Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଫାଙ୍କା ଷ୍ଟାଡିୟମରେ ଏଟିକେ- ଚେନ୍ନାଇନ୍‌ ଫାଇନାଲ ଆଜି

ମାରଗାଓ, ୧୪।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ ଷଷ୍ଠ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଶନିବାର ଏଟିକେ ଓ ଚେନ୍ନାଇନ୍‌ ଏଫ୍‌ସି ମୁହଁମୁହିଁ ହେବେ। ଏହି ଟାଇଟଲ ମୁକାବିଲା ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବ। ବିଶ୍ୱବ୍ୟାପୀ ଦେଖାଦେଇଥିବା କରୋନା ଭାଇରସ ଆତଙ୍କ କାରଣରୁ ରୁଦ୍ଧଦ୍ୱାରରେ ଏହି ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭିନ୍ନ କାରଣ ପାଇଁ ଆଉ ଏକ ଆଇଏସ୍‌ଏଲ ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମ୍‌ରେ ଖେଳାଯିବ। ଏହାପୂର୍ବରୁ ଆସାମରେ ଦେଖାଦେଇଥିବା ନାଗରିକତା ସଂଶୋଧନ ବିଲ (ସିଏଏ) ବିରୋଧରେ ବିକ୍ଷୋଭ କାରଣରୁ ଗୁଆହାଟୀରେ ଅନୁଷ୍ଠିତ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।
ବିଭିନ୍ନ ଦୃଷ୍ଟିକୋଣରୁ ଏଥରର ଟୁର୍ନାମେଣ୍ଟ ଗୁରୁତ୍ୱବହନ କରୁଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଇଏସ୍‌ଏଲକୁ ଏକ ଟପ୍‌ ଟାୟର ପ୍ରତିଯୋଗିତାରେ ମର୍ଯ୍ୟାଦା ପ୍ରଦାନ କରିବା ଏକ ଉଲ୍ଲେଖନୀୟ ଘଟଣା ସାବ୍ୟସ୍ତ ହୋଇଛି। ଲିଗ୍‌ ପର୍ଯ୍ୟାୟ ଚାମ୍ପିୟନ ଏଫ୍‌ସି ଗୋଆ ପ୍ରଥମ ଭାରତୀୟ ଦଳ ଭାବେ ଏସିଆର ଶ୍ରେଷ୍ଠ କ୍ଲବ ଲିଗ୍‌ ଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ ପର୍ଯ୍ୟାୟରେ ସିଧାସଳଖ ଖେଳିବାର ସୁଯୋଗ ପାଇଛି।
ପୂର୍ବରୁ ଏଟିକେ ୨୦୧୪ ଓ ୨୦୧୬ରେ ଏବଂ ଚେନ୍ନାଇନ ୨୦୧୫ ଓ ୨୦୧୭- ୧୮ରେ ଦୁଇଥର ଲେଖାଏ ଆଇଏସ୍‌ଏଲ୍‌ ଟାଇଟଲ ହାସଲ କରିଥିଲେ। ଯେଉଁ ଦଳ ବି ଚାମ୍ପିୟନ ହେବ ତୃତୀୟ ଥର ପାଇଁ ବାଜି ମାରିବ। ପ୍ଲେ ଅଫ୍‌ରେ ଏହି ଦୁଇ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଏଫ୍‌ସି ଗୋଆକୁ ଦୁଇ ଲେଗ୍‌ ବିଶିଷ୍ଟ ସେମିଫାଇନାଲରେ ୬-୫ ଗୋଲରେ ହରାଇ ଚେନ୍ନାଇନ୍‌ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ରେ ହରାଇ ଏଟିକେ ଫାଇନାଲ ଟିକେଟ ହାସଲ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଏଟିକେ ୧୮ ମ୍ୟାଚ୍‌ ଖେଳି ୧୦ ବିଜୟ, ୪ ଡ୍ର ଓ ୪ ପରାଜୟ ସହ ୩୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି ଚେନ୍ନାଇନ୧୮ ମ୍ୟାଚ୍‌ ଖେଳି ୮ ବିଜୟ, ୫ ଡ୍ର ଓ ୫ ପରାଜୟ ସହ ୨୯ ପଏଣ୍ଟ ପାଇ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲା। ଶୀର୍ଷରେ ଥିବା ଗୋଆ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ସାରା ସେସନରେ ଏଟିକେ ସ୍ଥିର ପ୍ରଦର୍ଶନ କରିଥିଲା। ତେବେ ଫାଇନାଲରେ ପହଞ୍ଚିବା ପାଇଁ ଚେନ୍ନାଇନକୁ ଭାଗ୍ୟଦେବୀ ସାମାନ୍ୟ ସହାୟ ହୋଇଥିଲେ।
ଫାଇନାଲରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚେନ୍ନାଇନ ଏଫ୍‌ସି ଓଓ୍ବେନ କୋଏଲ ଆଶା ପ୍ରକାଶ କରିଛନ୍ତି। ଚେନ୍ନାଇନ୍‌ ଫରଓ୍ବାର୍ଡ ନେରିଜୁସ ଭାଲସ୍କିଜ ଏପର୍ଯ୍ୟନ୍ତ ୧୪ଟି ଗୋଲ ସ୍କୋର କରି ଟପ୍‌ ସ୍କୋରର ଦୌଡ଼ରେ ରହିଛନ୍ତି। ମିଡ୍‌ଫିଲ୍ଡର ରାଫାଏଲ କ୍ରିଭେଲାରୋ ଦଳ ପାଇଁ ସୁଯୋଗ ସୃଷ୍ଟି କରିବାରେ ସିଦ୍ଧ ହସ୍ତ। କୋଏଲଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିପରି ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଭାରତୀୟ ଫୁଟବଲର ଭାବେ ପ୍ଲେ ଅଫ୍‌ର ଦୁଇଟି ଲେଗ୍‌ରେ ଗୋଲ ସ୍କୋର କରିଛନ୍ତି। ଏଟିକେ ଏକ ବଡ଼ ଦଳ ଓ ଏହା ପ୍ରତି ଆମର ସମ୍ମାନ ଅଛି। ନିଜ ଷ୍ଟାଇଲରେ ଆମେ ଖେଳିବୁ। ଦଳ ସାମାନ୍ୟ ଚାପରେ ରହିଛି ବୋଲି କୋଏଲ ସ୍ବୀକାର କରିଛନ୍ତି।
ଅପରପକ୍ଷରେ ଏଟିକେ ରଏ କ୍ରିଷ୍ଣା ଓ ଡେଭିଡ ଓ୍ବିଲିୟମ୍ସଙ୍କ ଉପରେ ଆଟାକ ଦୃଷ୍ଟିକୋଣରୁ ଅଧିକ ନିର୍ଭରଶୀଳ ହୋଇପଡିଛି। ଏପର୍ଯ୍ୟନ୍ତ ୧୫ଟି ଗୋଲ ସ୍କୋର କରି କ୍ରିଷ୍ଣା ଗୋଲ୍‌ଡେନ ବୁଟ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି ଓ୍ବିଲିୟମ୍ସ, ଏଡୁ ଗାର୍ସିଆ ଓ ଜାଭିଏର ହର୍ନାଣ୍ଡିଜ୍‌, ଉଙ୍ଗ୍‌ ବ୍ୟାକ ପ୍ରବୀର ଦାସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆମେ ଫାଇନାଲ ମ୍ୟାଚ୍‌କୁ ଉପଭୋଗ କରିବୁ ଓ ବିଜୟୀ ହୋଇ ଟାଇଟଲ ଜିତିବାକୁ ଚେଷ୍ଟା କରିବୁ ବୋଲି ଏଟିକେ କୋଚ୍‌ ଆଣ୍ଟୋନିଓ ହାବାସ କହିଛନ୍ତି। ୨୦୧୪ରେ ସେ ଏଟିକେର ନେତୃତ୍ୱ ନେଇ ଦଳକୁ ଚାମ୍ପିୟନ କରାଇଥିଲେ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ମାରଗୋଆ (ଫାର୍ଟୋଡା ଷ୍ଟାଡିୟମ)
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri