ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ସୃଷ୍ଟି କରୁଛନ୍ତି କିଛି ଭିନ୍ନ ଚମକ। ମିସ୍‌ ଆଣ୍ଡ ମିଷ୍ଟର ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୯-୨୦ରେ ମିସ୍‌ ଓଡ଼ିଶା ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଭାବେ ରାଜ୍ୟ ପଦକ ଜିତିବାର ସୌଭାଗ୍ୟ ତାଙ୍କୁ ଆଗକୁ ବଢିବା ଲାଗି ଯୋଗାଇଛି ପ୍ରେରଣା। ଘରୋଇ ଭାବେ ତାଲିମ ନେଇ ସେ ଏବେ ନିୟମିତ ର଼୍ୟାମ୍ପ ୱାକ ଅଭ୍ୟାସ ଜାରି ରଖିଛନ୍ତି। ଫେମିନା ମିସ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ଲକ୍ଷ୍ୟ ନିଜକୁ ସୁପର ମଡେଲ କରି ଗଢିବା।
ଖଇରା ବ୍ଲକ ସୁଣ୍ଢିରା ପଞ୍ଚାୟତ ଅଧୀନ ଅଘାପଦା ଗ୍ରାମର ବସନ୍ତ ସାହୁଙ୍କ ଝିଅ ସ୍ବୀକୃତି । ଭାରତୀୟ ସେନା ବାହିନୀରେ ତାଙ୍କ ବାପା କାର୍ଯ୍ୟ କରୁଥିବାରୁ ସେ ବାଙ୍ଗାଲୋର ଚାଲିଯାଇ ସେଠାରେ ପାଠ ପଢି ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସ୍ବୀକୃତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ବଢିବା ପାଇଁ ତାଙ୍କର ଦୃଢ ଇଚ୍ଛାଶକ୍ତି ରହିଛି। ଦିନେ ନା ଦିନେ ସେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିବେ। ମିସ ଆଣ୍ଡ ମିଷ୍ଟର ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୨୦୧୯-୨୦ ପ୍ରତିଯୋଗିତାରେ ଭାଗ ନେଇ ମିସ୍‌ ଓଡିଶା ଏସିଆ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଭାବେ ରାଜ୍ୟ ପଦକ ପ୍ରତିଯୋଗିତା ଜିତିବା ଥିଲା ତାଙ୍କ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ। ଗ୍ଲୋବାଲ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ଆନୁକୂଲ୍ୟରେ ଦିଲ୍ଲୀର ମହିପାଲପୁରର ଗ୍ଲିଜ ୱେଷ୍ଟର୍ନ ଇନ୍‌ରେ ଗତ ଜାନୁୟାରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୋମିଂ ପର୍ଯ୍ୟାୟରେ ପ୍ରଥମ ୨୦ଜଣଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ୨୮ତାରିଖରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ତାଙ୍କୁ ଓଡ଼ିଶା ପାଇଁ ମିଳିଥିଲା ବିଜୟ ପଦକ। ଭାରତୀୟ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠାନର ଅଧ୍ୟକ୍ଷ ରଣଦୀପ ପାଲ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ପାଠପଢା ସମୟରେ ନିଜେ ସଂଘର୍ଷ କରି ବହୁ ବାଧାବିଘ୍ନ ଅତିକ୍ରମ କରି ସେ ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ୨୦୧୯ ଡିସେମ୍ବର ୧୩ତାରିଖରେ ସିଏମଓଏଫ୍‌ ଗ୍ଲୋବାଲ୍ସ ତରଫରୁ ହାଇଦ୍ରାବାଦଠାରେ ଶିଳ୍ପକଳା ଭେଦିକା ପକ୍ଷରୁ ଆୟୋଜିତ ମିସ ଆଣ୍ଡ ମିଷ୍ଟର ଅର୍ବାନ ଇଣ୍ଡିଆ ପ୍ରତିଯୋଗିତାରେ ସେ ୧୦ଜଣଙ୍କ ମଧ୍ୟରେ ନିଜ ସ୍ଥାନ ପକ୍କା କରିଥିଲେ । ଓଡିଶା ମାଟିର ଝିଅ ଭାବେ ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri