Posted inରାଜ୍ୟ

ଆରମ୍ଭ ହୋଇପାରୁନି ଧଉଳି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାତ୍ୟା ‘ଫନୀ’ ଯିବାର ଇତିମଧ୍ୟରେ ଦେଢ଼ମାସ ବିତିଗଲାଣି। ହେଲେ ସୁଧୁରିପାରୁନି ପର୍ଯ୍ୟଟନ ଶିଳ୍ପ ଅବସ୍ଥା। ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡ଼ାହୋଇପାରୁନି। ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍‌ ଟ୍ରାଏଙ୍ଗେଲ ବା ପୁରୀ-ଭୁବନେଶ୍ୱର-କୋଣାର୍କ ସର୍କିଟ୍‌ ଫନୀ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ସଜାଡ଼ିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ। ବାତ୍ୟା ମାଡ଼ରେ ଅଚଳ ହୋଇପଡ଼ିଥିବା ଏହି ଶୋ ଏ ଯାଏ କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ମରାମତି କାମ ବି ଆରମ୍ଭ ହୋଇନି। ବାତ୍ୟାରେ ଭାଙ୍ଗିଯାଇଥିବା ମେଶିନ୍‌ ଓ ପ୍ରୋଜେକ୍ଟରଗୁଡ଼ିକ ସେଭଳି ଅଚଳ ହୋଇ ପଡ଼ିରହିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ପ୍ରାୟ ୪.୬କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ‘ଧଉଳି’ରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ଶୋ। ଦୀର୍ଘବର୍ଷର ଯୋଜନା ଓ ଘୋଷଣା ପରେ ଦୁଇବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଥିଲା। ଥ୍ରୀ-ଡି ମ୍ୟାପିଂ, ଅତ୍ୟାଧୁନିକ ଶ୍ରାବ୍ୟ ବନ୍ଦୋବସ୍ତ, ଆଲୋକସମ୍ପାତ ସହ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆରେ କଣ୍ଠସ୍ବର ପରିବେଷଣର ବ୍ୟବସ୍ଥା କରାଯାଇଥିଲା। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଓ ହୃଦୟ ପରିବର୍ତ୍ତନର କଥା-କାହାଣୀ ପ୍ରସିଦ୍ଧ ଅଭିନେତା କବୀର ବେଦୀ, ଓମ୍‌ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ବରରେ ଧଉଳିକୁ ପ୍ରତିଧ୍ୱନିତ କରୁଥିଲା। ହେଲେ ବାତ୍ୟା ପରଠାରୁ ଶ୍ରୀହିନ ହୋଇ ପଡ଼ିରହିଛି ଶୋ ଚାଲୁଥିବା ଏହି ସ୍ଥାନ। କଣ୍ଟ୍ରୋଲ ରୁମ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପ୍ରୋଜେକ୍ଟର ଓ ଦୁଇଟି ଲାଇଟ୍‌କୁ ଛାଡ଼ି ଆଉ କିଛି ନାହିଁ। ଅପରେଶନ ପାଇଁ ଥିବା ମେଶିନ୍‌ ମଧ୍ୟ ଖରାପ ହୋଇଯାଇଛି। ବହୁ କଷ୍ଟରେ ବାତ୍ୟାର ୨୦ଦିନ ପରେ କୋଣାର୍କରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କ’ଣ ପାଇଁ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି କି, ନିର୍ମାଣକାରୀ ସଂସ୍ଥା ଟ୍ରାଏକଲର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ଟିମ୍‌ ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଦେଇଛନ୍ତି। ଏହା ସତ୍ତ୍ୱେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।
ଅନ୍ୟପକ୍ଷରେ ବାତ୍ୟା ପରେ ମାତ୍ର ୧୦ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ାଯାଇ ଧଉଳିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ କେତେଦିନ ଲାଗିବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ନେଇ ଭୁବନେଶ୍ୱର ଟୁରିଷ୍ଟ ଅଫିସର ଅଜୟ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଧଉଳିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମରାମତିରେ ସମୟ ଲାଗିବ। ଆହୁରି ୧୦ରୁ ୧୫ଦିନ ସମୟ ଲାଗିପାରେ। କର୍ତ୍ତୃପକ୍ଷ ଯଦି ଗୁରୁତ୍ୱ ନ ଦେଇ ଠିକ୍‌ ସମୟରେ ମରାମତି ନ କରନ୍ତି, ତା’ ହେଲେ ପ୍ଲାନେଟାରିୟମ୍‌ ଭଳି ଏଠାରେ ମଧ୍ୟ ଶୋ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri