Posted inରାଜ୍ୟ

ଆସିଲାଣି ବର୍ଷା ଋତୁ: ମରାମତି ହେଉନି ନଦୀବନ୍ଧ, ବିପଦ ଆଶଙ୍କାରେ ନଦୀକୂଳିଆ ଲୋକେ

ନୟାଗଡ଼ ଅଫିସ,୨୬ା୬- ନୟାଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଅନେକ ନଦୀବନ୍ଧ ବର୍ତ୍ତମାନ ମରାମତି ନ ହୋଇ ପଡ଼ିରହିଛି। ବର୍ଷା ଋତୁ ଆସୁଥିବାରୁ ନଦୀଜଳ କୂଳ ଖାଇ ବନ୍ଧରେ ଘାଇ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଜଳସେଚନ ବିଭାଗ ଏହି ଦାୟିତ୍ୱରେ ଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇନାହିଁ। ଫଳରେ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପକ୍ଷେ ନଦୀବନ୍ଧ ମରାମତି ହୋଇ ନ ଥିବାରୁ ନଦୀକୂଳ ବାସିନ୍ଦା ବିପଦ ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଯେ, ବର୍ତ୍ତମାନ ଜିଲାର ୭ଟି ସ୍ଥାନରେ ନାବାର୍ଡ ତରଫରୁ ନଦୀବନ୍ଧ ମରାମତି ଓ ପଥର ପ୍ୟାକିଂ କାମ ଚାଲୁଛି। ବର୍ଷାଋତୁ ପୂର୍ବରୁ କାମ ସରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଅଧାପନ୍ତରିଆ ହୋଇରହିଛି। ଖଣ୍ଡପଡ଼ା ବ୍ଲକ ଚଣ୍ଡୀପ୍ରସାଦ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ବର୍ତ୍ତମାନ ବିଭାଗ ଅଧା କାମ କରିଛି। ଏଠାରେ ନଦୀବନ୍ଧ ଭାଙ୍ଗିଲେ ଗ୍ରାମକୁ ବିପଦ ରହିଛି। ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ଖେଡ଼ବାରଣା ଗ୍ରାମ ମୁଣ୍ଡରେ କୁସୁମୀ ନଦୀ ପ୍ରବାହିତ ହେଉଛି। ଉକ୍ତ ସ୍ଥାନରେ ମଧ୍ୟ ବିଭାଗ ପଥର ପ୍ୟାକିଂ କାର୍ଯ୍ୟ କରି ଛାଡ଼ିଦେଇଛି। ବର୍ତ୍ତମାନ ବର୍ଷାଋତୁ ଆସୁଥିବାରୁ ଆଉ କାର୍ଯ୍ୟ ଆଗେଇ ପାରିବ ନାହିଁ। ଏହି ନଦୀରେ ଉଚ୍ଚେଇ, ନାଗଝର ଓ ଅନ୍ଧାରୀ ଆଦି ଛୋଟ ନଦୀର ଜଳ ମିଶୁଛି। ଗ୍ରାମମୁଣ୍ଡ ଦେଇ ଯାଇଥିବା ନଦୀ ବନ୍ଧ ଦୁର୍ବଳ ଥିବାରୁ ପୂର୍ବବର୍ଷ ଭାଙ୍ଗି ଯାଇଥିଲା। ଚଳିତବର୍ଷ କାମ ଚାଲିଛି। ନଦୀରେ ବନ୍ୟା ଆସିଲେ କେବଳ ଖେଡ଼ବାରଣା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେବେ ତା’ ନୁହେଁ, ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତର ନାଟୁଗାଁ, ସାଲୁଣୀ, ସଜନାପଡ଼ା, ସୁବଳିଆ, ପାଲାଗୁଣ୍ଡୁଣୀ, ଖଣ୍ଡପଡ଼ା ବ୍ଲକର ଚଣ୍ଡୀପ୍ରସାଦ, ତୋଟାସାହି, ଅଳାମଡ଼ା ଆଦି ୧୦ ଖଣ୍ଡ ଗ୍ରାମର ପ୍ରାୟ ୧୫ହଜାର ଲୋକ ପ୍ରଭାବିତ ହେବେ। ଏହାସହ ପାଖାପାଖି ହଜାର ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର ହୋଇଯିବ। ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁସାରେ ଦୁଇବର୍ଷ ତଳେ ନଦୀ ଜଳ ଆସି ଗ୍ରାମ ମୁଣ୍ଡରେ ବାଡ଼େଇ ହେବାରୁ ନଦୀବନ୍ଧ ଭାଙ୍ଗିଯାଇଥିଲା। ହେଲେ ନଦୀରେ ଅଧିକ ପାଣି ନ ଥିବାରୁ ଗ୍ରାମକୁ ବିପଦ ହେଲା ନାହିଁ। ଚଳିତବର୍ଷ ବନ୍ଧ କରାଯାଇଛି। ସେହିଭଳି ଠିକାଦାର ଭଲ କାମ କରିବା ବଦଳରେ ଅଳ୍ପ ମାଟି ପକାଇ ପଥର ପ୍ୟାକିଂ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ନୟାଗଡ଼ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ନାବାର୍ଡ ଦ୍ୱାରା ହେଉଥିବା ପଥର ପ୍ୟାକିଂ କାର୍ଯ୍ୟ ନଭେମ୍ବର କିମ୍ବା ଡିସେମ୍ବର ମାସରେ ସରିବ। ବର୍ଷା ଋତୁ ସୁଦ୍ଧା କାର୍ଯ୍ୟ ସରିବ ନାହିଁ। ତେଣୁ କାମର ଅବଧି ଥିବାରୁ ତାହାକୁ ଆମେ ସାରିବା ପାଇଁ ଠିକାଦାରଙ୍କୁ କହିପାରିବୁ ନାହିଁ। ସେହିଭଳି ଯେଉଁ ବନ୍ଧଗୁଡିକରେ ପଥର ପ୍ୟାକିଂ ହୋଇନାହିଁ ଆଗାମୀ ଦିନରେ ଅର୍ଥ ମଞ୍ଜୁର କରାଯାଇ ତାହା କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri