ଆନ୍ଥ୍ରାକ୍ସ ଆଳରେ ଚାପି ଦିଆଯାଉଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ମରିଛନ୍ତି। କେବଳ ଚଳିତବର୍ଷ ଅଗଷ୍ଟ ୨୩ ସୁଦ୍ଧା ୩୬ ହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଦୁର୍ଘଟଣା, ଶିକାର ଓ ରୋଗ ଆଦି ହାତୀ ମୃତ୍ୟୁର କାରଣ ବୋଲି ଅଧିକାଂଶ ସମୟରେ ବନ ବିଭାଗ ରିପୋର୍ଟ ଦେଉଥିବାବେଳେ ଅନେକ କ୍ଷେତ୍ରରେ ଆନ୍ଥ୍ରାକ୍ସ ରୋଗ ବା ପ୍ରାକୃତିକ ମୃତ୍ୟୁ ଦର୍ଶାଇ ଦୋଷ ଖସାଉଛନ୍ତି ବିଭାଗୀୟ ଉଚ୍ଚ ଅଧିକାରୀ। ହାତୀ ମୃତ୍ୟୁର ପ୍ରକୃତ କାରଣକୁ ଯୋଜନାବଦ୍ଧ ଭାବେ ଘୋଡ଼ାଇ ଦିଆଯାଉଛି।
ବନ ବିଭାଗ ତଥ୍ୟ ଅନୁସାରେ, ଗତ ୩ବର୍ଷରେ ଆନ୍ଥ୍ରାକ୍ସରେ ୨୦ ହାତୀଙ୍କ ମୃତ୍ୟୁ ଘଟିଛି। ହେଲେ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ଚମକାଇ ଦେବାଭଳି ତଥ୍ୟ ଦେଇଛି। ସୂଚନା ଅଧିକାର ଆଇନ ବଳରେ ଓଡ଼ିଶା ବନ୍ୟାପ୍ରାଣୀ ସମିତି ସମ୍ପାଦକ ଡ. ବିଶ୍ୱଜିତ୍‌ ମହାନ୍ତିଙ୍କୁ ପ୍ରତିଷ୍ଠାନଠାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୭ ଏପ୍ରିଲ ୧ରୁ ୨୦୨୦ ଜୁନ୍‌ ୨୫ ମଧ୍ୟରେ ଉକ୍ତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନକୁ ବନ ବିଭାଗ ୨୦ ହାତୀର ନମୁନା ଆନ୍ଥ୍ରାକ୍ସ ପରୀକ୍ଷା ପାଇଁ ପଠାଇଥିଲା। ସେଥିରୁ ମାତ୍ର ୨ଟି ନମୁନା ପଜିଟିଭ୍‌ ଆସିଥିଲା। ବାକି ନମୁନା ନେଗେଟିଭ୍‌ ରହିଥିଲା ଅର୍ଥାତ୍‌ ୧୮ ହାତୀଙ୍କ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ନୁହେଁ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏସବୁ ହାତୀ ମୃତ୍ୟୁ ଫାଇଲ୍‌ ଆନ୍ଥ୍ରାକ୍ସ ଆଳରେ ବନ୍ଦ କରିଦିଆଯାଇଥିବା ବିଶ୍ୱଜିତ୍‌ କହିଛନ୍ତି। ପ୍ରାଥମିକ ସ୍ତରରେ ଯେଉଁ ପ୍ରାଣୀ ଚିକିତ୍ସିକମାନେ ଉକ୍ତ ୧୮ ହାତୀଙ୍କୁ ଆନ୍ଥ୍ର୍ରାକ୍ସରେ ମରିଥିବା ରିପୋର୍ଟ ଦେଇଥିଲେ, ସେମାନେ ଏବେ ସନ୍ଦେହ ଘେରକୁ ଆସୁଛନ୍ତି। ସେମାନେ ସତରେ କୌଣସି ଲକ୍ଷଣ ଦେଖିଥିଲେ ନା ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଏଭଳି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି, ତାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଶ୍ୱଜିତ୍‌।
ତେବେ ଏହି ଆର୍‌ଟିଆଇ ତଥ୍ୟ ଶିମିଳିପାଳ ହାତୀ ମୃତ୍ୟୁ କେଳେଙ୍କାରୀକୁ ମଧ୍ୟ ପଦାକୁ ଆଣିଛି। ଶିମିଳିପାଳରେ ସର୍ବାଧିକ ୯ଟି ହାତୀ ଆନ୍ଥ୍ରାକ୍ସରେ ମରିଥିବା ବନ ବିଭାଗ ରିପୋର୍ଟ ଦେଇଥିଲା। କିନ୍ତୁ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ତଥ୍ୟରେ ୯ରୁ ୯ଟି ନମୁନା ଆନ୍ଥ୍ରାକ୍ସ ନେଗେଟିଭ୍‌ ରହିଛି। ଶିମିଳିପାଳରେ ବର୍ଷସାରା ଶିକାରୀଙ୍କ ଉପଦ୍ରବ ଓ ମାଫିଆଙ୍କ ରାଜୁତି ଚାଲିଥିବାରୁ ଏଭଳି ରିପୋର୍ଟ ପ୍ରସ୍ତୁତି କରାଯାଉଥିବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି।
ସବୁଠାରୁ ଉଦ୍‌ବେଗଜନକ ଘଟଣା ହେଲା, ଗତ ୧୦ମାସରେ ୪ଟି ଘଟଣାରେ ଆନ୍ଥ୍ରାକ୍ସ ସନ୍ଦେହରେ ହାତୀ ମୃତଦେହକୁ ପୋଡ଼ାଯାଇଛି ବା ଗଭୀର ଗାତରେ ପୋତାଯାଇଛି। ୨୦୧୯ ଅକ୍ଟୋବର ୨୩ରେ ରେଢ଼ାଖୋଲ, ୨୦୨୦ ଜାନୁୟାରୀ ୧୯ରେ ରେଢ଼ାଖୋଲ, ଫେବୃୟାରୀ ୧୯ରେ କେନ୍ଦୁଝର ଓ ଜୁନ୍‌ ୨୦ରେ ଅନୁଗୋଳ ଛେଣ୍ଡିପଦାରେ ଏଭଳି ହୋଇଥିଲା। ହେଲେ ସେହି ୪ ମୃତ ହାତୀର ନମୁନା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ କିମ୍ବା ଓୟୁଏଟିକୁ ପଠାଯାଇନାହିଁ। ଡିଏଫ୍‌ଓ ଓ ପ୍ରାଣୀ ଚିକିତ୍ସକ ନମୁନାକୁ କାହିଁକି ଏଠାକୁ ପଠାଇବାକୁ ଉଚିତ ମଣିଲେନି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଆନ୍ଥ୍ରାକ୍ସ ନେଗେଟିଭ୍‌ ଆସିଥିବା ସମସ୍ତ ୧୮ ହାତୀ ମୃତ୍ୟୁର ପୁନଃ ତଦନ୍ତ ପାଇଁ ବିଶ୍ୱଜିତ୍‌ ଦାବି କରିଛନ୍ତି। ସେ କହିଛନ୍ତି, ଯଦି ଠିକ୍‌ ତଦନ୍ତ ହୋଇଥାନ୍ତା, ତେବେ ଶିକାର ପାଇଁ ଏହିସବୁ ହାତୀଙ୍କ ମୃତ୍ୟୁ ଘଟିଥିବା ଧରାପଡ଼ିଯାଇଥାନ୍ତା। କିନ୍ତୁ ତାହାକୁ ପ୍ରାକୃତିକ ମୃତ୍ୟୁ ବୋଲି କହିଦେଲେ। ଯାହାକୁ ଆନ୍ଥ୍ରାକ୍ସ ବୋଲି ସନ୍ଦେହ କରୁଛନ୍ତି, ତା’ର ଶବ ବ୍ୟବଚ୍ଛେଦ ହେଉନାହିଁ। ଯେଉଁମାନେ ଆନ୍ଥ୍ରାକ୍ସ ବୋଲି ରିପୋର୍ଟ ଦେଉଛନ୍ତି, ସେମାନେ କେଉଁ ଆଧାରରେ ଏପରି କରୁଛନ୍ତି? ଗୋଟେ ରୋଗକୁ ଚିହ୍ନିବା ପାଇଁ କିଛି ଲକ୍ଷଣ ଥିବ। ଶବ ବ୍ୟବଚ୍ଛେଦ ନ କରି କାହିଁକି ଏଭଳି ମନଇଚ୍ଛା ରିପୋର୍ଟ ଦେଉଛନ୍ତି, ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ୨୦ ହାତୀ ମୃତ୍ୟୁରୁ ବନ ବିଭାଗ ୯୦% ଭୁଲ୍‌ ରିପୋର୍ଟ ଦେବା ଆଶ୍ଚର୍ଯ୍ୟର କଥା। ବର୍ତ୍ତମାନ ସେସବୁ ହାତୀର ମୃତ ଶରୀର ନାହିଁ। କେବଳ ଫଟୋ ରହିଛି। ତେଣୁ କେସ୍‌ ରେଜିଷ୍ଟର କରି ସେହି ଫଟୋ ଆଧାରରେ ତଦନ୍ତ ହେବା ଉଚିତ ବୋଲି ବିଶ୍ୱଜିତ କହିଛନ୍ତି।
ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ଆନ୍ଥ୍ରାକ୍ସରେ ମୃତ୍ୟୁ ହୋଇନି ଅର୍ଥ ଅନ୍ୟ କୌଣସି କାରଣରୁ ହୋଇଥିବ। କିନ୍ତୁ ଶିକାର ପାଇଁ ମରିଥିଲେ ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଥାନ୍ତା। ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଭୁଲ୍‌ ରିପୋର୍ଟ ଦେବାରେ କିଛି ଲାଭ ନାହିଁ। ତେବେ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆନ୍ଥ୍ରାକ୍ସ କ’ଣ, ଏହା କିପରି ବ୍ୟାପେ
ଆନ୍ଥ୍ରାକ୍ସ ଏକ ଗୁରୁତର ସଂକ୍ରାମକ ରୋଗ, ଯାହାକି ବାସିଲସ୍‌ ଆନ୍ଥ୍ରାସିସ୍‌ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ଏହି ବ୍ୟାକ୍ଟେରିଆ ପ୍ରାକୃତିକ ଅବସ୍ଥାରେ ମାଟିରେ ମିଳିଥାଏ। ଏହା ଉଭୟ ଗୃହପାଳିତ ଓ ବନ୍ୟପ୍ରାଣୀଙ୍କୁ ସଂକ୍ରମିତ ହୋଇଥାଏ। ସଂକ୍ରମିତ ପ୍ରାଣୀ କିମ୍ବା ସେମାନଙ୍କ ମାଂସ ବା ଅନ୍ୟ କିଛି ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସି ଏହା ମଣିଷକୁ ମଧ୍ୟ ବ୍ୟାପିଥାଏ। ଯେଉଁଠି ପ୍ରାଣୀଙ୍କ ଦେହରେ ଆନ୍ଥ୍ରାକ୍ସ ଦେଖାଯାଏ, ସେହି ଅଞ୍ଚଳରେ ପ୍ରାଣୀଙ୍କର ପର୍ଯ୍ୟାୟକ୍ରମେ ସାମୂହିକ ଟିକାଦାନ ଆବଶ୍ୟକ ହୋଇଥାଏ। ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ଯଦି ଅନ୍ୟ କେଉଁ ତୃଣଭୋଜି ପ୍ରାଣୀ ଯଥା ହରିଣ, ଗାଈ, ମେଣ୍ଢା, ଛେଳି ଆଦି ଆନ୍ଥ୍ରାକ୍ସରେ ସଂକ୍ରମିତ ହୋଇଥାନ୍ତି, ତେବେ ତୃଣରୁ ହିଁ ତାହା ହାତୀକୁ ସଂକ୍ରମିତ ହୋଇଥାଏ। ଏହାପରେ ହାତୀଙ୍କ ଆଖି, ନାକ, କାନ, ପାଟି, ମଳଦ୍ୱାର, ଯୌନାଙ୍ଗ ଓ ଶୁଣ୍ଢରୁ ରକ୍ତସ୍ରାବ ହୋଇଥାଏ। ମରିଯିବା ପରେ ମୃତଦେହ ବହୁତ ଫୁଲିଯିବା ସହ ଦ୍ରୁତଗତିରେ ଡିକମ୍ପୋଜ ହୋଇଥାଏ।

 

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?