Posted inଖେଳ

ଇଣ୍ଡିଆ ଗ୍ରୀନ୍‌ ଦଳରେ ଓଡ଼ିଶାର ରାଜେଶ

ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ଦୁଲୀପ୍‌ ଟ୍ରଫି ପୁଣିଥରେ ରେଡ୍‌ ବଲ୍‌ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ ୩ଟି ସିଜନ ଧରି ପିଙ୍କ୍‌ ବଲରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ଚଳିତ ସଂସ୍କରଣ ରେଡ୍‌ ବଲ୍‌ରେ ଖେଳାଯିବ। ଟିଭି କଭରେଜ୍‌ରେ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଭାରତୀୟ ଘରୋଇ କ୍ରିକେଟ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଭାରତର ଭବିଷ୍ୟତ ଷ୍ଟାର୍‌ କୁହାଯାଉଥିବା ୩ ଉଦୀୟମାନ ଖେଳାଳି ଶୁବମନ ଗିଲ୍‌, ପ୍ରିୟଙ୍କ ପଞ୍ଚଲ ଓ ବିଦର୍ଭ ରଣ୍‌ଜୀ ଦଳର ଅଧିନାୟକ ଫୈଜ ଫଜଲଙ୍କୁ ଯଥାକ୍ରମେ ଇଣ୍ଡିଆ ବ୍ଲୁ, ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ଗ୍ରୀନ୍‌ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ରଣ୍‌ଜୀ ଦଳ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଫଜଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଗ୍ରୀନ ଦଳରେ ସ୍ଥାନ ପାଇଛନ୍ତି।
୫ରୁ ୯ ତାରିଖ ପର୍ଯ୍ୟନ୍ତ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଷ୍ଟାର୍‌ ସ୍ପୋଟର୍‌ସରେ ଫାଇନାଲ ମ୍ୟାଚ୍‌ର ସିଧାପ୍ରସାରଣ କରାଯିବ। ସମସ୍ତ ମ୍ୟାଚ୍‌ ରେଡ୍‌ ବଲ୍‌ରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜିଏମ୍‌ (କ୍ରିକେଟ୍‌ ଅପରେଶନ) ସବା କରିମ୍‌ ମଙ୍ଗଳବାର କହିଛନ୍ତି। ‘ଚିନ୍ନାସ୍ବାମୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା ରହିଛି, କିନ୍ତୁ ଯେହେତୁ କୌଣସି ସିଧାପ୍ରସାରଣର ବ୍ୟବସ୍ଥା ନାହିଁ ତେଣୁ ଆମେ ଲାଇଟ୍‌ରେ ପିଙ୍କ୍‌ ବଲରେ ମ୍ୟାଚ୍‌ ଖେଳିବୁ ନାହିଁ। କେବଳ ଫାଇନାଲ ମ୍ୟାଚ୍‌ ଦିବା-ରାତ୍ର ବିଶିଷ୍ଟ ହେବ ଏବଂ ଏହା ସିଧାପ୍ରସାରଣ କରାଯିବ’ ବୋଲି କରିମ୍‌ ପ୍ରକାଶ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳ ଟେଷ୍ଟ ଚାମ୍ପିୟନଶିପ୍‌ରେ ପିଙ୍କ୍‌ ବଲ୍‌ରେ କୌଣସି ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ନ ଥିବାରୁ ଦୁଲୀପ୍‌ ଟ୍ରଫିକୁ ରେଡ୍‌ ବଲରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା କରିମ୍‌ କହିଛନ୍ତି।
ଇଣ୍ଡିଆ-ଏ’ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ, ଅନ୍‌ମୋଲପ୍ରୀତ୍‌ ସିଂ, ରୁତୁରାଜ ଗାଏକ୍ୱାଡ, ଶ୍ରେୟାସ ଗୋପାଳ, ଜୟନ୍ତ ଯାଦବ, ଅକ୍ଷର ପଟେଲଙ୍କ ସମେତ ଡିଫେଣ୍ଡିଂ ରଣ୍‌ଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ସମେତ ଅନ୍ୟ ଦଳର ଖେଳାଳିଙ୍କୁ ଇଣ୍ଡିଆ ବ୍ଲୁ, ଗ୍ରୀନ୍‌ ଓ ରେଡ୍‌ ଦଳରେ ସାମିଲ କରାଯାଇଛି।
ଦୁଲୀପ୍‌ ଟ୍ରଫି ଦଳ-
ଇଣ୍ଡିଆ ବ୍ଲୁ: ଶୁବମନ ଗିଲ୍‌ (ଅଧିନାୟକ), ରୁତୁରାଜ ଗାଏକ୍ୱାଡ, ରଜତ ପଟିଦାର, ଅନ୍‌ମୋଲପ୍ରୀତ୍‌ ସିଂ, ରିକି ଭୁଇ, ଅଙ୍କିତ ବାଓ୍ବନେ, ସ୍ନେଲ ପଟେଲ (ଉଇକେଟ୍‌କିପର), ଶ୍ରେୟାସ ଗୋପାଳ, ସୌରଭ କୁମାର, ଜଲଜ ସକ୍ସେନା, ତୁଷାର ଦେଶପାଣ୍ଡେ, ବସିଲ ଥାମ୍ପି, ଦ୍ୱିଓ୍ବେଶ ପଠାନିଆ, ଅନିକେତ୍‌ ଚୌଧାରୀ ଆଶୁତୋଷ ଅମର।
ଇଣ୍ଡିଆ ଗ୍ରୀନ୍‌: ଫୈଜ ଫଜଲ (ଅଧିନାୟକ), ଅକ୍ଷୟ ରେଡ୍ଡୀ, ଧ୍ରୁବ ସୋରୀ, ପ୍ରିୟଙ୍କ ଗର୍ଗ, ସିଦ୍ଦେଶ ଲାଡ୍‌, ଆକାଶଦୀପ୍‌ ନାଥ, ରାହୁଲ ଚହର, ଧମେନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଅଙ୍କିତ ରାଜପୁତ୍‌, ଇଶାନ ପୋରେଲ, ତନବୀର ଉଲ୍‌-ହକ, ଅକ୍ଷୟ ଓ୍ବାଡକର (ଉଇକେଟ୍‌କିପର), ରାଜେଶ ମହାନ୍ତି ଓ ମିଲିନ୍ଦ କୁମାର।
ଇଣ୍ଡିଆ ରେଡ୍‌: ପ୍ରିୟଙ୍କ ପଞ୍ଚଲ (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ଅକ୍ଷର ପଟେଲ, କରୁନ ନାୟାର, ଇଶାନ କିଶାନ (ଉଇକେଟ୍‌କିପର), ହର୍‌ପ୍ରୀତ୍‌ ଭାଟିଆ, ଆଦିତ୍ୟ ସରଓ୍ବତେ, ମହିପାଲ ଲୋମ୍ରୋ, ଅକ୍ଷୟ ଓ୍ବାଖରେ, ବରୁନ ଆରୁନ, ରୋନିତ୍‌ ମୋରେ, ଜୟଦେବ ଉନାଡକଟ୍‌, ସନ୍ଦୀପ ଓ୍ବାରିୟର ଓ ଅଙ୍କିତ କାଲ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri