ଆମେରିକାକୁ ଇରାନର ଧମକ: ଆକ୍ରମଣ କଲେ ଭୟାବହ ପରିଣତି

ତେହେରାନ,୨୩ା୬: ଆମେରିକାର ଗୋଇନ୍ଦା ଡ୍ରୋନ୍‌କୁ ଗୁରୁବାର ଇରାନ ସେନା ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଉଭୟ ଦେଶ ଏବେ ଯୁଦ୍ଧମୁହାଁ ହୋଇଥିବା କୁହାଯାଉଛି। ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇସାରିଥିବାବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ। ପ୍ରତିଶୋଧ ସ୍ବରୂପ ଇରାନର ତିନୋଟି ସ୍ଥାନରେ ଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ଥିଲା। ତେବେ ଏହି ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯିବ ବୋଲି ଜାଣିବା ପରେ ଆକ୍ରମଣ ଯୋଜନାକୁ ପ୍ରତ୍ୟାହାର କରିନିଆଗଲା ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ।
ଅନ୍ୟପକ୍ଷରେ ଇସ୍‌ଲାମୀୟ ସାଧାରଣତନ୍ତ୍ର ଇରାନ ଉପରେ କୌଣସିପ୍ରକାର ଆକ୍ରମଣର ପରିଣତି ମଧ୍ୟପ୍ରାଚ୍ୟରେ ଆମେରିକାର ସ୍ବାର୍ଥ ପାଇଁ ଗୁରୁତର ହେବ ବୋଲି ତେହେରାନ ଚେତାବନୀ ଦେଇଛି। ଇରାନ ଉପରକୁ ଗୋଟିଏ ଗୁଳି ମାରିଲେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରର ସ୍ବାର୍ଥରେ ନିଆଁ ଲଗାଇଦେବୁ ବୋଲି ଇରାନ ସୈନ୍ୟବାହିନୀ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବୋଲଫାଜଲ୍‌ ଶେକାର୍ଚି କହିଛନ୍ତି। ତେବେ ଯୁଦ୍ଧ କରିବାକୁ ଚାହାନ୍ତି ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଯଦି ଯୁଦ୍ଧ ହୁଏ ଇରାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଲୋଚନା ପାଇଁ ଆମେରିକା ଦ୍ୱାର ଉନ୍ମୁକ୍ତ ରଖିଛି। କୌଣସି ପରିସ୍ଥିତିରେ ମଧ୍ୟ ଇରାନକୁ ଅଣୁଅସ୍ତ୍ର ପ୍ରସ୍ତୁତ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍‌ ଏକ ଗଣମାଧ୍ୟମକୁ କହିଛନ୍ତି।
ଆମେରିକା ଇରାନକୁ ଉତ୍ତେଜିତ କରୁଛି। ଏହାକୁ ନେଇ ଭୁଲ୍‌ ଆକଳନ ହେବାର ବିପଦ ରହିଛି ଯାହା ବିଶ୍ୱଯୁଦ୍ଧ ସୃଷ୍ଟି କରିପାରେ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି। ଭୁଲ୍‌ ଆକଳନ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କରାଯିବାରୁ ମହମ୍ମଦ କହିଥିଲେ, ସେ ଯାହା ଦେଖିପାରୁଛନ୍ତି, ଏପର୍ଯ୍ୟନ୍ତ ସବୁ ଉତ୍ତେଜନା ଆମେରିକା ସୃଷ୍ଟି କରିଛି। ପ୍ରଥମେ ଆଣବିକ ସନ୍ଧିରୁ ଆମେରିକା ଓହରିଗଲା। ଏବେ ଉପସାଗରୀୟ ଅଞ୍ଚଳକୁ ଯୁଦ୍ଧଜାହାଜ ପଠାଉଛି ଏବଂ ଇରାନକୁ ଉତ୍ତେଜିତ କରୁଛି ବୋଲି ମହାଥିର୍‌ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି।
ତେହେରାନର ଆଣବିକ କାର୍ଯ୍ୟକ୍ରମ ରୋକିବା ଲାଗି ବହୁପାକ୍ଷିକ ଚୁକ୍ତିନାମାରୁ ଗତବର୍ଷ ଟ୍ରମ୍ପ୍‌ ଓହରିଯିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଗତ ସପ୍ତାହରେ ଉପସାଗରୀୟ ଅଞ୍ଚଳରେ ୬ଟି ବ୍ୟବସାୟିକ ତୈଳବାହୀ ଜାହାଜ ଉପରେ ଆକ୍ରମଣକୁ ନେଇ ଆମେରିକା ଇରାନକୁ ଦାୟୀ କରିବା ଏବଂ ଗୁରୁବାର ଇରାନ ସେନା ଆମେରିକା ଡ୍ରୋନ୍‌କୁ ଖସାଇବା ପରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଡ୍ରୋନ୍‌ ଇରାନ ବାୟୁସୀମା ଅତିକ୍ରମ କରିଥିବା ତେହେରାନ ଅଭିଯୋଗ କରୁଥିବାବେଳେ ଏହା ଅନ୍ତର୍ଜାତୀୟ ଜଳରାଶି ଉପରେ ଉଡୁଥିଲା ବୋଲି ଆମେରିକା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri