ଆରସିରୋଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭଞ୍ଜନଗର,୧୭।୭(ଡି.ଏନ.ଏ) -ଭଞ୍ଜନଗର ସହର ଆର୍‌ସିରୋଡ଼କୁ ଅଧିକାଂଶ ଲୋକେ ବର୍ଷବର୍ଷ ଧରି ଜବରଦଖଲ କରି ରଖିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ବିଭିନ୍ନ ସମୟରେ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହେଉଥିଲା। କିନ୍ତୁ ବିଭିନ୍ନ ଚାପରେ ଏନ୍‌ଏସି ପ୍ରଶାସନ ଏହାକୁ ଏଡାଇ ଦେଉଥିଲା। ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସି, ପୂର୍ତ୍ତ ଏବଂ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଜବରଦଖଲ ଅଞ୍ଚଳ ଚିହ୍ନଟ କରାଯାଇଛି। ଖୁବ୍‌ କମଦିନ ମଧ୍ୟରେ ଉଚ୍ଛେଦ ହେବ। ସ୍ଥାନ ଚିହ୍ନଟ ସମୟରେ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଥିଲା। ଅଧିକାଂଶ ଲୋକ ଜବରଦଖଲ ଉଚ୍ଛେଦକୁ ସ୍ବାଗତ କରୁଥିବା ବେଳେ କେତେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଜବରଦଖଲ ସ୍ଥାନ ଚିହ୍ନଟ ସମୟରେ ପୋଲିସ ମୁତୟନ ହୋଇଥିଲେ। ଅପରପକ୍ଷେ ଜବରଦଖଲ ସ୍ଥାନ ଚିହ୍ନଟ ଆରମ୍ଭ ହେଉହେଉ କିଛି ଲୋକେ ନିଜେନିଜେ ଜବରଦଖଲ ଅଞ୍ଚଳକୁ ଭାଙ୍ଗି ଦେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରକାଶ ଯେ, ଆରସିରୋଡ଼ଟି ହେଉଛି ଜନଗହଳିପୂର୍ଣ୍ଣ ଅଞ୍ଚଳ। ତେଣୁ ଉକ୍ତ ରାସ୍ତାରେ ଅଧିକାଶଂ ସମୟ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହେଉଥିଲା। ଡ୍ରେନ ଜବରଦଖଲ ଯୋଗୁ ସଫା ହୋଇ ନ ପାରି ବର୍ଷା ହେଲେ ରାସ୍ତାରେ ପାଣି ଭାସୁଥିଲା। ସୋମବାର ନାଗରିକ ସୁରକ୍ଷା କମିଟିର କର୍ମକର୍ତ୍ତା ମୁରଲି ପଣ୍ଡା ପ୍ରମୁଖ ସହରରୁ ଜବରଦଖଲ ମୁକ୍ତ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଆରସିରୋଡ଼ର ଚଉଡ଼ା ସର୍ବନିମ୍ନ ପ୍ରାୟ ୩୨ ଫୁଟ ଓ ସର୍ବାଧିକ ପ୍ରାୟ ୪୫ ଫୁଟ ଥିବା ଜଣାପଡ଼ିଛି। କେଉଁଠି କେତେ ଚଉଡ଼ା ଅଛି ମାପ କରିବା ସମୟରେ ଲୋକେ ବିଭିନ୍ନ ପ୍ରକାର ଅଭିଯୋଗ ଆଣୁଛନ୍ତି। ତେଣୁ ପ୍ରଶାସନ ସତର୍କତାର ସହ ପୁରୁଣା ନକ୍ସାକୁ ଧରି ସ୍ଥାନ ଚିହ୍ନଟ କରୁଛି। ଏନେଇ ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଭଞ୍ଜନଗର ସହରକୁ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ ଏଠାରେ କହିଛନ୍ତି ଯେ, ପରିବା ମାର୍କେଟ ଛକରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଥିବା ୫୬୦ ମିଟର ପୂର୍ତ୍ତ ବିଭାଗ ରାସ୍ତାକୁ ଆଧୁନିକୀକରଣ କରାଯିବ, ଡ୍ରେନ୍‌ ମରାମତି ହେବ। ଏବାବଦରେ ୧ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଟେଣ୍ଡର ସରିଛି, ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ତୁରନ୍ତ କାମ
ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri