ଉତ୍ପାଦକଙ୍କ ମନମୁଖି ଦର ନିର୍ଦ୍ଧାରଣକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୯ା୮-ସ୍ଥାନୀୟ ଏକ ହୋଟେଲ୍‌ରେ ରବିବାର ଓଡ଼ିଶା ବ୍ୟବସାୟୀ ମହାସଂଘର ନୂତନ କାର୍ଯ୍ୟକାରିଣୀର ପ୍ରଧାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ବ୍ୟବସାୟୀ ମହାସଂଘକୁ ତୃଣମୂଳସ୍ତରରୁ ସଂଗଠିତ କରିବା ଲାଗି ଗୋଟିଏ ପ୍ରତିନିଧି ମଣ୍ଡଳୀ ରାଜ୍ୟର ସମସ୍ତ ବ୍ୟବସାୟୀ ସଂଗଠନ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ଭ୍ରମଣ କରିବା ସହ ବ୍ୟବସାୟୀମାନଙ୍କ ସମସ୍ୟା ଏବଂ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ସମସ୍ତ ଉପଭୋକ୍ତାମାନେ କ୍ରୟ କରୁଥିବା ସମସ୍ତ ଦ୍ରବ୍ୟର ଗୁଣବତ୍ତା ଓ ମୂଲ୍ୟ ଯେପରିି ଠିକ୍‌ ରହେ ସେଥିପ୍ରତି ଆଗାମୀ ଦିନରେ ଦୃଷ୍ଟି ଦିଆଯିବ। ବିଭିନ୍ନ କମ୍ପାନୀଗୁଡିକ ଦ୍ୱାରା ରାଜ୍ୟ ତଥା ଦେଶର ବ୍ୟବସାୟୀମାନେ ବର୍ତ୍ତମାନ ଏକ ନୂତନ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଡ଼ ବଡ଼ ମଲ୍‌ମାନଙ୍କୁ ଅଧିକ ବ୍ୟବସାୟିକ ରିହାତି ଦେଉଥିବା ବେଳେ ସାଧାରଣ ବ୍ୟବସାୟୀମାନଙ୍କୁ କମ୍‌ ରିହାତି ଦେଉଛନ୍ତି। ଏହା ଦ୍ୱାରା ସାଧାରଣ ବ୍ୟବସାୟୀମାନେ ସମ୍ପୃକ୍ତ କମ୍ପାନୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ଦର ରହୁଥିବା ଯୋଗୁ ଗ୍ରାହକମାନଙ୍କ ବିଶ୍ୱସନିୟତା ହରାଉଛନ୍ତି।
ସେଥି ପାଇଁ ଉଭୟ ମଲ୍‌ ଏବଂ ଛୋଟ ବ୍ୟବସାୟୀମାନଙ୍କୁ ଗୋଟିଏ ଦରରେ ଦେବା ପାଇଁ ଆଗାମୀ ଦିନରେ ଉତ୍ପାଦକଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନ ହେଲେ ସମ୍ପୃକ୍ତ ଉତ୍ପାଦକଙ୍କ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯିବ। ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟି ଦ୍ୱାରା ବଜାର ଶୁଳ୍କ ଆଦାୟ କରୁଛନ୍ତି। ଅତୀତରେ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାର ଏହା ଉପରେ ଯେପରି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି । ଦରକାର ପଡ଼ିଲେ ବ୍ୟବସାୟୀ ମହାସଂଘ ପୁର୍ନବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ଏବଂ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମହାସଂଘ ସଭାପତି ଚିଏଚ୍‌. ରବୀନ୍ଦ୍ରନାଥ, ସମ୍ପାଦକ ସୁଧାକର ପଣ୍ଡା, ଗଞ୍ଜାମ ଚାମ୍ବର ଅଫ୍‌ କମର୍ସ ସଭାପତି ଇ. ଶିବ ପ୍ରସାଦ ରଥ ଏବଂ ସମ୍ପାଦକ ଭି.ସନ୍ତୋଷ କୁମାରଙ୍କ ସମେତ ଉଭୟ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri