ଆର୍‌ବିଆଇକୁ ୩୦ ହଜାର କୋଟି ଅନ୍ତରୀଣ ଲାଭାଂଶ ମାଗିପାରନ୍ତି ସରକାର

ନୂଆଦିଲ୍ଲୀ,୩୦-୯: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସରକାର ରିଜର୍ଭ ବ୍ୟାଙ୍କକୁ ୩୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ମାଗି ପାରନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ହୋଇଥିବା ୩.୩% ବିତ୍ତିୟ ନିୟଣ୍ଟ ଲକ୍ଷ୍ୟ ଆଧାରରେ ଏହି ପୁଞ୍ଜି ସରକାର କେନ୍ଦ୍ରୀୟ ବ୍ୟାଙ୍କଠାରୁ ଆଶା କରି ପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁ ରାଜସ୍ବ ସଂଗ୍ରହ କମୁଛି। ଏହା ଫଳରେ ସରକାରଙ୍କ ଉପରେ ଚାପ ରହିଛି। ଆବଶ୍ୟକତା ଭିତ୍ତିରେ ସରକାର ରିଜର୍ଭ ବ୍ୟାଙ୍କକୁ ୨୫ରୁ ୩୦ ହଜାର କୋଟି ଟଙ୍କା ଦେବାକୁ ନିବେଦନ କରିପାରନ୍ତି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। କେତେ ପରିମାଣର ଲାଭାଂଶ ଲୋଡା ପଡ଼ିବ ତାହା ଜାନୁୟାରୀ ମାସରେ ପ୍ରାଥମିକ ପର୍ଯ୍ୟାୟରେ ଆକଳନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ଲାଭାଂଶ ବାଦ ସରକାର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ଲାଗି ନ୍ୟାଶନାଲ ସ୍ମଲ ସେଭିଂ ଫଣ୍ଡ ଏବଂ ପୁଞ୍ଜି ପ୍ରତ୍ୟାହାର ଉପରେ ନିର୍ଭର କରିବେ। ପୂର୍ବରୁ ମଧ୍ୟ ସରକାର କେନ୍ଦ୍ରୀୟ ବ୍ୟାଙ୍କର ଅନ୍ତରୀଣ ଲାଭାଂଶ ଉପରେ ନିର୍ଭର କରିଛନ୍ତି। ଗତ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଅନ୍ତରୀଣ ଲାଭାଂଶ ଭାବେ ୨୮,୦୦୦ କୋଟି ଟଙ୍କା ଦେଇଥିଲା। ୨୦୧୭-୧୮ରେ ଏହା ୧୦,୦୦୦ କୋଟି ଟଙ୍କା ରହିଥିଲା।
ଗତ ମାସରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡ ସରକାରଙ୍କୁ ୧.୭୬ ଲକ୍ଷ କୋଟି ପୁଞ୍ଜି ହସ୍ତାନ୍ତରଣ ନେଇ ମଞ୍ଜୁରୀ ଦେଇଥିଲେ। ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ ଏହାର ମୋଟ ୧.୨୩ ଲକ୍ଷ କୋଟି ଟଙ୍କାର ନେଟ୍‌ ଆୟ ମଧ୍ୟରୁ ଅନ୍ତରୀଣ ଲାଭାଂଶ ଭାବେ ୨୮ ହଜାର କୋଟି ଟଙ୍କା ସରକାରଙ୍କୁ ଦେଇଛି। ଚଳିତ ଆର୍ଥତ୍କ ବର୍ଷ ସରକାର ଲାଭାଂଶ ବାବଦକୁ ୯୫,୪୧୪ କୋଟି ଟଙ୍କା ପାଇଛନ୍ତି। ୯୦ ହଜାର କୋଟି ଟଙ୍କା ପାଇବା ନେଇ ସରକାର ବଜେଟରେ ଆକଳନ କରିଥିଲେ। ଚଳିତ ଆର୍ଥତ୍କ ବର୍ଷ ସରକାରଙ୍କ ମୋଟ ଋଣ ୭.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୫.୩୫ ଲକ୍ଷ କୋଟି ଟଙ୍କା ରହିଥିଲା। ବିଭିନ୍ନ ଖର୍ଚ୍ଚକୁ ଧ୍ୟାନରେ ରଖି ସରକାରଙ୍କୁ ଅଧିକ ଅର୍ଖ ଲୋଡା ପଡୁଛି। ଅର୍ଥନୀତିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଘରୋଇ ନିବେଶ ବୃଦ୍ଧିକୁ ବର୍ତ୍ତମାନ ଗୁରୁତ୍ୱ ଦେଇଛନ୍ତି।
୪ରେ ଏମ୍‌ପିସି ବୈଠକ
ଅକ୍ଟୋବର ୪ରେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥନୀତିରେ ସୁଧାର ଲାଗି ଆଉ ୨୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହି ସମୟରେ ମୁଦ୍ରାସ୍ପୀତି ୪% ସ୍ତରରେ ରହିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri