ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଶତାଧିକ ବର୍ଷ ଧରି ବୟନ, ବାନ୍ଧକଳାରେ ସମର୍ପିତ ହୋଇଛନ୍ତି ବୁଣାକାର ପରିବାର। କୃଷି ପରେ ହସ୍ତତନ୍ତ ଓ ବୟନ ଶିଳ୍ପ ଜିଲାର ଦ୍ୱିତୀୟ ବୃହତ ଜୀବିକା ତଥା ରୋଜଗାର ପ୍ରଦାନକାରୀ ସଂସ୍ଥା। ବମକେଇ ପାଟ, ଯୋଡ, ପାଟ ଶାଢୀ ଓ ବାନ୍ଧକଳା ପାଇଁ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ମଙ୍ଗଳବାର ପଞ୍ଚମ ସନ୍ଧ୍ୟାରେ ସୁବର୍ଣ୍ଣପୁରର ବୟନ ଶିଳ୍ପ ଓ ଅର୍ଥନୀତି ଶୀର୍ଷକ ଚତୁର୍ଥ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ବୟନ ଶିଳ୍ପୀ ପ୍ରହଲ୍ଳାଦ ମେହେର ଆଲୋଚକ ଭାବେ ଯୋଗ ଦେଇଥିଲେ। ବୁଣାକାରମାନେ ପ୍ରାଚୀନ ଓ ଆଧୁନିକ ଡିଜାଇନକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହି ଶିଳ୍ପ ବିଭିନ୍ନ କାରଣରୁ ବର୍ତ୍ତମାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ମେଶିନ ଦ୍ୱାରା ଅବିକଳ ନକଲରେ ପ୍ରସ୍ତୁତ ଛାପା ଶାଢୀ କମ୍‌ ଦରରେ ବିକ୍ରି ହେଉଛି। ସେହିପରି ଜିଏସ୍‌ଟି ଲାଗୁ ହେଲା ପରେ ଶାଢୀ ବ୍ୟବସାୟ ପ୍ରଭାବିତ ହୋଇଛି। ମାନ୍ଦାବସ୍ଥା ଯୋଗୁଁ ବୁଣାକାରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପରିଶ୍ରମ ତୁଳନାରେ ବୁଣାକାରଙ୍କୁ ମଜୁରୀ ମିଳୁନି ବୋଲି ମେହେର କହିଥିଲେ। ବୟନ ଶିଳ୍ପ ଗବେଷକ ପ୍ରହଲ୍ଳାଦ ମେହେର ଅନ୍ୟତମ ଆଲୋଚକଭାବେ ଯୋଗଦେଇ କହିଲେ ଯେ, ଅଞ୍ଚଳର ଅର୍ଥନୈତିକ ପ୍ରଗତି ପଛରେ ବୟନ ଶିଳ୍ପର ବଡ ଭୂମିକା ରହିଛି। ଜିଲାର ସମବାୟ ସମିତି ଓ ସମିତି ବାହାରେ ବୁଣାକାରମାନେ ବାର୍ଷିକ ୧୧୦କୋଟି ଟଙ୍କାର କେବଳ ଶାଢୀ ଉତ୍ପାଦନ କରୁଛନ୍ତି। ମାତ୍ର ମାର୍କେଟିଂ ଷ୍ଟ୍ରାଟେଜି ଦୁର୍ବଳ ରହିଛି। ପ୍ରକୃତ ବୁଣାକାରଙ୍କୁ ସଂଘର୍ଷ କରିବାକୁ ପଡୁଛି। ଲୋକଙ୍କ ପସନ୍ଦ ଓ ନାପସନ୍ଦକୁ ଦୃଷ୍ଟିରେ ରଖି ଉନ୍ନତ ମାନର ଶାଢୀ ଓ ଡ୍ରେସ ମେଟେରିଆଲ ପ୍ରସ୍ତୁତି କରାଯିବା ଆବଶ୍ୟକ। ସେହିପରି ହସ୍ତତନ୍ତର ବିକାଶ ପାଇଁ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ନୂତନ ଜ୍ଞାନ କୌଶଳ ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆୟ ବୃଦ୍ଧି ନ ହେଲେ ଯୁବ ବର୍ଗ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯିବେ ବୋଲି ମେହେର କହିଥିଲେ। ଗୌରିଶ୍ୟାମ ପଣ୍ଡା କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡା କହିଥିଲେ ଜିଲାରେ ୬ହଜାର ପାଖାପାଖି ବୁଣାକାର ପରିବାର ଅଛନ୍ତି। ପରିବାର ଗୁଡିକର ସଦସ୍ୟ ସଂଖ୍ୟା ହିସାବକୁ ନେଲେ ୫୦ ହଜାରରୁ ଊର୍ଦ୍ଧ୍ୱ। ବୁଣାକାରଙ୍କ କାର୍ଯ୍ୟକାରୀ ସଂଘ ଓ ତନ୍ତୁବାୟ ସହଯୋଗ ସମିତି ଅଛି। ହେଲେ ଏହା ଠିକଣା ଢଙ୍ଗରେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଣାକାରଙ୍କୁ ପ୍ରକୃତ ଲାଭ ମିଳୁନି । ଏହି ଶିଳ୍ପର ଉନ୍ନତି ସମ୍ପର୍କରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri