ଛତ୍ରପୁର,୧୭ା୭(ଡି.ଏନ.ଏ.)-ବେଗୁନିଆପଡା ବ୍ଲକ ଅଧୀନ ଡଭାବଣିଆ ଆଦିବାସୀ ଗଁା ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିଥିବା ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ଆଦିବାସୀମାନେ ମଙ୍ଗଳବାର ଛତ୍ରପୁର ଆସି ଉପଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ା ଜମି ପଟ୍ଟା ପାଇଥିତ୍ବା ଆଦିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମାନଙ୍କ କହିବାନୁଯାୟୀ, ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମି ସେମାନଙ୍କର ଦଖଲରେ ଥିଲା ା ପରେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସେମାନଙ୍କୁ ୩ ବର୍ଷ ପୂର୍ବେ ପଟ୍ଟା ପ୍ରଦାନ କରାଯାଇଥିଲା। ଏହାପରେ ଏମାନେ ଉକ୍ତ ଜମିରେ ଚାଷକରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି ା କିନ୍ତୁ ୨ ଦିନ ହେଲା ପଟ୍ଟାଧାରୀ ଆଦିବାସୀଙ୍କୁ ନ ପଚାରି ଜମିରେ ପଡୋଶୀ ଗଁାର ଅଣ ଆଦିବାସୀଙ୍କୁ ନେଇ ଜଙ୍ଗଲ ବିଭାଗର କର୍ମଚାରୀ ଗଛ ଲଗାଉଥିବା ନେଇ ଏମାନେ ଅଭିଯୋଗ କରିଛନ୍ତି ା ଜମି ପଟ୍ଟା ପାଇଥିଲେ ମଧ୍ୟ ଉକ୍ତ ଜମିରେ କିଭଳି ଗଛ ଲଗାଯାଉଛି ସେନେଇ ଆଦିବାସୀମାନେ ପ୍ରଶ୍ନ କରିଛନ୍ତି ା ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବାକୁ ଦାବି ହୋଇଛି ା
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନିକ ତତ୍ପରତା
କୋରାପୁଟ, ୨୮।୧୦ (ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ତଦାରଖ ଜାରି ରହିଛି। ଜିଲାର…
ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…
ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍ଘାଟନ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ବୁଧବାର ପଡ଼ି…
ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…
ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…
ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ…
ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ
ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର…
ବାତ୍ୟା ଅର୍ଣ୍ଣବର ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ସହ ଅନେକ ସ୍ଥାନରେ ଭାଙ୍ଗିଲା ଗଛ
ଛତ୍ରପୁର,୨୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ…
ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…
ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା
ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ…

