ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍‌ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚାଇଛି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ କକ୍ଷପଥକୁ ମାନବ ପ୍ରେରଣ ଏହା ପ୍ରଥମ ଘଟଣା।
ନାସାର କେନେଡି ମହାକାଶ କେନ୍ଦ୍ରର ଲଞ୍ଚ୍‌ କମ୍ପ୍ଲେକ୍ସ ୩୯ଏରୁ ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ ଶନିବାର ରାତିରେ ପଠାଯାଇଥିଲା। ଏଥିରେ ନାସାର ମହାକାଶଚାରୀ ବବ୍‌ ବେନ୍‌କେନ(୪୯) ଏବଂ ଡୁଗ୍‌ ହର୍ଲି (୫୩)ଙ୍କୁ ମହାକାଶକୁ ପଠାଯାଇଛି। ମହାକାଶକୁ ମାନବ ପଠାଇବାରେ ସ୍ପେସ୍‌ଏକ୍ସ ପ୍ରଥମ ଘରୋଇ କମ୍ପାନୀ। ପୂର୍ବରୁ ଏହି ସଫଳତା ତିନୋଟି ଦେଶ ଆମେରିକା, ରୁଷିଆ ଏବଂ ଚାଇନା ସରକାରଙ୍କୁ ମିଳିଥିଲା। କ୍ରିଉ ଡ୍ରାଗନ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ପହଞ୍ଚତ୍ବାକୁ ୧୯ ଘଣ୍ଟା ଲାଗିଥିଲା।
ଗତ ସପ୍ତାହରେ ଖରାପ ପାଗ ଯୋଗୁ ଏହି ଲଞ୍ଚ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। କରୋନା ମହାମାରୀରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୪୦ ନିୟୁତ ଲୋକ ନିଯୁକ୍ତି ହରାଇବା ସହ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଇଛି। ଏଭଳି ଏକ ବିପତ୍ତି ସମୟରେ ସ୍ପେସ୍‌ଏକ୍ସର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଛି। ମହାକାଶ ଯାନ ପ୍ରେରଣର ସିଧାପ୍ରସାରଣ ଦେଖିବା ପାଇଁ ରବିବାର ଅପରାହ୍ନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କ ସମେତ ହଜାର ହଜାର ଆମେରିକୀୟ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ପେସ୍‌ଏକ୍ସ କମ୍ପାନୀର ମୁଖ୍ୟ ଏଲୋନ ମୁସ୍କ, ନାସା ଓ ମହାକାଶଚାରୀଙ୍କୁ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ପାଇଁ ଏହା ଏକ ବଡ଼ ଦିନ ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ ନାସାର ଦୁଇ ମହାକାଶଚାରୀ ଏବଂ ମୁସ୍କଙ୍କ ସହ କଥା ହୋଇଥିଲେ। ୨୦୧୧ ପରେ ମହାକାଶକୁ ଆମେରିକା ମାଟିରୁ ମହାକାଶଚାରୀ ପ୍ରେରଣ ଦୃଶ୍ୟ ଦେଖିବାର ଐତିହାସିକ ସୁଯୋଗ ମିଳିଲା ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଛନ୍ତି। ସେହିପରି ନାସା ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ କହିଛନ୍ତି, ମହାକାଶକୁ ମାନବ ପ୍ରେରଣର ଏକ ନୂଆ ଯୁଗ ଆରମ୍ଭ ହେଲା। ଆଗାମୀ ଦିନରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri