ଆବାସ ଯୋଜନାରୁ ବଁଚିତ୍‌ ପୂର୍ଣ୍ଣବାସୀ

ଜହ୍ନାପଙ୍କ, ୨୮।୮ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ତେଲିବନ୍ଧ ପଁଚେତ୍‌ ଅଧୀନ ରାମପୁର ଗଁାର ପୂର୍ଣ୍ଣବାସୀ ଦାସ ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛନ୍‌। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀମାନକର ଉଦାସିନ୍‌ତା ଲାଗି ଏନ୍‌ତା ଅନେକ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌।
ସୂଚନା ଅନ୍‌ସାରେ ରାମପୁର ଗଁାର ପୂର୍ଣ୍ଣବାସୀ ଦାସ ବିପିଏଲ୍‌ ଶ୍ରେଣୀରେ ରହିଛନ୍‌। ଆପ୍‌ନେ ୧୦ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ନିସାହା ବିଧବା ପୂର୍ଣ୍ଣବାସୀ ଭିଖ୍‌ ମାଗି ନିଜର ପେଟ୍‌ ପାଲୁଛନ୍‌। ଯେନ୍‌ଦିନ ଭିଖ୍‌ ମାଗିଯାଇ ନାଇଁପାରବାର ସେଦିନ ଖାଡ଼ା ଉପାସରେ ରହୁଛନ୍‌। ଇଆଡ଼େ ଜମିବାଡ଼ି ବଲି କିଛି ନାଇଁ। ସରକାରୀ ସାହାଯ୍‌ କହେଲେ ପୂର୍ଣ୍ଣବାସୀ ମାସିକ ପାଉଥିବାର ୩ଶହ ଟଁକା ବିଧବା ଭତା ଆର ପଁଚେତ୍‌ରୁ ମିଲୁଥିବାର ୧୦ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତାଥି ସେ ରହୁଥିବାର ଝାଟିମାଟି ଘରଟା ବି ମରାମତି କରି ନାଇଁ ପାରବାର। ଅଲପ୍‌ ବରଷାରେ ବି ଘରଟା ଦରୋ ଦରୋ ଗଲୁଛେ। ସେ ରହୁଥିବାର ଘରଟା ଗୁଟେ ଗାଈ ଗୁହାଲନୁ ହୀନ ଅବସ୍‌ତାରେ ରହିଛେ। କେତେବେଲେ ଘରଟା ମାଡ଼ି ବସବା କିଛି କହି ନାଇଁ ହେବାର। ଏନ୍‌ତାଥି ପୂର୍ଣ୍ଣବାସୀ ଉପେ ଶୂଇନ୍‌ ହେଇ, ଜୀବନ୍‌କେ ପାଏନ୍‌ ଛଡ଼େଇ ସେ ଭଂଗା ଦଦ୍‌ରା ଘରେ ରହୁଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପୂର୍ଣ୍ଣବାସୀ ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ତେଲିବନ୍ଧ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀକୁଁ ଯୋଗାଯୋଗ କରାଯାଇଥିଲେ ବି କେହେନ୍‌ସି କାରନ୍‌ରୁ ସେ ଫୋନ୍‌ ନାଇଁ ଉଠେଇ। ଯେନ୍‌ଥିରଲାଗି ତାକର ମତାମତ ନାଇଁ ମିଲିପାରି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?