Posted inଖେଳ

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨ ଗୋଲରେ ଘରୋଇ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୦-୩ରେ ପଛୁଆ ରହିଥିବା ଓଡ଼ିଶା କିନ୍ତୁ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଲଢ଼େଇ କରିଥିଲେ ମଧ୍ୟ ପରାଜୟରୁ ବର୍ତ୍ତି ପାରି ନ ଥିଲା। ୧୫ତମ ମ୍ୟାଚ୍‌ରୁ ୯ମ ବିଜୟ ସହ ଭ୍ରମଣକାରୀ ଏଫ୍‌ସି ଗୋଆ ୩୦ ପଏଣ୍ଟ ପାଇ ଟେବୁଲ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛି। ଅପରପକ୍ଷରେ ଓଡ଼ିଶା ୧୫ ମ୍ୟାଚ୍‌ରୁ ୬ ଲେଖାଏ ବିଜୟ ଓ ପରାଜୟ ଏବଂ ୩ଟି ଡ୍ର ସହ ୨୧ ପଏଣ୍ଟରେ ପୂର୍ବବତ୍‌ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି। ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଥିବା ଓଡ଼ିଶା ପରବର୍ତ୍ତି ପର୍ଯ୍ୟାୟରେ ମୁମ୍ବାଇ ସିଟି (୨୦ ପଏଣ୍ଟ) ଓ ଚେନ୍ନାଇନ୍‌ ଏଫ୍‌ସି (୧୮) ସହ କଡ଼ା ସଂଘର୍ଷ କରିବାର ସମ୍ଭାବନା ରହିଛି।
ପ୍ରଥମାର୍ଦ୍ଧରେ ଗୋଆ ପଲା ଭାରି:
ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଗୋଆ ୩ଟି ଗୋଲସ୍କୋର ସହ ପ୍ରଭାବ ବିସ୍ତାର କରି ଖେଳିଥିଲା। ପ୍ରାରମ୍ଭରୁ ଗୋଆ ପାଖାପାଖି ଅଧା ଡଜନ ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ହେଲେ ଗୋଲରେ ରୂପାନ୍ତରିତ କରିପାରି ନ ଥିଲା। ଏହାପରେ ୭ ମିନିଟ୍‌ ଅନ୍ତରରେ ଗୋଆ ୩ଟି ଗୋଲ ଦେଇ ଓଡ଼ିଶାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ୨୧ତମ ମିନିଟ୍‌ରେ ‘ଡି’ ବାହାରେ ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ଫାଉଲ ଯୋଗୁ ଗୋଆକୁ ଫ୍ରି-କିକ୍‌ ମିଳିଥିଲା। ଏଡୁ ବେଡିଆଙ୍କ ଏହି ଫ୍ରି-କିକ୍‌ ଓଡ଼ିଶା ଦଳର ପ୍ରମୁଖ ଖେଳାଳି ଭିନିତ ରାଇଙ୍କ ଦେହରେ ବାଜି ଗୋଲପୋଷ୍ଟ ମଧ୍ୟକୁ ଚାଲିଯାଇଥିଲା। ଫଳରେ ଭିନିତଙ୍କ ଆତ୍ମଘାତୀ ଗୋଲ ବଳରେ ଗୋଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ଗୋଆର ୧୨ ନମ୍ବର ଜର୍ସି ପରିଧାନ କରିଥିବା ଜ୍ୟାକ୍‌ଚାନ୍ଦ ସିଂ (୨୪ତମ ଓ ୨୭ତମ)ଲଗାତର ୨ଟି ଗୋଲ ଦେଇ ଭ୍ରମଣକାରୀ ଦଳକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଓଡ଼ିଶା ପାଇଁ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମାନୁଏଲ ଓନୁ ୩୨ତମ ମିନିଟ୍‌ରେ ଗୋଲ ଦେଇଥିଲେ ମଧ୍ୟ ରେଫରି ଏହାକୁ ଅଫ୍‌ ସାଇଡ୍‌ ଘୋଷଣା କରିଥିଲେ।
ମାନୁଏଲ୍‌ଙ୍କ ଡବଲ ଗୋଲ୍‌
୩-୦ ଗୋଲରେ ପଛୁଆ ରହିଥିବା ଓଡ଼ିଶା କିନ୍ତୁ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଆରିଡାନେ ସାଣ୍ଟାନାଙ୍କ ବଦଳରେ ଲୋନ୍‌ରେ ଆସିଥିବା ସ୍ପାନିଶ ଫର୍‌ଓ୍ବାର୍ଡ ମାନୁଏଲ୍‌ ଓନୁ ଓଡ଼ିଶା ପାଇଁ ୬ ମିନିଟ୍‌ ଅନ୍ତରରେ ୨ଟି ଗୋଲ ଦେଇ ଓଡ଼ିଶା ଶିବିରରେ ଆଶା ସଞ୍ଚାର କରିଥିଲେ। ମାନୁଏଲ୍‌ ୫୯ତମ ଓ ୬୫ତମ ମିନିଟ୍‌ରେ ଏହି ଦୁଇଟି ଗୋଲ ଦେଇଥିଲେ। ଏହାପରେ ନିର୍ଦ୍ଧାରିତ ସମୟରେ ଆଉ କୌଣସି ଗୋଲ ହୋଇ ନ ଥିଲା। ତେବେ ଅତିରିକ୍ତ ସମୟର ପ୍ରଥମ ମିନିଟ୍‌ରେ ଫେରାନ୍‌ କୋରିମିନାସ (୯୦+୧)ଙ୍କ ଗୋଲ ବଳରେ ଗୋଆ ୪-୨ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri