Posted inଖେଳ

ଇଂଲଣ୍ଡ ଦଳକୁ ଫେରିଲେ ଫୋକ୍ସ, ଜେନିଙ୍ଗ୍ସ

ଲଣ୍ଡନ, ୧୨ା୨ (ଏଏଫ୍‌ପି)- ଶ୍ରୀଲଙ୍କା ଟୁର୍‌ ପାଇଁ ଇଂଲଣ୍ଡ ଟେଷ୍ଟ ଦଳକୁ ଏକ ବର୍ଷ ବ୍ୟବଧାନରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବେନ୍‌ ଫୋକ୍ସ ଏବଂ କିଟନ ଜେନିଙ୍ଗ୍ସ। ୧୨ ମାସ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପରେ ଲାଙ୍କାଶାୟାର ଓପନର ଜେନିଙ୍ଗ୍ସ ଏବଂ ସରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଫୋକ୍ସ ଦଳର ବାଦ୍‌ ପଡ଼ିଥିଲେ। ଇଂଲଣ୍ଡ ତରଫରୁ ୧୭ ଥର ପ୍ରତିନିଧିତ୍ୱ କରିସାରିଥିବା ଜେନିଙ୍ଗ୍ସ ତାଙ୍କର ଉଭୟ ଟେଷ୍ଟ ଶତକ ଉପମହାଦେଶରେ ହାସଲ କରିଛନ୍ତି। ଅନ୍ୟପରେ ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର କ୍ଲିନ ସୁଇପ୍‌ ବିଜୟରେ ଫୋକ୍ସ ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିଲେ। ଫୋକ୍ସ ୫ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ୨୦୧୮ ନଭେମ୍ବରରେ ଗାଲେଠାରେ ତାଙ୍କ ପ୍ରଥମ ଟେଷ୍ଟ ବିଜୟର ସଫଳତା ହାସଲ କରିଥିଲେ। ଏହି ମ୍ୟାଚରେ ସେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଇଂଲଣ୍ଡର ରେକର୍ଡ ଉଇକେଟ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ ଏପର୍ଯ୍ୟନ୍ତ ଆଘାତଜନିତ ସମସ୍ୟାରୁ ମୁକୁଳି ନ ଥିବାରୁ ଟୁର୍‌ରେ ସାମିଲ ହୋଇ ପାରିବେ ନାହିଁ। ଗତବର୍ଷ ବିଶ୍ୱକପ୍‌ ପରଠାରୁ ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିବା ଜୋସ୍‌ ବଟଲରଙ୍କୁ ଚୟନକର୍ତ୍ତାମାନେ ଆଉ ଏକ ସୁଯୋଗ ଦେଇଛନ୍ତି। ହେଲେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଁ ତାଙ୍କୁ ଫୋକ୍ସଙ୍କ ସହିତ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri