Posted inଖେଳ

ଆଶେସ ପଞ୍ଚମ ଟେଷ୍ଟ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୨।୯(ଏଏଫ୍‌ପି)- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଆଶେସର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଆରମ୍ଭ ହେବ। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଟିମ୍‌ ପେନ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଫଳରେ ସିରିଜ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଅନ୍ତିମ ମ୍ୟାଚ୍‌ ଜିତିଲେ ଅଷ୍ଟ୍ରେଲିଆ ୨୦୦୧ ପରେ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ଆଶେସ୍‌ ଜିତିବାର ଗୌରବ ଅର୍ଜନ କରିବ। ଅନ୍ୟପଟେ ଘରୋଇ ଇଂଲଣ୍ଡ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜକୁ ସମାନସ୍ତରରେ ବରାବର ରଖି ୨-୨ରେ ଡ୍ର ରଖିବାକୁ ଚେଷ୍ଟା କରିବ।
ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ଚଳିତ ସିରିଜ୍‌ରେ ଏପର୍ଯ୍ୟନ୍ତ ସେ ୫ଟି ଇନିଂସରୁ ୧୩୪ ରନ ଆଭରେଜ୍‌ରେ ୬୭୧ ରନ ସଂଗ୍ରହ କରି ଇଂଲଣ୍ଡ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ର଼୍ୟାଙ୍କିଙ୍ଗ୍‌ରେ ସ୍ମିଥ୍‌ ଏବେ ଶୀର୍ଷରେ ରହିଛନ୍ତି। ଏପର୍ଯ୍ୟନ୍ତ ସେ ୩ଟି ଶତକ ହାସଲ କରିବା ସହ ଗୋଟିଏ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଏଥିରେ ଗୋଟିଏ ଦ୍ୱିଶତକ ସାମିଲ ରହିଛି। ସ୍ମିଥ୍‌ଙ୍କୁ ବାଦ୍‌ ଦେଲେ ମାର୍ନସ ଲାବୁସ୍କାନ ବ୍ୟାଟିଂରେ ସ୍ଥିର ପ୍ରଦର୍ଶନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ମାମଲାରେ ୧୨ ମାସ ବାସନ୍ଦର ସମ୍ମୁଖୀନ ହୋଇ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ମିଥ୍‌ଙ୍କ ପ୍ରଦର୍ଶନ ଆହୁରି ଉନ୍ନତ ହୋଇଛି। ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବାଉନ୍ସର ଦ୍ୱାରା ଆହତ ହେବା କାରଣରୁ ସେ ୩ଟି ଇନିଂସ ଖେଳିପାରି ନ ଥିଲେ ମଧ୍ୟ ତାଙ୍କର ରନ୍‌ ସଂଗ୍ରହ ହାର କମିନାହିଁ। ଯଦି ସେ ପୂରା ସିରିଜ ଖେଳିଥାନ୍ତେ ତାହାଲେ ଡନ୍‌ ବ୍ରାଡମ୍ୟାନ ୧୯୩୦ରେ ହାସଲ କରିଥିବା ୯୭୪ ରନ ରେକର୍ଡର ନିକଟବର୍ତ୍ତୀ ହୋଇଥାନ୍ତେ।
ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ମଧ୍ୟ ଏହି ସିରିଜ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଜୋଶ ହାଜେଲଉଡ ଓ ବିଶ୍ୱର ୧ ନମ୍ବର ଦ୍ରୁତ ବୋଳର ପ୍ୟାଟ୍‌ କୁମିନ୍ସ ମିଳିତ ଭାବେ ଏପର୍ଯ୍ୟନ୍ତ ସିରିଜ୍‌ରେ ୪୨ଟି ଉଇକେଟ ମିଳିତ ଭାବେ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ଦଳର ବ୍ୟାଟ୍ସମ୍ୟାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ ଜାରି ରଖିବାକୁ କହିଛନ୍ତି। ସ୍ମିଥ୍‌ଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି। ଏଭଳି ବ୍ୟାଟିଂ ପୂର୍ବରୁ କେବେ ଦେଖିନାହିଁ ବୋଲି ସେ କହିଛନ୍ତି। ଏହା ସତ୍ତ୍ୱେ ସେ ଆହୁରି ଭଲ ପ୍ରଦର୍ଶନ କରିବାକୁ ବ୍ୟାଟ୍ସମ୍ୟାନଙ୍କୁ କହିଛନ୍ତି। ଅଭିଜ୍ଞ ହୁଅନ୍ତୁ କିମ୍ବା ଅନଭିଜ୍ଞ ହୁଅନ୍ତୁ ମ୍ୟାଚ୍‌ ଜିତିବାକୁ ହେଲେ ସମସ୍ତଙ୍କୁ ଭଲ ଖେଳିବାକୁ ପଡିବ।
ଅପରପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତାଙ୍କ ଦଳକୁ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ। ଦିନିକିଆ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟାଇଟଲ ହାସଲ କରିବା ପରେ ଇଂଲଣ୍ଡ ଘରୋଇ ମାଟିରେ ଚଳିତ ଆଶେସରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଆଶେସ ବିଫଳତା ପାଇଁ ରୁଟ୍‌ଙ୍କ ପ୍ରଦର୍ଶନ ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୋଚ୍‌ ଟ୍ରେଭର ବେଲିସ୍‌ ଅଧିନାୟକ ରୁଟ୍‌ଙ୍କୁ ସମର୍ଥନ ଜଣାଇଛନ୍ତି। ରୁଟ୍‌ଙ୍କ ଖରାପ୍‌ ଫର୍ମ ଦେଇ ଗତିକରୁଥିବାରୁ ଦଳର ପ୍ରଦର୍ଶନ ପ୍ରଭାବିତ ହେଉଛି। ତେବେ ସବୁବେଳେ ସବୁ ବ୍ୟାଟ୍ସମ୍ୟାନ ସମାନ ପ୍ରଦର୍ଶନ କରି ନ ଥାନ୍ତି। ଅଷ୍ଟ୍ରେଲିଆ ବୋଲରମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି ବୋଲି ବେଲିସ୍‌ କହିଛନ୍ତି।
ମ୍ୟାଚ୍‌ ପାଇଁ ଇଂଲଣ୍ଡ ୧୩ ଜଣିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଖରାପ ଫର୍ମ ଦେଇ ଗତି କରୁଥିବା ଜାସନ ରୟ ଓ କ୍ରେଗ୍‌ ଓଭରଟନଙ୍କୁ ବାଦ୍‌ ଦିଆଯାଇଛି। ଏହି ଦୁଇ ଖେଳାଳିଙ୍କ ସ୍ଥାନରେ କ୍ରିସ୍‌ ଓ୍ବକ୍ସ ଓ ସାମ କୁରାନଙ୍କୁ ସାମିଲ କରାଯାଇଛି। ତାରକା ଇନ୍‌ଫର୍ମ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତେବେ ଇଞ୍ଜୁରି କାରଣରୁ ସେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବୋଲିଂ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ମ୍ୟାଚ୍‌ରେ ସେ ଦ୍ୱିତୀୟ ଇନିଂସରେ ବୋଲିଂ କରି ନ ଥିଲେ। ପ୍ରଥମ ଇନିଂସ ଖେଳିବା ବେଳେ ଷ୍ଟୋକ୍ସ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଯଦି ସେ ବୋଲିଂ କରି ନ ପାରନ୍ତି ତା,ହେଲେ ସେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ। ଷ୍ଟୋକ୍ସ ଇଂଲଣ୍ଡ ପାଇଁ ଦୁଇଟି ଶତକ ସହ ୩୫୪ ରନ କରି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି।
ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଅନୁପସ୍ଥିତିରେ ଷ୍ଟୁଆର୍ଟ ବ୍ରଡ ଓ ଆର୍ଚରଙ୍କ ପ୍ରଦର୍ଶନ ଉପରେ ଇଂଲଣ୍ଡର ଭାଗ୍ୟ ନିର୍ଭର କରିବ। ସ୍ମିଥ୍‌ଙ୍କୁ ରୋକିବାରେ ବିଫଳ ହେଲେ ଅଷ୍ଟ୍ରେଲିଆ ୧୮ ବର୍ଷ ପରେ ଇଂଲଣ୍ଡ ମାଟିରେ ଆଶେସ୍‌ ଜିତି ଇତିହାସ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri