ଆର୍‌ଟିଆଇ ଅଧୀନରେ ବ୍ୟାଙ୍କ ଯାଞ୍ଚ ରିପୋର୍ଟ;ଆର୍‌ବିଆଇକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍‌ଟିଆଇ ଅଧୀନରେ ବ୍ୟାଙ୍କର  ବାର୍ଷିକ ଯାଞ୍ଚ ରିପୋର୍ଟ ପ୍ରଦାନ କରୁ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତୀବ୍ର ଭର୍ତ୍ସନା କରିଛନ୍ତି। ଏଥିସହ କୋର୍ଟ ଆଦେଶ ପାଳନ ଲାଗି ସର୍ବୋଚ୍ଚ ଅଦାଲତ ଆର୍‌ବିଆଇକୁ ଶେଷ ସୁଯୋଗ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ୨୦୧୫ ରାୟକୁ ପାଳନ କରି ନ ଥିବାରୁ ଖଣ୍ଡପୀଠ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଆଇଟିଆଇ ଅଧୀନରେ ବାର୍ଷିକ ବ୍ୟାଙ୍କ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଳନ ନ ହେଲେ କୋର୍ଟ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଚେତାବନୀ ଶୁଣାଇଛନ୍ତି।

ଆର୍‌ଟିଆଇ କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରଓ୍ବାଲ ଓ ଗିରିଶ ମିତ୍ତଲଙ୍କ ଦ୍ୱାରା ଅଦାଲତ ଅବମାନନା ଆବେଦନର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଏସ୍‌ବିଆଇ ଭଳି ବ୍ୟାଙ୍କର ବାର୍ଷିକ ଯାଞ୍ଚ ସଂକ୍ରାନ୍ତ ରିପୋର୍ଟ ଦେବାକୁ ଆର୍‌ବିଆଇ ମନା କରିପାରିବ ନାହିଁ। ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ଉର୍ଜିତ ପଟେଲଙ୍କ ଗଭର୍ନର କାର୍ଯ୍ୟକାଳ ଭିତରେ ଆର୍‌ବିଆଇ ଜାଣିଶୁଣି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିଲା। ଜଷ୍ଟିସ ଏଲ୍‌.ନାଗେଶ୍ୱର ରାଓ ଏବଂ ଜଷ୍ଟିସ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆର୍‌ବିଆଇ ଏହାର ସୂଚନା ପ୍ରକାଶ କରିବା ନୀତିର ପୁନର୍ବିଚାର କରିବାକୁୁ ହେବ। କାରଣ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ପ୍ରଦାନ କରିବାକୁ କର୍ତ୍ତବ୍ୟ ଦୃଷ୍ଟିରୁ ବାଧ୍ୟ। ସଂଘୀୟ କୋର୍ଟର ପ୍ରଚଳିତ ନୀତି କୋର୍ଟ ଆଦେଶର ବିରୁଦ୍ଧାଚରଣ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏବଂ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇ ସାରିିଥିଲେ। ସୂଚନାଥାଉ କି, ଆବେଦନକାରୀଦ୍ୱୟ ଆର୍‌ଟିଆଇ ଅଧୀନରେ ଉକ୍ତ ବ୍ୟାଙ୍କଗୁଡ଼ିକର ବାର୍ଷିକ ଯାଞ୍ଚ ରିପୋର୍ଟ ମାଗିଥିଲେ ହେଁ ଆର୍‌ବିଆଇ ଜାନୁୟାରୀ ୨୦୧୬ରେ ଏହା ଦେବାକୁ ମନା କରିଦେଇଥିଲା। ଏହି ସୂଚନା ଆର୍‌ଟିଆଇ ଆଇନ ଅଧୀନକୁ ଆସୁ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆର୍‌ଟିଆଇ ଆଇନ ପରିସର ବାହାରେ ଥିବା ଅନ୍ୟ ସମସ୍ତ ସୂଚନା ପ୍ରଦାନ କରିବାକୁ ଆର୍‌ବିଆଇ ବାଧ୍ୟ ବୋଲି ସୁପ୍ରିମକୋର୍ଟ ୨୦୧୫ରେ ରାୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri