ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯

ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏମ୍‌ଭିଆଇଙ୍କ ବଦଳି ଦାବିରେ ସଂଘଗୁଡିକର କର୍ମକର୍ତ୍ତାମାନେ ସୋମବାର ଜିଲା କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୦ଦଫା ସମ୍ପର୍କିତ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।
ସେମାନଙ୍କ ଅଭିଯୋଗ ମୁତାବକ, ମୋଟରଯାନ ସଂଶୋଧିତ ଆଇନ ଲାଗୁହେବା ପରେ ଗାଡି ଫିଟନେସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଗାଡି ମାଲିକଙ୍କ ସମେତ ବହୁ ଲୋକ କାର୍ଯ୍ୟାଳୟକୁ ଆସି ଅପେକ୍ଷା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଆଞ୍ଚଳିକ ପରିବହନ ଅଧିକାରୀ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଆସିଷ୍ଟାଣ୍ଟ ପ୍ରୋଗ୍ରାମର ପଦବୀରେ ଜଣେ ଥାଇ ମଧ୍ୟ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏହି ପଦବୀରେ କାର୍ଯ୍ୟ କରାଉଥିବା ଅଭିଯୋଗ ହୋଇଛି। ଯାନବାହନଗୁଡିକର ବେଗ ମାପିବା ପାଇଁ ରହିଥିବା ଇଣ୍ଟରସେପ୍ଟର ଗାଡି ଚାଳକଙ୍କ ବଦଳରେ ଜଣେ କମ୍ପ୍ୟୁଟର ଅପରେଟର ଏହି ଗାଡିକୁ ଚଳାଉଛନ୍ତି। ଆବଶ୍ୟକ କାଗଜପତ୍ର ଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଫିଟନେସ୍‌ କରାଯାଉନାହିଁ ା ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ସପ୍ତାହକୁ ୪ ଦିନ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ କରାଉଥିବାବେଳେ ବର୍ତ୍ତମାନ ଏହାକୁ ଦୁଇଦିନ କରିଦିଆଯାଇଛି। ସାଧାରଣ ନିର୍ବାଚନ ଓ କାଳିଆ ଯୋଜନାରେ ଲାଗିଥିବା ଗାଡିଗୁଡିକର ଧାର୍ଯ୍ୟ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ବୋଲି ମାଲିକମାନଙ୍କ ପକ୍ଷରୁ ଜଏଣ୍ଟ କୋଅର୍ଡିନେସନ କମିଟି ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ବାପୁଜୀ ମଲିକ, ଆଇନ ପରାମର୍ଶଦାତା ପ୍ରଦ୍ୟୁମ୍ନ କୁମାର ନାଏକଙ୍କ ସମେତ ସଦସ୍ୟମାନେ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଜିଲାପାଳ ଜନ ଅଭିଯୋଗ ଶୁଣାଣିରୁ ଫେରିବା ପରେ ତାଙ୍କୁ ସଂଘ ଗୁଡିକ ପକ୍ଷରୁ ପ୍ରଦତ୍ତ ଦାବିପତ୍ର ପ୍ରଦାନ କରାଯିବ। ଅଭିଯୋଗ ସମ୍ପର୍କରେ ଆରଟିଓଙ୍କ ଦାୟିତ୍ୱରେ ଥିବା ଏମ୍‌ଭିଆଇ ଶ୍ରୀବତ୍ସ ଦଳେଇ କାର୍ଯ୍ୟାଳୟରେ କୌଣସି ଦୁର୍ନୀତି ହେଉଥିବା ଅଭିଯୋଗକୁ ଅସ୍ବୀକାର କରିବା ସହିତ ଅନ୍ୟାୟ ରୋକାଯାଉଥିବାରୁ କିଛି ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଢେଙ୍କାନାଳରେ ଖୁବଶୀଘ୍ର ଜଣେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ଲିଖିତ ଭାବରେ ଜଣାଇବେ ବୋଲି ଗତ ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ସାକ୍ଷାତ ଆଲୋଚନା ସମୟରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri