ଆର୍‌ଏସ୍‌ପି ମେନ ହୋଲରେ ପଡି ଶିଶୁ ମୃତ

ରାଉରକେଲା ଅଫିସ,୨୦।୨-ସେକ୍ଟର- ୩ ଅଞ୍ଚଳରେ ଆର୍‌ଏସ୍‌ପି ମେନ ହୋଲକୁ ଖସି ପଡି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେକ୍ଟର- ୩ ଅଟୋ କଲୋନୀ ବାସିନ୍ଦା କଳାକାର ସାହୁଙ୍କ ଅଢେଇ ବର୍ଷର ପୁଅ ହିମାଂଶୁ ଖରାବେଳେ ବାହାରେ ଖେଳୁଥିଲେ। ତାଙ୍କ ଉପରେ କାହାର ନଜର ନ ଥିଲା। ପାଖ ବି/ ୧୧ କ୍ୱାଟର୍ସ ନିକଟରେ ରହିଥିବା ଏକ ଖୋଲା ମେନ ହୋଲକୁ ଖସି ପଡି ସେ ଆଉ ବାହାରକୁ ବାହାରି ପାରି ନ ଥିଲା। ଫଳରେ ଏଥିରେ ଫସି ରହି ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ପିଲାଟି କାଳେ ବାହାରେ ଖେଳୁଥିବା ଭାବି ମାତା ପିତା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ତାକୁ ଏହି ନାଳରୁ ଠାବ କରିଥିବା ସୂଚନା ମିଳିଛି। ମୂମୂର୍ଷ ଅବସ୍ଥାରେ ପିଲାଟିକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ନିଆଯାଇ ଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ନେଇ ସେକ୍ଟର -୩ ଥାନା ଅଧିକାରୀଙ୍କୁ ପଚରାଯିବାରୁ ସେ କହିଥିଲେ ଆମ ପାଖରେ ଏ ନେଇ କିଛି ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?