ଇଣ୍ଡିଆନ ଅଏଲ ପକ୍ଷରୁ ପାର୍ବଣ ଅଭିଯାନ; ଇନ୍ଧନ କ୍ରୟରେ କାର ସହ ଅନ୍ୟ ପୁରସ୍କାର ଜିତିବା ସୁବିଧା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଇଣ୍ଡିଆନ ଅଏଲ ଭୁବନେଶ୍ୱର ଡିଭିଜନାଲ କାର୍ଯ୍ୟାଳୟ ପକ୍ଷରୁ ପାର୍ବଣ ଅଭିଯାନ ‘ତ୍ୟୋହାର କି ଉମଙ୍ଗ ଇଣ୍ଡିଆନ ଅଏଲ କି ସଙ୍ଗ’ ଶୁଭାରମ୍ଭ ଘୋଷଣା କରାଯାଇଛି। ସ୍ଥାନୀୟ ନୟାପଲ୍ଲୀ ସ୍ଥିତ ଭମ୍‌ରା ସର୍ଭିସେସ ସେଣ୍ଟରଠାରେ କମ୍ପାନୀର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ରିଟେଲ ସେଲ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜ୍ଞାନ କୁମାର, ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ, ରିଟେଲ ସେଲ୍‌ସ ସାଧାରଣ ପ୍ରବନ୍ଧକ କୁମାର ଜ୍ୟୋତି ରାଏ ଏବଂ ସାଧାରଣ ପ୍ରବନ୍ଧକ ବାଣି ମହାନ୍ତି ଏହାର ଉନ୍ମୋଚନ କରିଛନ୍ତି। ଭୁବନେଶ୍ୱର ଡିଭିଜନ ପରିସରରେ ଥିବା କମ୍ପାନୀର ୨୩୧ ଫଲିଂ ଷ୍ଟେଶନରେ ଉକ୍ତ ଯୋଜନା ଆରମ୍ଭ ହୋଇଛି। ଏହା ନଭେମ୍ବର ମାସ ଶେଷ ଯାଏ ଚାଲିବ। ଅଭିଯାନ ଶେଷରେ ବମ୍ପର ଲକି ଡ୍ର ଅନୁଷ୍ଠିତ ହେବ। ପ୍ରଥମ ପୁରସ୍କାର ଭାବେ ଗୋଟିଏ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ କାର ଗ୍ରାହକ ଲାଭ କରିପାରିବେ। ସେହିଭଳି ୨ଟି ସ୍କୁଟି, ୨ଟି ଏଲ୍‌ଇଡି ଟିଭି, ୧୮ଟି ସ୍ମାର୍ଟଫୋନ, ୧୮ଟି ମିସ୍କର ଗ୍ରାଇଣ୍ଡର ଏବଂ ୩୬ଟି ଆଇରନ ପୁରସ୍କାର ରହିଛି। ୨ ଏବଂ ୪ ଚକିଆ ଗ୍ରାହକ ଯଥାକ୍ରମେ ଅନ୍ୟୁନ ୩୦୦ ଓ ୧୨୦୦ ଟଙ୍କାର ତେଲ ପକାଇଲେ ଲକି ଡ୍ରରେ ଭାଗ ନେଇ ପାରିବେ। ଗୋଟିଏ ମେସେଜରେ ସେମାନେ ଏଥିରେ ଭାଗ ନେବେ। ମେସେଜ ମଧ୍ୟରୁ ଲକି ଡ୍ରରେ ଭାଗ୍ୟଶାଳୀ ବିଜେତା ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri