ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା

ସୋନପୁର,୧୪ା୧୦(ନି.ପ୍ର.) ପୂଜା ମଣ୍ଡପକୁ ଶନିବାର ବିଳମ୍ବିତ ରାତିରେ ଦେବୀ ଗୌରୀଙ୍କ ଆଗମନ ପରେ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଛି ପରମ୍ପରା ଓ ଦେବାଙ୍ଗ ସଂସ୍କୃତିର ମହାପାର୍ବଣ ପ୍ରସିଦ୍ଧ ହରଗୌରୀ ଯାତ୍ରା(ବୁଢୀମାଁ ଯାତ୍ରା)। ଜିଲାର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଜମିରୁ ଧାନ ଗଛକୁ ଗୌରୀ ରୂପରେ ବରଣ କରାଯାଇଥିଲା। ପୂଜାର୍ଚ୍ଚନା ପରେ ପରମ୍ପରା ଅନୁଯାୟୀ ବିରାଟ ପଟୁଆରରେ ଘଣ୍ଟ, ଶଙ୍ଖ, ଭେରୀ, ତୁରୀ ଓ ବିଭିନ୍ନ ବାଦ୍ୟ ସହ ଢେରାପଡାର ଯୁବକ ପ୍ରକାଶ ପାତ୍ର ଏକ ବଡ ଥାଳରେ ଦେବୀଙ୍କୁ ସ୍ଥାପନ କରି ମୁଣ୍ଡରେ ମା’ଙ୍କୁ ପରିକ୍ରମଣ କରିଥିଲେ। ଗୌରୀଙ୍କୁ ବୁଢୀମାଁ ମନ୍ଦିର ପ୍ରାଙ୍ଗଣରେ ଥିବା ପୂଜା ମଣ୍ଡପକୁ ଆଣିବା ସମୟରେ ସହରର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ଘର ସମ୍ମୁଖରେ କଳସ ଓ ଜାଗର ଜାଳି ଦେବୀଙ୍କୁ ସ୍ବାଗତ କରିଥିଲେ । ପୂଜା ମଣ୍ଡପରେ ଦେବୀ ଗୌରୀଙ୍କ ବିଜେ ପରେ ଆନୁଷ୍ଠାନିକ ଭାବରେ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଢେରାପଡାର ସମସ୍ତ ସାହିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ସାହିର ସମସ୍ତଙ୍କ ଘରୁ ମା’ଗୌରୀଙ୍କୁ ପ୍ରଥମ ଅର୍ଘ୍ୟ ସ୍ବରୂପ ପରମ୍ପରା ଅନୁଯାୟୀ ଖିରୀ ଓ ପିଠା ଭୋଗ ଲାଗି କରାଯାଇଥିଲା। ଏହି ଯାତ୍ରା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଯାନିଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରାର ଏକ ବିଶେଷତ୍ୱ ରହିଛି। ଏହି ଯାତ୍ରାକୁ ଗୌରାମ୍ମା ସାମ୍ରାଲୁ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତୀୟ ପରମ୍ପରାକୁ ବିଶ୍ୱାସ ରଖୁଥିବା ଦେବଙ୍ଗାଲୁ(ଢେରା) ସମ୍ପ୍ରଦାୟର ଜନସାଧାରଣ ଏହି ଯାତ୍ରାକୁ ଆୟୋଜନ କରିଥାନ୍ତି। ତେବେ ପ୍ରଥମେ ଅତି ସ୍ବଳ୍ପ ବଜେଟ୍‌ରେ ଆରମ୍ଭ ହୋଇ ଆସୁଥିବା ଏହି ଯାତ୍ରା ପାଳନ ପାଇଁ ଏବେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri