ଆସୁଛି ଧର୍ମମାସ କାର୍ତ୍ତିକ:ଦୟନୀୟ ଅବସ୍ଥାରେ ତୀର୍ଥ ପୁଷ୍କରିଣୀ

ପୁରୀ ଅଫିସ,୧୭-୯:ଆସୁଛି ଧର୍ମମାସ କାର୍ତ୍ତିକ। ଏହି ସମୟରେ ହବିଷ ପାଳିବାକୁ ଶ୍ରୀକ୍ଷେତ୍ର ଆସିବେ ହଜାର ହଜାର ହବିଷିଆଳି। ମାସେ ପର୍ଯ୍ୟନ୍ତ ପୁରୀରେ ରହିବେ। ଏଠାକାର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରାତଃ ସ୍ନାନ ସାରି ଚଉଁରା ମୂଳେ ରାଇ ଦାମୋଦରଙ୍କ ପୂଜା କରିବେ। ପୁଣି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। କାର୍ତ୍ତିକ ମାସକୁ ଆଉ ୨୭ଦିନ ବାକି ରହିଲା। ମାତ୍ର ଏ ପର୍ଯ୍ୟନ୍ତ ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କି ମରାମତି କରାଗଲା ନାହିଁ। ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ଶ୍ୱେତଗଙ୍ଗା, ପାର୍ବତୀ ସାଗର ଆଦି ଏକାଧିକ ତୀର୍ଥ ପୁଷ୍କରିଣୀର ଅବସ୍ଥା ଦୟନୀୟ ହୋଇପଡ଼ିଲାଣି। ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନ ଥିବାରୁ କାହାର ପାଚେରି ଭୁଶୁଡ଼ିି ପଡ଼ିିଛି ତ ଆଉ କେଉଁଥିରେ ପଶୁଛି ଆବର୍ଜନା ଜଳ। ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୂର୍ବରୁ ତିନି ପାର୍ଶ୍ୱ ପାଚେରି ଭୁଶୁଡ଼ି ପଡିଥିଲା। ପୂର୍ବପାର୍ଶ୍ୱରେ ଅସ୍ଥାୟୀ ଭାବେ ତିଆରି ସିମେଣ୍ଟ ବାଡ଼ା ସହ ରାସ୍ତା ଭୁଶୁଡ଼ି ପଡ଼ିଛି। ଫଳରେ ଏହି ପାର୍ଶ୍ୱରେ ଥିବା ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି।
କାର୍ତ୍ତିକ ବ୍ରତ ପାଳନ କରିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳି ପୁରୀ ଆସିବେ। ପ୍ରାତଃରୁ ସେମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବାର ବିଧି ରହିଛି। ତେଣୁ ଏହି ମାସରେ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ହବିଷିଆଳିଙ୍କ ଭିଡ଼ ହେବ। କେବଳ କାର୍ତ୍ତିକ ମାସ ନୁହେଁ, ବର୍ତ୍ତମାନ ପିତୃପକ୍ଷ ଚାଲିଛି। ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀ କୂଳରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କାର୍ଯ୍ୟ କରାଯାଉଛି। ବହୁ ଗୃହସ୍ଥ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ପାଇଁ ତୀର୍ଥକୂଳରେ ଏକତ୍ର ହେଉଛନ୍ତି। ଅନ୍ୟପକ୍ଷରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ରମଣୀୟ ଓ ଆକର୍ଷଣୀୟ ହେବା ଉଚିତ। ଏହା ପରିବର୍ତ୍ତେ ତୀର୍ଥ ପୁଷ୍କରିଣୀଗୁଡ଼ିକର ସୌନ୍ଦର୍ଯ୍ୟ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି।
ଇନ୍ଦ୍ରଦ୍ୟୁମ୍ନର ପୂର୍ବ ପାର୍ଶ୍ୱ ପାଚେରି ପ୍ରାୟ ୫୬ ଫୁଟ, ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟ ଏବଂ ଉତ୍ତର ପାର୍ଶ୍ୱରେ ୪୦ରୁ ୫୦ ଫୁଟ ପାଚେରି ଭୁଶୁଡ଼ି ପଡ଼ିଛି। ପୂର୍ବ ପାର୍ଶ୍ୱ ପାଚେରି ତିଆରି କରାଯାଇ ନ ଥିବା ବେଳେ ଏହା କଡ଼ରେ ସିମେଣ୍ଟ କାନ୍ଥ ବାଡ଼ା ତିଆରି ହୋଇଥିଲା। ବର୍ଷା ହେଲେ ରାସ୍ତାର ପାଣି ଏହି ସ୍ଥାନ ଦେଇ ପୁଷ୍କରିଣୀକୁ ପଶୁଥିଲା। କିଛିଦିନ ତଳେ ସ୍ବେରେଜ ନଳା ଫାଟି ମଇଳା ପାଣି ବି ଇନ୍ଦ୍ରଦ୍ୟୁମ୍ନ ଭିତରେ ପ୍ରବେଶ କରିଥିଲା। ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ଅବଗତ କରାଇଥିଲେ। କିନ୍ତୁ କେହି କିଛି ଶୁଣି ନ ଥିଲେ। ନିକଟରେ ପୂର୍ବପାର୍ଶ୍ୱ ରାସ୍ତା ଦବି ବର୍ଷା ଓ ଡ୍ରେନ୍‌ ପାଣି ପୁଷ୍କରିଣୀରେ ମିଶୁଥିଲା। ରବିବାର ରାତିରେ ସିମେଣ୍ଟ କାନ୍ଥ ବାଡ଼ା ସହ ରାସ୍ତା ପ୍ରାୟ ୨୦ ଫୁଟ ଭୁଶୁଡି ପଡିଛି। ଏହି ବାଟ ଦେଇ ଯାତାୟାତ ହୋଇପାରୁ ନ ଥିବାବେଳେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ ଭୁଶୁଡିବା ଆଶଙ୍କା ସୃଷ୍ଟି ହୋଇଛି। ଇନ୍ଦ୍ରଦ୍ୟୁମ୍ନର ତିନିପାର୍ଶ୍ୱ ପାଚେରି ଭାଙ୍ଗି ଏହା ଅସୁନ୍ଦର ଲାଗୁଛି। ସେହିପରି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ମାର୍କଣ୍ଡେୟ ପୁଷ୍କରିଣୀର ପୂର୍ବ-ଉତ୍ତର କୋଣ ପାଚେରି ପ୍ରାୟ ୫୦ ଫୁଟ ଭୁଶୁଡ଼ିି ପଡ଼ିିଛି। ଏହାର ମରାମତି କାମ ଅଧାପନ୍ତରିଆ ଥିବାବେଳେ ଅନ୍ୟ ପାର୍ଶ୍ୱ ପାଚେରିରେ ଶହ ଶହ ଗଛ ଉଠି ଫାଟ ସୃଷ୍ଟି ହେଲାଣି। ସେହିପରି ପ୍ରସିଦ୍ଧ ଶୈବ ପୀଠ ଶ୍ରୀଲୋକନାଥ ମନ୍ଦିର ନିକଟରେ ରହିଛି ପାର୍ବତୀ ସାଗର। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥଙ୍କୁ ଦର୍ଶନ ପାଇଁ ଯିବା ବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ଗୋଡ, ହାତ ଧୋଇଥାନ୍ତି। ଶ୍ରାବଣ ମାସରେ କାଉଡ଼ିଆ ମଧ୍ୟ ଏଠାରେ ସ୍ନାନ କରିଥାନ୍ତି। ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନକୁସନ ଏହି ପୋଖରୀରେ ସଫା କରାଯାଏ। ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହାର ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟର ପାଚେରି ଭୁଶୁଡି ପଡ଼ିିଥିଲେ ମଧ୍ୟ ମରାମତି କରାଯାଇନାହିଁ। ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଶ୍ୱେତଗଙ୍ଗା ପୁଷ୍କରିଣୀର ପାଚେରି ମଧ୍ୟ ଦୁର୍ବଳ ହୋଇପଡ଼ିିଛି। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବାର ସ୍ବପ୍ନ ଦେଖୁଥିବା ପ୍ରଶାସନ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଏହି ତୀର୍ଥ ପୁଷ୍କରିଣୀଗୁଡ଼ିକର ତ୍ୱରିତ୍ୱ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ଦରକାର ବୋଲି ସହରର ବୁଦ୍ଧଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri