ଆର୍‌ଟିଆଇ ଅଧୀନରେ ବ୍ୟାଙ୍କ ଯାଞ୍ଚ ରିପୋର୍ଟ;ଆର୍‌ବିଆଇକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍‌ଟିଆଇ ଅଧୀନରେ ବ୍ୟାଙ୍କର  ବାର୍ଷିକ ଯାଞ୍ଚ ରିପୋର୍ଟ ପ୍ରଦାନ କରୁ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତୀବ୍ର ଭର୍ତ୍ସନା କରିଛନ୍ତି। ଏଥିସହ କୋର୍ଟ ଆଦେଶ ପାଳନ ଲାଗି ସର୍ବୋଚ୍ଚ ଅଦାଲତ ଆର୍‌ବିଆଇକୁ ଶେଷ ସୁଯୋଗ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ୨୦୧୫ ରାୟକୁ ପାଳନ କରି ନ ଥିବାରୁ ଖଣ୍ଡପୀଠ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଆଇଟିଆଇ ଅଧୀନରେ ବାର୍ଷିକ ବ୍ୟାଙ୍କ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଳନ ନ ହେଲେ କୋର୍ଟ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଚେତାବନୀ ଶୁଣାଇଛନ୍ତି।

ଆର୍‌ଟିଆଇ କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରଓ୍ବାଲ ଓ ଗିରିଶ ମିତ୍ତଲଙ୍କ ଦ୍ୱାରା ଅଦାଲତ ଅବମାନନା ଆବେଦନର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଏସ୍‌ବିଆଇ ଭଳି ବ୍ୟାଙ୍କର ବାର୍ଷିକ ଯାଞ୍ଚ ସଂକ୍ରାନ୍ତ ରିପୋର୍ଟ ଦେବାକୁ ଆର୍‌ବିଆଇ ମନା କରିପାରିବ ନାହିଁ। ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ଉର୍ଜିତ ପଟେଲଙ୍କ ଗଭର୍ନର କାର୍ଯ୍ୟକାଳ ଭିତରେ ଆର୍‌ବିଆଇ ଜାଣିଶୁଣି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିଲା। ଜଷ୍ଟିସ ଏଲ୍‌.ନାଗେଶ୍ୱର ରାଓ ଏବଂ ଜଷ୍ଟିସ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆର୍‌ବିଆଇ ଏହାର ସୂଚନା ପ୍ରକାଶ କରିବା ନୀତିର ପୁନର୍ବିଚାର କରିବାକୁୁ ହେବ। କାରଣ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ପ୍ରଦାନ କରିବାକୁ କର୍ତ୍ତବ୍ୟ ଦୃଷ୍ଟିରୁ ବାଧ୍ୟ। ସଂଘୀୟ କୋର୍ଟର ପ୍ରଚଳିତ ନୀତି କୋର୍ଟ ଆଦେଶର ବିରୁଦ୍ଧାଚରଣ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏବଂ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇ ସାରିିଥିଲେ। ସୂଚନାଥାଉ କି, ଆବେଦନକାରୀଦ୍ୱୟ ଆର୍‌ଟିଆଇ ଅଧୀନରେ ଉକ୍ତ ବ୍ୟାଙ୍କଗୁଡ଼ିକର ବାର୍ଷିକ ଯାଞ୍ଚ ରିପୋର୍ଟ ମାଗିଥିଲେ ହେଁ ଆର୍‌ବିଆଇ ଜାନୁୟାରୀ ୨୦୧୬ରେ ଏହା ଦେବାକୁ ମନା କରିଦେଇଥିଲା। ଏହି ସୂଚନା ଆର୍‌ଟିଆଇ ଆଇନ ଅଧୀନକୁ ଆସୁ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆର୍‌ଟିଆଇ ଆଇନ ପରିସର ବାହାରେ ଥିବା ଅନ୍ୟ ସମସ୍ତ ସୂଚନା ପ୍ରଦାନ କରିବାକୁ ଆର୍‌ବିଆଇ ବାଧ୍ୟ ବୋଲି ସୁପ୍ରିମକୋର୍ଟ ୨୦୧୫ରେ ରାୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri