ଉଦଳା,୧୫।୮(ଡି.ଏନ୍.ଏ.)- କପ୍ତିପଦା ଉପଖଣ୍ଡସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ଉଦଳା ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ଭଗବାନ ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା। ୩୮ଟି ଟ୍ରୁପକୁ ନେଇ ଆୟୋଜିତ ପରେଡ୍ରେ ମୁଖ୍ୟଅତିଥି ଅଭିବାଦନ ଗ୍ରହଣ କରିଥିଲେ। ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଉଦଳା ଡାକ୍ତରଖାନା ଯାଇ ସେଠାରେ ରୋଗୀମାନଙ୍କୁ ଫଳ ଏବଂ ବିସ୍କୁଟ ବଣ୍ଟନ କରିବା ସହିତ ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ । ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗୃହ ହୋଇଥିଲା। ଉଦଳା ଉପକାରାଗାର ପରିସରରେ ବୃକ୍ଷରୋପଣ କରାଯିବା ସହିତ ସବଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ତତ୍ତ୍ୱାବଧାନରେ ମୁଖ୍ୟଅତିଥିଙ୍କ ଦ୍ୱାରା ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲ। ବିଭାଗୀୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
ଫଟୋ–


