ଆମ ସିନେମାର ଥକା କଥା….

ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍‌ସାଇଟ୍‌ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରେରଣ କରାଯାଇଛି। ଏପରି ସ୍ଥାନରେ ବଲିଉଡ଼ର ଚଳଚ୍ଚିତ୍ର ଶୁଟିଂ ହୋଇପାରିବ। ଓଡ଼ିଶାରେ ଅନେକ ସ୍ଥାନ ପ୍ରଭୃତି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପହାର ଦେଇଥିବାବେଳେ ମଧ୍ୟ ପର୍ଯ୍ୟଟକମାନଙ୍କ ଉଦ୍ଦେଶ୍ୟରେ ଆମେ କୌଣସି ସୁବିଧା କରୁନାହୁଁ। ପ୍ରକୃତପକ୍ଷେ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଶୁଟିଂ ପରିବେଶ ଥିଲେ ମଧ୍ୟ କାହାର ପ୍ରାରମ୍ଭିକ ଭିତ୍ତିଭୂମି ନାହିଁ। ଓଡ଼ିଶାରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଯଦି ପରିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ତେବେ ପର୍ଯ୍ୟଟନ ବିଭାଗ ସହ ପରିମାପରେ ପ୍ରଥମେ ଭିତ୍ତିଭୂମିର ପ୍ରକଳ୍ପକୁ ତ୍ୱରାନ୍ବିତ ଦିଗରେ ଗୁରୁତ୍ୱ ଦେବା କଥା। ଓଡ଼ିଆ ସିନେମା ପରିଣତ ବୟସରେ ପରିପକ୍ୱତା ପରିବର୍ତ୍ତେ ଯେପରି ଆର୍ଥିକ ଦିଗରେ ବ୍ୟାପକ କ୍ଷତି ଘଟୁଛି, ସେହିପରି ପର୍ଯ୍ୟଟନର ଦ୍ୱାହି ଦେଇ‘ଅଚଳ’ ଚଳଚ୍ଚିତ୍ର ଉନ୍ନୟନ ନୀତି ‘ସଚଳ’ ହେବା ପାଇଁ ଅଣ୍ଟା ଭିଡୁଛି, ଏଥିରେ କେତେ ଉଦ୍ୟମ ଅଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଓଡ଼ିଆ ସିନେମାର ବ୍ୟବସାୟିକ ସ୍ଥିତି ଦୁର୍ବଳ ହେବା ସହ ପ୍ରେକ୍ଷାଳୟ ସଂଖ୍ୟା କମି କମି ୭୦/୮୦ଟା ମଧ୍ୟରେ ସୀମିତ ହେଲାଣି। ଓଡ଼ିଆ ସିନେମାର ଅଚଳ ଅବସ୍ଥାକୁ ସୁଧାରିବା ପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମ ଗୁରୁତର ସହ ବିଚାର କରିବା ଆବଶ୍ୟକ। ସେହିପରି ଶିଳ୍ପ ବିଭାଗ ଅଧୀନରେ ଥିବା ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ସଚଳ କରିବାକୁ ଆର୍ଥିକ ଅସୁବିଧା ପ୍ରଥମେ ଦୂର ହେବା ସହ ଗଠନମୂଳକ ଓ ଯୋଜନାବଦ୍ଧ କାର୍ଯ୍ୟ ଦିଗରେ ଅଗ୍ରସର ହେବା ଜରୁରୀ। ନ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଓଡ଼ିଆ ସିନେମା ଜରାନିବାସରେ ଆଶ୍ରୟ ନେବା ସାର ହେବ। ବେଳୁ ସାବଧାନ, ସମୟ ଅପଚୟ ନ କରି ପରସ୍ପର ଦୋଷାରୋପ କରିବା ଅପେକ୍ଷା ସକ୍ରିୟ ଭାବେ କାର୍ଯ୍ୟ ଅପରିହାର୍ଯ୍ୟ। ଓଡ଼ିଆ ସିନେମା ସଚଳ ହେବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଶିଳ୍ପ ବିଭାଗ ଏହାକୁ ଗୁରୁତ୍ୱ ନ ଦେବା ଫଳରେ ଏହା କେବଳ ଲୋକମୁଖର ଗମନାଗମନ ନିଗମ ପାଲଟି ଯାଇଛି। ଆମ ସିନେମା ଥକା ଆଉ କେତେ ଗପିବା !


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?