‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ ଶିକ୍ଷା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଛାଡ଼ିଗଲେ । ଏହାର ପ୍ରଭାବ ଆଞ୍ଚଳିକ ଭାଷାଗୁଡିକ ଉପରେ ପଡ଼ିଲା। ଓଡ଼ିଆ ସେଥିରୁ ଅନ୍ୟତମ। କେବଳ ଇଂଲିଶ୍‌ ଭାଷା ଦ୍ୱାରା ହିଁ ଜଣେ ଜ୍ଞାନୀ ଏବଂ ବିକଶିତ ହୋଇପାରିବ ବୋଲି ଆମ ମନରେ ଏକ ଭାବନା ସୃଷ୍ଟି ହୋଇଛି। ତେଣୁ ସମସ୍ତେ ଏହି ଭାଷାକୁ ଆପଣାଇବାକୁ ଚାହୁଁଛନ୍ତି । ଓଡ଼ିଆ ଭାଷା ମଧ୍ୟ ଜ୍ଞାନୀ ଏବଂ ବିକଶିତ ମଣିଷଙ୍କ ଭାଷା ହୋଇପାରିବ, ତାହା ଆମେ ଭାବି ପାରୁନାହେଁ। ଯାହାଫଳରେ ଓଡ଼ିଆ ଭାଷା ପ୍ରତି ହୀନମନ୍ୟତା ବଢ଼ିବାରେ ଲାଗିଛି । ଓଡ଼ିଆମାନେ ଇଂଲିଶ୍‌ ଭାଷା ପଛରେ ଗୋଡ଼ାଇବା ମାନସିକତା ବଦଳାନ୍ତୁ ବୋଲି ବିଶିଷ୍ଠ ଭାଷାବିତ୍‌ ତଥା ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ପ୍ରକାଶମ୍‌ ହଲ୍‌ଠାରେ ରବିବାର ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଓଡ଼ିଆ ସ୍ବାଭିମାନ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ପଟ୍ଟନାୟକ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।
ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ଏବଂ ମହାନ୍‌ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ କରିଥିଲା। ପ୍ରତିଷ୍ଠାନର କେନ୍ଦ୍ରୀୟ ସଭାପତି ସୁଶାନ୍ତ କୁମାର ସାବତ ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସମବେତ କଣ୍ଠରେ ବନ୍ଦେ ଉକତ୍ଳ ଜନନୀ ଗାନ କରାଯାଇଥିଲା । ଡ. କୁଳମଣୀ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଆଲୋଚକ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖବରଦାତା ଜଗନ୍‌ମୋହନ ମହାପାତ୍ର, ବିମଳା ସିଂ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଅବସରରେ ‘ଟିମ୍‌ କ୍ଲିନ୍‌ ସିଟି’, ବ୍ରହ୍ମପୁର ଇଷ୍ଟ ରୋଟାରି କ୍ଲବକୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏଥିସହ ଗୀତା ଦାସ, ପ୍ରମୋଦ ଦାସ, ତପସ୍ବିନୀ ଆରୁଖ, ପ୍ରମୋଦ ପ୍ରଧାନ ଏବଂ ମୂରଲୀ ମୋହନ, ହରିପ୍ରସାଦ ମଲଣା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ମନୋଜ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଠ ଭେଷଜ ବିଶାରଦ ଡା. ପ୍ରଫୁଲ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ତିମ ପର୍ଯ୍ୟାୟରେ କବୟିତ୍ରୀ ସୁଚେତା ପାଣିଗ୍ରାହୀଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଭାରତୀ କୁସୁମ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ପୂର୍ବତନ କର୍ପୋରେଟର୍‌ ଦଣ୍ଡପାଣି ନାୟକ ଧନ୍ୟବାଦ ଦେଇଥିଲେ । ଦେବୀ ପ୍ରଭା ରଥ, ବିଦୁଷୀ ଲୋପା ସାମଲ, ସବିତା ସାହୁ, ଉମାଶଙ୍କର ପାଣି, ସାନ୍ତନୁ ରଣା, ରୂପକାନ୍ତ ସାମନ୍ତରାୟ ଏବଂ ପ୍ରକାଶ ଚନ୍ଦ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri