ଆମପାଣି ଘାଟିରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ୭ ଗୁରୁତର

କୋକସରା,୯।୬(ଡି.ଏନ.ଏ.):କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରାସ୍ତା ଏକ ବୁଲାଣିରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିତ୍ବା ଏକ କାର (ନଂ.ଓଡି୧୦ଜେ-୩୪୭୦)କୁ ବିପରିତ ଦିଗରୁ ଆସୁଥିବା ଟ୍ରକ (ନଂ.ଓଆର୧୫କ୍ୟୁ ୩୨୩୮) ଧକ୍କା ଦେଇଥିଲା। ଫଳରେ କାରରେ ବସିଥିବା ୭ ଜଣ ଗୁରୁତର ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ମଣ୍ଡଳ (୬୦)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ଥିବା ଜଣାପଡ଼ିଛି । ଏହି ରାସ୍ତା ଦେଇ ରାଉଲକେଲା ଯାଉଥିବା ଏକ ଦମ୍ପତି ଗୁରୁତର ଥିବା ଦୁର୍ଗା ପ୍ରସାଦଙ୍କୁ ନିକଟସ୍ଥ କୋକସରା ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ। ପରେ ଅନ୍ୟ ଗୁରୁତରମାନେ ଏକ ଅଟୋରେ ପହଞ୍ଚତ୍ଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁତରମାନେ ହେଲେ ଦୁର୍ଗା ପ୍ରସାଦ ମଣ୍ଡଳ(୬୦), ଡ଼୍ରାଇଭର ଚନ୍ଦନ ନିଆଲ(୩୫), ସ୍ବର୍ଣ୍ଣଲତା ମଣ୍ଡଳ (୫୫), ପ୍ରିୟଦର୍ଶିନି ମଣ୍ଡଳ(୩୪), ଦେବବ୍ରତ ମଣ୍ଡଳ (୪), ଶ୍ରଧାଲି ମଣ୍ଡଳ (୩୫) ଓ ଲାବାଣ୍ୟ ସ୍ବାଇଁ (୯) । ଏମାନେ ସମସ୍ତେ କୋଟପାଡ଼ରୁ ନିଜ ସମ୍ପର୍କିୟ ଘର ଭବାନୀପାଟଣାକୁ ଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ଆମପାଣି ପୋଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରିବା ସହ ଥାନାରେ ଅଟକ ରଖିଛି। ଟ୍ରକ୍‌ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ଥିବାବେଳେ ଆମପାଣି ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri