ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ରହସ୍ୟ ସୃଷ୍ଟି କଲା ମୃତା ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବଡଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ତାହାକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି। ହେଲେ ସୋମବାର କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ନାନା ରହସ୍ୟ ସୃଷ୍ଟି କରିଛି। ମୃତ୍ୟୁ ପୂର୍ବରୁ କୃତ୍ତିକା ଇନ୍‌ଷ୍ଟାଗ୍ରାମରେ ଜଣେ ସାଙ୍ଗଙ୍କ ସହ ଚାଟ୍‌ କରି କିଛି ପୋଷ୍ଟ ଛାଡ଼ିଥିଲେ। ଉକ୍ତ ପୋଷ୍ଟର ରହସ୍ୟକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବାବେଳେ ବାହ୍ୟ ପ୍ରେରଣା କିମ୍ବା ଗଭୀର ବିଷାଦ ମୃତ୍ୟୁକୁ ଡାକି ଆଣିଥିବା ସଙ୍କେତ ମିଳୁଛି।

ପୋଷ୍ଟରେ ରହିଛି
‘ବାଏ ବାଏ ପିପୁଲ’
କୃତ୍ତିକା ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ‘ବାଏ ବାଏ ପିପୁଲ’ ଲେଖି ପୋଷ୍ଟ କରିଥିଲେ। ଏହାକୁ ଦେଖି ତାଙ୍କ ସାଙ୍ଗ ପଚାରିଥିଲେ କୁଆଡେ ଯାଉଛ? ଉତ୍ତରରେ କୃତ୍ତିକା ଲେଖିଥିଲେ ହେଭେନ୍‌(ସ୍ବର୍ଗ)କୁ ଯାଉଛି। କୃତ୍ତିକାଙ୍କ ଏଭଳି ପୋଷ୍ଟ ମାମଲାକୁ ଅଧିକ ରହସ୍ୟ କରିଦେଇଛି। କୃତ୍ତିକା ଆତ୍ମହତ୍ୟା କରିଥିବା ତାଙ୍କ ପୋଷ୍ଟରୁ ଅନୁମାନ କରାଯାଉଥିଲେ ମଧ୍ୟ ପୋଲିସ କିପରି ଏହାକୁ ପ୍ରମାଣିତ କରିବ ତାହାକୁ ନେଇ ଅଡୁଆରେ ପଡିଛି। ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଗ୍ରହଣ କଲେ, ଏଭଳି ପୋଷ୍ଟ କାହିଁକି ସୋସିଆଲ ମିଡିଆରେ ଲେଖିଲେ – ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ଚାଟ୍‌ କରିଥିବା ସାଙ୍ଗଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି।

ମଥାରେ ‘ପରଫେକ୍ଟ ଲେଖା’କୁ ନେଇ ଆଶ୍ଚର୍ଯ୍ୟ ପରିବାର
ଅନ୍ୟପକ୍ଷରେ ମୃତ୍ୟୁ ପରେ କୃତ୍ତିକାଙ୍କ ମଥାରେ ‘ପରଫେକ୍ଟ’ ଲେଖାଥିବା ଦେଖିବାକୁ ମିଳିଥିଲା। ଏହି ଲେଖାକୁ ନେଇ ପରିବାର ଓ ଆପାର୍ଟମେଣ୍ଟ ବାସିନ୍ଦା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କ’ଣ ପାଇଁ କୃତ୍ତିକା ନିଜ ମଥାରେ ଇଂଲିଶରେ ଏଭଳି ଲେଖିଥିଲେ? ତାଙ୍କ ମୃତ୍ୟୁ ସହ ଏହି ଲେଖାର କିଛି ସଂଯୋଗ ରହିଛି କି? ଏହା ପଛରେ ନିଶ୍ଚିତ କିଛି ରହସ୍ୟ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୃତ୍ୟୁ ପୂର୍ବରୁ ତାଙ୍କର ମାନସିକ ଅବସ୍ଥା, କାର୍ଯ୍ୟକଳାପ କିପରି ଥିଲା ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ହୋଇପଡିଛି।

ଖାଲିପଡ଼ିଥିଲା ପରୀକ୍ଷା ସିଟ୍‌ ନଂ. ୮ଏ-୨୩, କାନ୍ଦିଲେ ସହପାଠୀ
କୃତ୍ତିକା ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ବଡ଼ଗଡ଼ ବିଜେଇଏମ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ସେ ହାରାହାରି ୯୦ ପ୍ରତିଶତ ମାର୍କ ରଖୁଥିଲେ। ଏବେ ସ୍କୁଲରେ ଚାଲିଥିବା ପରୀକ୍ଷାରେ ସୋମବାର ସଂସ୍କୃତ ବିଷୟ ଥିଲା। କୃତ୍ତିକାଙ୍କ ସମସ୍ତ ସାଙ୍ଗ ପରୀକ୍ଷା ଦେଉଥିଲେ ମଧ୍ୟ କୃତ୍ତିକାଙ୍କ ସିଟ୍‌ ନଂ.୮ଏ-୨୩ ଖାଲି ପଡ଼ିଥିଲା। ହେଲେ ଉକ୍ତ ସିଟ୍‌ ନିକଟରେ ବସିଥିବା ତାଙ୍କ ସାଙ୍ଗମାନେ କିନ୍ତୁ କୃତ୍ତିକାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରି ନ ଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବା ପରେ ସମସ୍ତେ କାନ୍ଦି ପକାଇଥିଲେ। କୃତ୍ତିକା ଜଣେ ଭଲ ସାଙ୍ଗ ଥିଲେ। ସାଙ୍ଗଙ୍କ ମେଳରେ ହସଖୁସିରେ ରହୁଥିଲେ। ତାଙ୍କର ଏଭଳି ହଠାତ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି।

ପୂରା ଘଟଣାର ଅନୁସନ୍ଧାନ ହେବା ଆବଶ୍ୟକ: ସ୍କୁଲ ଅଧ୍ୟକ୍ଷା

କୃତ୍ତିକାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସେ ପଢ଼ୁଥିବା ବିଜେଇଏମ୍‌ ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟା ଜେନା। ସେ କହିଛନ୍ତି, ଇନ୍‌ଷ୍ଟାଗ୍ରାମ୍‌ ବିଷୟରେ ଆମକୁ କିଛି ଜଣା ନ ଥିଲା। ଏସବୁ ଜାଣି ଆମେ ଭାବୁଛୁ ଏହି ଘଟଣାରେ ଅନ୍ୟକିଛି ଦିଗ ରହିଛି। ଆମେ ଏ ପର୍ଯ୍ୟନ୍ତ ଏତିକି ଜାଣିଥିଲୁ ଯେ, ପିଲାଟି ଟେରାସରୁ ଖସିପଡିବାରୁ ମୃତ୍ୟୁ ଘଟିଥିଲା। ନିଶ୍ଚିତ ମୃତ୍ୟୁ ପଛରେ ରହସ୍ୟ ରହିଛି। ପୂରା ଘଟଣାର ଅନୁସନ୍ଧାନ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଅଧ୍ୟକ୍ଷା ଜେନା କହିଛନ୍ତି।

ଏବେ ବି ରହସ୍ୟରେ ଏକାଧିକ ଆତ୍ମହତ୍ୟା ମାମଲା
କମିଶନରେଟ ପୋଲିସ ଇଲାକାରେ ଏକାଧିକ ଆତ୍ମହତ୍ୟା ମାମଲା କେବଳ ରହସ୍ୟ ହୋଇ ରହିଯାଇଛି। ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି କିଛିଦିନର ତତ୍ପରତା ପ୍ରକାଶ କରି ଚୁପ୍‌ ରହୁଛି। ଫଳରେ ଆତ୍ମହତ୍ୟାର ରହସ୍ୟ ସାମ୍ନାକୁ ଆସୁଛି। ଖଣ୍ଡଗିରି ବ୍ୟାଙ୍କ୍‌ ମ୍ୟାନେଜର ଆତ୍ମହତ୍ୟା, ନୟାପଲ୍ଲୀ ବେହେରା ସାହିରେ ଛାତ୍ରୀ ଆତ୍ମହତ୍ୟା, ଧଉଳି ଆଇନଜୀବୀ ଦୀପାଳି ଆତ୍ମହତ୍ୟା, ଭିଏସ୍‌ଏସ୍‌ ନଗର ଛାତ୍ର ନେତାଙ୍କ ଆତ୍ମହତ୍ୟା ଏପରି ଅନେକ ମାମଲା କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?