ଆନ୍ଧ୍ର ବାସିନ୍ଦା, ଓଡ଼ିଶାରେ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି ବ୍ଲକରେ ମାଳମାଳ ଆନ୍ଧ୍ରନିବାସୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକତା କରୁଥିବା ଆନ୍ଧ୍ରପ୍ରଦେଶର ଏହି ବାସିନ୍ଦାମାନଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ହେଉନାହିଁ। ଅନେକ ଜାଲ୍‌ ବାସିନ୍ଦା ପ୍ରମାଣପତ୍ର ତିଆରି କରି ସରକାରୀ ନିଯୁକ୍ତି ପାଇଛନ୍ତି। ଏଣୁ ତୁରନ୍ତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଶିକ୍ଷକଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା ସହ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବା କଥା। ହେଲେ ଆନ୍ଧ୍ରପ୍ରଦେଶର ମୂଳବାସୀନ୍ଦାମାନେ ଓଡ଼ିଶାର ବିଭିନ୍ନ ତହସିଲରୁ ଜାଲିଆତି କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ହାସଲ କରିଛନ୍ତି। ନିଯୁକ୍ତି ସମୟରେ ବାସିନ୍ଦା ପ୍ରମାଣପତ୍ର ଦାଖଲ କରୁଛନ୍ତି। ହେଲେ ସେମାନଙ୍କ ପ୍ରମାଣପତ୍ରକୁ ଠିକ୍‌ ଭାବେ ଯାଞ୍ଚ କରାଯାଉନି। ଅନେକ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ବହୁ ଯୁବତୀ ଯୁବକ ଗଞ୍ଜାମ ଜିଲାରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
କିନ୍ତୁ ସରକାରୀସ୍ତରରେ କାହିଁକି ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ୨୦୦୬ ରେ ଏଭଳି ଏକ ବଡ଼ ରାକେଟ୍‌ ପଦାକୁ ଆସିଥିଲା। ସେହି ବର୍ଷ ଡିସେମ୍ବର ୧୬ରେ ପାତ୍ରପୁରରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ନିଯୁକ୍ତି ମେଳା ଜରିଆରେ ୩୯ଜଣ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ପାତ୍ରପୁର ବ୍ଲକରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ବେଳେ ଜାଲିଆତି ଧରାପଡ଼ିଥିଲା। ଏପରିକି ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିଲା। ଏହା ପରେ ବିଭିନ୍ନ ସମୟରେ କେତେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗାଯାଇଛି। ହେଲେ ବିଭିନ୍ନ ଆଳରେ ତହସିଲ୍‌ କର୍ତ୍ତୃପକ୍ଷ ସୂଚନା ଦେବାକୁ ମନାକରି ଦେଇଛନ୍ତି। ଯାହା ଏହି ବଡ଼ ରାକେଟ୍‌ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ପାତ୍ରପୁରର ଘଟଣାକୁ ମଧ୍ୟ ଚାପି ଦିଆଯାଇଛି। କେଉଁ ଅଜଣା ଶକ୍ତିର ନିର୍ଦ୍ଦେଶରେ ଅଧିକ ତଦନ୍ତ କରାଯାଉନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଯୁବତୀ ଯୁବକମାନେ ବିଚ୍ଛିନ୍ନାଞ୍ଚଳ କୋଟାରେ ଗଞ୍ଜାମ, କୋରାପୁଟ ଏବଂ ଗଜପତି ଜିଲାର ବିଭିନ୍ନ ସିଟି ତାଲିମ ଅନୁଷ୍ଠାନରେ ସିଟି ପାସ୍‌ କରୁଛନ୍ତି। ତା’ପରେ ଜାଲିଆତି କରି ବାସିନ୍ଦା ପ୍ରମାଣପତ୍ର ହାତେଇ ଓଡ଼ିଶାରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ପାତ୍ରପୁର ବ୍ଲକର ଯେଉଁ ୩୯ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା, ସେମାନେ ମଧ୍ୟ ଏଭଳି ଢଙ୍ଗରେ ନିଯୁକ୍ତି ପାଇଥିଲେ। ଏହି ପ୍ରସଙ୍ଗର ଆଉ ଏକ ଦିଗ ହେଲା, ଏମାନେ ପରବର୍ତ୍ତୀ ସମୟରେ ଯଦି ଆନ୍ଧ୍ରର କୌଣସି ବିଦ୍ୟାଳୟରେ ନିଯୁକ୍ତି ପାଉଛନ୍ତି, ତେବେ ଓଡ଼ିଶାରୁ ଇସ୍ତଫା ଦେଇ ଫେରିଯାଉଛନ୍ତି। ଏମିତି ମଧ୍ୟ ଘଟଣା ଦୃଷ୍ଟିକୁ ଆସିଛି, ସେମାନେ ଓଡ଼ିଶାରୁ ଇସ୍ତଫା ଦେଇ ପୁଣିରେ ଶିକ୍ଷକତା କରୁଛନ୍ତି।
ସେମାନେ ଗଞ୍ଜାମ ଜିଲାର ଚିକିଟି, ପୋଲସରା, ବ୍ରହ୍ମପୁର (କନିଷି) ପ୍ରଭୃତି ସିଟି ତାଲିମ ଅନୁଷ୍ଠାନଗୁଡିକରେ ୨ ବର୍ଷ ତାଲିମ ପାଇବା ପାଇଁ ବିଚ୍ଛନ୍ନାଞ୍ଚଳ କୋଟାରେ ନାମ ଲେଖାଉଥିବା ବେଳେ ଗଞ୍ଜାମ-ଗଜପତି ଜିଲାର ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ସିଟି ତାଲିମରୁ ବଞ୍ଚିତ ହେଉଛନ୍ତି।
୨୭ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛି। ଏଣୁ ଏହି କ୍ରମରେ ଯଦି ସରକାରଙ୍କ ପକ୍ଷରୁ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାନ୍ତା, ତେବେ ଆନ୍ଧ୍ରପ୍ରଦେଶର ବହୁ ମୂଳନିବାସୀ, ଯେଉଁମାନେ ଗଞ୍ଜାମରେ ଶିକ୍ଷକତା କରୁଛନ୍ତି ସେମାନେ ଧରାପଡ଼ିଯିବେ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
ସମ୍ପର୍କରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁରେଶୁ ସେଠୀ କୁହନ୍ତି, ନିୟମିତ ବ୍ୟବଧାନରେ ଏଭଳି ଅଭିଯୋଗ ହେଉଛି। ଆନ୍ଧ୍ରର ମୂଳନିବାସୀମାନେ ଏଠାରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବେ ଦୁଇଜଣଙ୍କ ନାମରେ ଅଭିଯୋଗ ଆସିଥିଲା।
କିନ୍ତୁ ଯାଞ୍ଚ ବେଳେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା।
ଯଦି କୌଣସି ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନାମରେ ଅଭିଯୋଗ ହୁଏ, ତେବେ ତଦନ୍ତ କରାଯିବ।
ବର୍ତ୍ତମାନ ସରକାର କେବଳ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାସିନ୍ଦା ପ୍ରମାଣପତ୍ର ପାଇଁ ନୁହଁ। ସରକାର ନିର୍ଦ୍ଦେଶ ଦେଲେ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri