‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ ଶିକ୍ଷା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଛାଡ଼ିଗଲେ । ଏହାର ପ୍ରଭାବ ଆଞ୍ଚଳିକ ଭାଷାଗୁଡିକ ଉପରେ ପଡ଼ିଲା। ଓଡ଼ିଆ ସେଥିରୁ ଅନ୍ୟତମ। କେବଳ ଇଂଲିଶ୍‌ ଭାଷା ଦ୍ୱାରା ହିଁ ଜଣେ ଜ୍ଞାନୀ ଏବଂ ବିକଶିତ ହୋଇପାରିବ ବୋଲି ଆମ ମନରେ ଏକ ଭାବନା ସୃଷ୍ଟି ହୋଇଛି। ତେଣୁ ସମସ୍ତେ ଏହି ଭାଷାକୁ ଆପଣାଇବାକୁ ଚାହୁଁଛନ୍ତି । ଓଡ଼ିଆ ଭାଷା ମଧ୍ୟ ଜ୍ଞାନୀ ଏବଂ ବିକଶିତ ମଣିଷଙ୍କ ଭାଷା ହୋଇପାରିବ, ତାହା ଆମେ ଭାବି ପାରୁନାହେଁ। ଯାହାଫଳରେ ଓଡ଼ିଆ ଭାଷା ପ୍ରତି ହୀନମନ୍ୟତା ବଢ଼ିବାରେ ଲାଗିଛି । ଓଡ଼ିଆମାନେ ଇଂଲିଶ୍‌ ଭାଷା ପଛରେ ଗୋଡ଼ାଇବା ମାନସିକତା ବଦଳାନ୍ତୁ ବୋଲି ବିଶିଷ୍ଠ ଭାଷାବିତ୍‌ ତଥା ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ପ୍ରକାଶମ୍‌ ହଲ୍‌ଠାରେ ରବିବାର ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଓଡ଼ିଆ ସ୍ବାଭିମାନ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ପଟ୍ଟନାୟକ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।
ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ଏବଂ ମହାନ୍‌ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ କରିଥିଲା। ପ୍ରତିଷ୍ଠାନର କେନ୍ଦ୍ରୀୟ ସଭାପତି ସୁଶାନ୍ତ କୁମାର ସାବତ ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସମବେତ କଣ୍ଠରେ ବନ୍ଦେ ଉକତ୍ଳ ଜନନୀ ଗାନ କରାଯାଇଥିଲା । ଡ. କୁଳମଣୀ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଆଲୋଚକ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖବରଦାତା ଜଗନ୍‌ମୋହନ ମହାପାତ୍ର, ବିମଳା ସିଂ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଅବସରରେ ‘ଟିମ୍‌ କ୍ଲିନ୍‌ ସିଟି’, ବ୍ରହ୍ମପୁର ଇଷ୍ଟ ରୋଟାରି କ୍ଲବକୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏଥିସହ ଗୀତା ଦାସ, ପ୍ରମୋଦ ଦାସ, ତପସ୍ବିନୀ ଆରୁଖ, ପ୍ରମୋଦ ପ୍ରଧାନ ଏବଂ ମୂରଲୀ ମୋହନ, ହରିପ୍ରସାଦ ମଲଣା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ମନୋଜ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଠ ଭେଷଜ ବିଶାରଦ ଡା. ପ୍ରଫୁଲ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ତିମ ପର୍ଯ୍ୟାୟରେ କବୟିତ୍ରୀ ସୁଚେତା ପାଣିଗ୍ରାହୀଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଭାରତୀ କୁସୁମ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ପୂର୍ବତନ କର୍ପୋରେଟର୍‌ ଦଣ୍ଡପାଣି ନାୟକ ଧନ୍ୟବାଦ ଦେଇଥିଲେ । ଦେବୀ ପ୍ରଭା ରଥ, ବିଦୁଷୀ ଲୋପା ସାମଲ, ସବିତା ସାହୁ, ଉମାଶଙ୍କର ପାଣି, ସାନ୍ତନୁ ରଣା, ରୂପକାନ୍ତ ସାମନ୍ତରାୟ ଏବଂ ପ୍ରକାଶ ଚନ୍ଦ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri