Posted inଜାତୀୟ

ଇ-ଯାନରେ ସାମିଲ ହେବ ଟ୍ରକ୍‌

ନୂଆଦିଲ୍ଲୀ,୨୩।୭: ଏଣିକି ଖୁବ୍‌ଶୀଘ୍ର ରାସ୍ତାରେ ଗଡ଼ିବ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌। ଏନେଇ ସଡ଼କ ପରିବହନ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଯୋଜନା ଉପରେ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି। ଦିଲ୍ଲୀରୁ ମୁମ୍ବାଇ ଭିତରେ ନିର୍ମାଣଧିନ ହୋଇଥିବା ଗ୍ରୀନ ଏକ୍ସପ୍ରେସ ହାଇଓ୍ବେରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯିବା ନେଇ ଯୋଜନା ରହିଛି। ଶିଳ୍ପ ମନ୍ତ୍ରଣାଳୟ ସାହାଯ୍ୟରେ ଏହି ସହର ମଧ୍ୟରେ ନିର୍ମାଣଧୀନ ହୋଇଥିବା ଗ୍ରୀନ ଏକ୍ସପ୍ରେସ୍‌ ହାଇଓ୍ବେରେ ୧୦ କିଲୋମିଟର ପର୍ଯ୍ୟନ୍ତ ଏକ କରିଡର ତିଆରି କରାଯିବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି। ଯେଉଁଥିରେ ବିଦ୍ୟୁତ୍‌ ତାର ଲଗାଯିବ। ଏହି ତାର ସାହାଯ୍ୟରେ ୮୦ ଟନ୍‌ କ୍ଷମତା ଥିବା ଇଲେକ୍‌ଟ୍ରିକ୍‌ ଟ୍ରକ୍‌ର ଫଟୋଗ୍ରାଫି ସହ ଯୋଡାଯିବ। କେବଳ ସେତିକି ନୁହେଁ ବିଦ୍ୟୁତ ସହ ଆଉ ଏକ ବିକଳ୍ପ ହେଉଛି ବ୍ୟାଟେରୀ। ଫଟୋଗ୍ରାଫି ସାହାଯ୍ୟରେ କିଛି କିଲୋକମିଟର ଟ୍ରକ୍‌ ଚାଲିବା ପରେ ବ୍ୟାଟେରୀ ଚାର୍ଜ ହୋଇଯିବ। ଏହାପରେ ବ୍ୟାଟେରୀ ଦ୍ୱାରା ଟ୍ରକ ଚାଲିବ। ଯଦି ବ୍ୟାଟେରୀ ଡିସ୍‌ଚାର୍ଜ ହୋଇଯାଏ ତେବେ ଟ୍ରକ ପୁଣି ବିଦ୍ୟୁତ୍‌ରେ ଚାଲିବ। ଯଦି ସବୁ ଠିକ୍‌ ଠାକ୍‌ ରହେ ତେବେ ଖୁବ୍‌ଶୀଘ୍ର ଏହି ସହର ମଧ୍ୟରେ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌ ଯାତାୟତ କରିବ। ଗୋଟିଏ ସହରରୁ ଅନ୍ୟ ସହରରୁ ଜିନିଷପତ୍ର ନେବା ଆଣିବାରେ ଯେତିକି ଟଙ୍କା ଖର୍ଚ୍ଚ ହେଉଥିବ ତାହା କମିଯିବ। ଯେପରିକି ୧ ଲିଟର ଡିଜେଲରେ ଟ୍ରକ୍‌ଟି ଯେତିକି ବାଟ ଯାଉଥିଲା ସେତିକି ବାଟ ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌ରେ ଖର୍ଚ୍ଚ ହେବ ମାତ୍ର ୧୨ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri