗ। ତିନି, ଚାରି ଓ ପାଞ୍ଚ ନମ୍ବରରେ ମଧ୍ୟ ସେଇ ଚାଇନିଜ୍‌ କମ୍ପାନୀ ଭିଭୋ, ଓପ୍ପୋ ଓ ରିଅଲ୍‌ମି ରହିଛନ୍ତି। କୌଣସି ଭାରତୀୟ କମ୍ପାନୀ ଏ ଯାଏ କୌଣସି ଉପଯୋଗୀ ଉତ୍ପାଦ ତିଆରି କରି ବଜାରକୁ ଛାଡ଼ିପାରି ନାହାନ୍ତି। ଫାଉଣ୍ଡିଙ୍ଗ୍‌ ଫୁଏଲ୍‌ ନାମକ ଏକ ଓ୍ବେବ୍‌ସାଇଟ୍‌ରେ ମୁଁ ନିକଟରେ ଗୋଟିଏ କଥା ପଢ଼ିଥିଲି। ସେଥିରେ ଏକ ସାକ୍ଷାତ୍‌କାରରେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଛନ୍ତି: ଗତ ୬୦ ବର୍ଷ ଭିତରେ ଭାରତରେ ଗୋଟିଏ ହେଲେ ଉଦ୍ଭାବନ ହୋଇନାହିଁ। ବିଶ୍ୱନାଗରିକଙ୍କୁ ଖୁସି କଲାଭଳି ଉଦ୍ଭାବନ ପାଇଁ ବାଟ କଢ଼ାଇନେବା ନିମନ୍ତେ ଭାରତ ଗୋଟିଏ ହେଲେ ଚିନ୍ତା (ଆଇଡିଆ) ସୃଷ୍ଟି କରିପାରି ନାହିଁ।
ଆମେ ପ୍ରଥମେ ଦୁଇଟି ଜିନିଷ ଉପରେ ବିଚାର କରିବା। ପ୍ରଥମତଃ ଏହା କ’ଣ ସତ? କୌଣସି ଉଦ୍ଭାବନ ବା ଉତ୍ପାଦ ଅଛି କି ନାହିଁ, ସେ ବିଷୟରେ ମୁଁ ଆଗରୁ କିଛି ଚିନ୍ତା କରିନାହିଁ ବା ପ୍ରସ୍ତୁତ ହୋଇନାହିଁ। କିନ୍ତୁ ଯଦି ପୃଥିବୀରେ ଆଲୋଡ଼ନ ସୃଷ୍ଟି କଲାଭଳି କୌଣସି ଉଦ୍ଭାବନ ଥାନ୍ତା, ତେବେ ନିଶ୍ଚିତଭାବେ ଏହା କମ୍ପାନୀକୁ ବଡ଼ କରିତୋଳିଥାନ୍ତା। ତେଣୁ ମୁଁ ୨୦୧୮ରେ ଭାରତର ସବୁଠୁ ବଡ଼ ୧୦ଟି କମ୍ପାନୀର ତାଲିକା ଦେଖିଲି। ସେଗୁଡ଼ିକ ହେଉଛି: ଭାରତୀୟ ତୈଳ ନିଗମ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଓଏନ୍‌ଜିସି, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଟାଟା ମୋଟର୍ସ, ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌, ରାଜେଶ ଏକ୍ସପୋର୍ଟସ୍‌, ଟାଟା ଷ୍ଟିଲ୍‌ ଓ କୋଲ୍‌ ଇଣ୍ଡିଆ। ଏଗୁଡ଼ିକ ମଧ୍ୟରୁ କେବଳ ଟାଟା ମୋଟର୍ସ (ଅଟୋମାବାଇଲ୍‌ସ) ଓ ରାଜେଶ ଏକ୍ସପୋର୍ଟସ୍‌ (ଅଳଙ୍କାର) ଖାଉଟି ସାମଗ୍ରୀର ଉତ୍ପାଦନ ଓ ବିକ୍ରି କରନ୍ତି। ଏହି ତାଲିକାରେ ବିଶ୍ୱରେ ଆଲୋଡନ ସୃଷ୍ଟି କଲାଭଳି ଉତ୍ପାଦ ନାହିଁ। ତେଣୁ ମନେହୁଏ ମୂର୍ତ୍ତିଙ୍କ କଥା ସତ।
ଦ୍ୱିତୀୟରେ ଆମେ ଏହାର କାରଣ ସମ୍ପର୍କରେ ବିଚାର କରିବା। ଏହାର ଉତ୍ତର ଦେବା ସହଜ ନୁହେଁ କାରଣ ଆମକୁ ଅନୁମାନ ଓ ତତ୍ତ୍ୱ ଉପରେ ଭିତ୍ତି କରି ଉତ୍ତର ଖୋଜିବାକୁ ପଡ଼ିବ। ତଥାପି ଆମେ ଚେଷ୍ଟା କରିବା। ଉକ୍ତ ସାକ୍ଷାତ୍‌କାରରେ ମୂର୍ତ୍ତି କହିଥିଲେ ଯେ, ଆମର ଯୁବବର୍ଗ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରମାନଙ୍କ ପରି ସମାନ ମେଧା ଓ ଶକ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ସେମାନେ କୌଣସି ପ୍ରଭାବଶାଳୀ ଗବେଷଣା କରୁନାହାନ୍ତି। ସେ କହିଛନ୍ତି ଯେ, ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିକୁ ଦେଖି ତାହାରି ଢାଞ୍ଚାରେ ନେହେରୁ ଆଇଆଇଟିର ପରିକଳ୍ପନା କରିଥିଲେ। କିନ୍ତୁ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ମାଇକ୍ରୋଚିପ୍‌ ଓ ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ଉଦ୍ଭାବନ କରିଥିବା ବେଳେ ଆଇଆଇଟି ଏପର୍ଯ୍ୟନ୍ତ କ’ଣ କରିଛି? ସତକଥା କହିବାକୁ ଗଲେ ଆଇଆଇଟି ଏପର୍ଯ୍ୟନ୍ତ ଦେଖାଇଲା ଭଳି ସେପରି କିଛି କରିନାହିଁ। ଆହୁରି ଅନ୍ୟ କିଛି ଜିନିଷ ମଧ୍ୟ ଅଛି, ଯେଉଁଥିରୁ ଉଦ୍ଭାବନ ଓ ନବୋନ୍ମେଷ କ୍ଷେତ୍ରରେ ବିଶ୍ୱରେ ଆମର ସ୍ଥାନ କେଉଁଠି ତାହା ସ୍ପଷ୍ଟ ହୋଇଯିବ। ଗତବର୍ଷ ପ୍ରଥମ ଥର ପାଇଁ ଚାଇନା ବିଶ୍ୱର ୨୦ଟି ପ୍ରମୁଖ ନବୋନ୍ମେଷଶାଳିନୀ ଅର୍ଥନୀତି ଭିତରେ ସ୍ଥାନ ପାଇଛି। ଏହି ତଥ୍ୟ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ ଦ୍ୱାରା ପ୍ରକାଶ ପାଇଛି ଏହା ଉଦ୍ଭାବନ ଓ ପ୍ୟାଟେଣ୍ଟ ଉପରେ ଦୃଷ୍ଟି ଦେଇ ଏହା ପ୍ରକାଶ କରିଛି। ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ପ୍ରମୁଖ ୧୦ଟି ଦେଶ ହେଉଛନ୍ତି ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ସ୍ବିଡେନ୍‌, ଇଂଲଣ୍ଡ, ସିଙ୍ଗାପୁର, ଆମେରିକା, ଫିନ୍‌ଲାଣ୍ଡ, ଡେନ୍‌ମାର୍କ, ଜର୍ମାନୀ ଓ ଆୟର୍ଲାଣ୍ଡ। ଏ କ୍ଷେତ୍ରରେ ୧୭ ନମ୍ବର ସ୍ଥାନରେ ଥିବା ଚାଇନା ଗବେଷଣା ଓ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ସରକାରୀ ନୀତି ପ୍ରଣୟନ କରିଛି।
ବର୍ତ୍ତମାନ ଡିଜିଟାଲ ଦୁନିଆ ଓ କୃତ୍ରିମ ମେଧା କ୍ଷେତ୍ରରେ ଦ୍ରୁତ ବିକାଶ ଘଟିବା ସହ ବିଶ୍ୱ ଇତିହାସ ଏକ ନୂତନ ମୋଡ଼ ନେବାରେ ଲାଗିଛି। ସ୍ବୟଂଚାଳିତ କାର୍‌ ଏବଂ ଔଷଧ ଓ ଜେନିଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟୁଛି। ବିଶ୍ୱର ଏକଷଷ୍ଠାଂଶ ଜନସଂଖ୍ୟା ଥିବା ଭାରତ ପରି ଦେଶର ଏ କ୍ଷେତ୍ରରେ ଅବଦାନ ଶୂନ। ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ଭାରତର ସ୍ଥାନ ୫୭। ଏହା ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବ କାରଣ ଆମେ ବିଶ୍ୱାସ କରୁଛୁ ଯେ ସୂଚନା ପ୍ରଯୁକ୍ତି ଆନ୍ଦୋଳନ କ୍ଷେତ୍ରରେ ଭାରତ ହେଉଛି ଅନ୍ୟତମ ଅଗ୍ରଣୀ ଦେଶ। କିନ୍ତୁ ବାସ୍ତବତା କିଛି ଅଲଗା ଏବଂ ସେଥିପାଇଁ ମୂର୍ତ୍ତିଙ୍କ କଥାକୁ ଆମକୁ ବିଶ୍ୱାସ କରିବାକୁ ପଡ଼ିବ। ଯଦି ଭାରତୀୟ ଯୁବକମାନେ ଅନ୍ୟ ଦେଶର ଯୁବକମାନଙ୍କ ପରି ମେଧାବୀ ଏବଂ ସେମାନଙ୍କୁ ଯଦି ସମାନ ସୁଯୋଗ ଦିଆଯାଉଥାଏ, ତେବେ ଆମେ କାହିଁକି ସେମାନଙ୍କ ସମକକ୍ଷ ହୋଇପାରୁ ନାହୁଁ? ପ୍ରକୃତରେ ନୂତନ ଗବେଷଣା ଓ ଉଦ୍ଭାବନ ପାଇଁ ଚାଇନା ଓ ଅନ୍ୟ ଦେଶ ପରି ଆମେ ସେତିକି ସୁବିଧା ସୁଯୋଗ ଦେଇପାରୁ ନାହୁଁ। ମୁଁ ଭାବୁଛି ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ବେଳେ ଆମେ ଏ ଦିଗକୁ ଆଉ ଅଧିକ ଦିନ ଉପେକ୍ଷା କରିପାରିବା ନାହିଁ। ଆମେ ଯଦି ସମସ୍ୟାକୁ ବୁଝିବୁ ତେବେ ତା’ର ସମାଧାନ ପାଇଁ ନିଶ୍ଚୟ ବାଟ ବାହାର କରିପାରିବୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri