ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି

ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଦାମୋଦରପୁର ଗ୍ରାମର ୧୨ ଓ ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାର ୨ ଜଣ ମହିଳା ରହିଛନ୍ତି। ଅନ୍ୟମାନେ ପୁରୀ ଓ ଟିଟିଲାଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ଏକ ୫୧ ଜଣିଆ ତୀର୍ଥଯାତ୍ରୀ ଉତ୍ତରପ୍ରଦେଶରେ ଫସି ରହିଛନ୍ତି। ସେମାନେ ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର ନୈମିସାରନର ଏକ ଆଶ୍ରମରେ ସେମାନେ ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି। ସେମାନେ ୨୪ ତାରିଖରେ ଓଡ଼ିଶା ଅଭିମୁଖେ ଟ୍ରେନରେ ଆସିବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଟ୍ରେନ ବାତିଲ ହୋଇଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ଶ୍ୱାସରୋଗୀ ମଧ୍ୟ ଅଛନ୍ତି। ଖାଇବା ପିଇବାରେ ବହୁ ଅସୁବିଧା ହେଉଥିବାବେଳେ ଟଙ୍କା ସରିଆସିଲାଣି। ଭିକାରୀ ବେହେରା, ସରସ୍ବତୀ ବେହେରା, ବସନ୍ତ ବେହେରା, ଅହଲ୍ୟା ବେହେରା, ଚନ୍ଦ୍ରମା ବେହେରା, କୈଳାସ ବେହେରା, ପାର୍ବତୀ ବେହେରା, ସିମାଦ୍ରୀ ବେହେରା, ପାର୍ବତୀ ବେହେରା, ପି.ଆଦିଆମ୍ମା ରେଡ୍ଡୀ ଡି.ସାହେବ ରେଡ୍ଡୀ, ଡି.ଲଛମି ରେଡ୍ଡୀ ପ୍ରମୁଖ ଦାମୋଦରପୁର ଗ୍ରାମର ହୋଇଥିବାବେଳେ ମିଲି ଦାସ ଓ ଲକ୍ଷ୍ମୀ ଦାସ ଦୁଇଜଣ ମହିଳା ଛତ୍ରପୁର ବ୍ଲକ ଅଗସ୍ତି ନୂଆଗଁାର।
ଏନେଇ ଗ୍ରାମବାସୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟିଛନ୍ତି। ବିଧାୟକ ଡିଜି ପୋଲିସ ଅପରେଶନ ଅମିତାଭ ଠାକୁରଙ୍କ ସହ ଯୋଗାଯୋଗ କରି ତାଙ୍କ କଣ୍ଟ୍ରୋଲ ରୁମ୍‌ର କମ୍ଲେନ୍‌ ରେଜିଷ୍ଟେସନ କରାଯିବା ବୋଲି କହିଛନ୍ତି। ଏହାପରେ ଉତ୍ତର ପ୍ରଦେଶରେ ଫସି ରହିଥିବା ନିକଟସ୍ଥ ପ୍ରଶାସନକୁ ଏନେଇ ଅବଗତ କରି ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଦିନପରେ ସେଠିକାର ସରକାରଙ୍କ ସହ ଯୋଗାଯୋଗ କରାଯାଇ ଓଡିଶାକୁ ଫେରାଇ ଆଣିବା ବ୍ୟବସ୍ଥା କରାଯିବ ବୋଲି ବିଧାୟକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri