ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଶା ଝିଅ ଚେଲ୍‌ସି

ଭୁବନେଶ୍ୱର, ୭ା୧୦(ବ୍ୟୁରୋ): ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି ଶୋ’ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଇଶକ୍‌ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ତାଙ୍କ ଗୀତକୁ ଜଜ୍‌ମାନେ ପ୍ରଶଂସା କରିବା ସହିତ ବିଶାଲ ଦଦ୍‌ଲାନି ଚେଲ୍‌ସିଙ୍କୁ ‘ଫ୍ୟୁଚର୍‌ ଷ୍ଟାର’ ବୋଲି କହିଛନ୍ତି। ତେବେ ଚେଲ୍‌ସି ପୂର୍ବରୁ ମଧ୍ୟ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ଅଂଶଗ୍ରହଣ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ମ୍ୟୁଜିକ୍‌ ରିଆଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍‌ ଆଇଡଲ୍‌ରେ ସେ ଶିଶୁ କଳାକାର ଭାବେ ଭାଗ ନେଇଥିଲେ। ରାଇଜିଂ ଷ୍ଟାରରେ ସେ ଟପ୍‌-୧୧ ପର୍ଯ୍ୟନ୍ତ ଯାଇଥିଲେ। ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଆସୁଛନ୍ତି ଚେଲ୍‌ସି। ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ଆଗକୁ ଆହୁରି ଭଲ କରିବେ ବୋଲି କୁହଯାଉଛି। ସୂଚନାଯୋଗ୍ୟ, ଆସନ୍ତା ୧୨ତାରିଖରେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ଏନେଇ ଚ୍ୟାନେଲ୍‌ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍ସ ସୋସିଆଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ସମ୍ପର୍କରେ ସୂଚନା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri