ଉଚ ଚିକିଛା ସୁବିଧାରୁ ବଁଚିତ୍‌ ତପସ୍ବିନୀ -ଜନ୍‌ମୁ ଗ୍ରହଣଖଣ୍ଡିଆ, ଦୁଇ ହାତ୍‌ ନାଇଁ

ସିନାପାଲି,୨୪।୯(ଡି.ଏନ୍‌.ଏ.)-
କେନ୍ଦ୍ର ସରକାର ଅନେକ୍‌ ଯୋଜନାରେ ଆଧାର କାର୍ଡ ନିହାତି ଦରକାର ବଲି ନିୟମ କରିଛନ୍‌। ଯେନ୍‌ଥିରଲାଗି ସରକାରୀ ଯୋଜନା ହକ୍‌ଦାର ହିତାଧିକାରୀ ପାସ୍‌କେ ପୁହୁଁଚି ପାରବା। ହେଲେ ଅନେକ ଜାଗାରେ ଇତାର ଉଲଟିଆ ଫଲ ବି ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗୋର୍ଲା ପଁଚେତ୍‌ ପତିଏଲପଡ଼ା ଗଁାରେ।
ସୂଚନା ଅନ୍‌ସାରେ ପତିଏଲପଡ଼ା ଗଁାର ଚନ୍ଦ୍ରଧ୍ୱଜ ମାଳି ଆର ପ୍ରଭାବତୀକଁର ଝି’ ହେଉଛନ୍‌ ତପସ୍ବିନୀ ମାଳି(୨)। ଜନମ୍‌ ବେଲୁ ତପସ୍ବିନୀକଁର ଦୁଇ ହାତ୍‌ ନାଇଁଥିଲାବେଲେ ତାକର ଗ୍ରହଣଖଣ୍ଡିଆ ଅଛେ। ଗରିବ୍‌ ମା’ବାପ୍‌ ଝି’କେ ଭଲ କରବାର ଲାଗି ଆସର ପାସର ଭିନେ ଭିନେ ଡାକ୍‌ତରଖାନାକେ ନେଇ ଦେଖେଇଛନ୍‌। ହେଲେ ଟଁକା ପଏସା ଅଭାବୁ ଝି’ର ଉଚ ଚିକିଛା କରେଇ ନାଇଁ ପାରବାର। ଚନ୍ଦ୍ରଧ୍ୱଜ ଝନେ ନିହାତି ଗରିବ୍‌ ହେଇଥିଲାବେଲେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଯାହା କମଉଛନ୍‌ ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ ଅବସ୍‌ତା ହେଉଛେ। ଇଆଡ଼େ ତପସ୍ବିନୀ ସବୁବେଲେ ତରଲ ଖାଏଦ୍‌ ଖାଉଛନ୍‌। ହେଲେ ତାହାକୁ ସବୁଦିନେ କ୍ଷୀର ଘିନି ଖୁଆବାର ବି ଚନ୍ଦ୍ରଧ୍ୱଜକଁର ପକ୍ଷେ ସମ୍‌ଭବ ନୁହେ। ଏନ୍‌ତାଥି ସେ ଝି’କେ କେନ୍‌ଥେଇ ପାଲିପୁଷି ବଡ଼ କରବେ ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ତପସ୍ବିନୀର ଜନ୍‌ମୁ ଗ୍ରହଣଖଣ୍ଡିଆ ଆର ଦୁଇହାତ୍‌ ନାଇଁଥିବାର ଲାଗି ଆଧାର କାର୍ଡ ବି ହେଇ ନାଇଁପାରବାର। ଯେନ୍‌ଥିରଲାଗି ସେ ଅନେକ୍‌ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଅସାହା ଗରିବ୍‌ ମା’ବାପ୍‌ ଝି’ର ଚିକିଛା ସାହାଯ୍‌ ସଂଗେ ଉନିଆ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚ୍‌ରାଲାରୁ ତପସ୍ବିନୀକୁଁ ଭତା ଆର ତାକର ବାପାର ନଁାରେ ଗୁଟେ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ସନୋଜ ମେହେରକୁଁ ପଚରାଲାରୁ ସିଡିଏମ୍‌ଓକଁର ସଂଗେ କଥା ହେଇ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ବେଲଗଛରେ ଝୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri