Posted inଖେଳ

ଆନନ୍ଦଙ୍କ ପ୍ରଥମ ବିଜୟ

ଇନ୍ଧୋଭେନ୍‌ (ନେଦରଲାଣ୍ଡ୍ସ), ୧୮ା୧ (ପି.ଟି.)-୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେଫ୍ରି ଜିଅଙ୍ଗ୍‌ଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ଆନନ୍ଦ ଖେଳିସାରିଥିବା ୪ଟି ଗେମ୍‌ ମଧ୍ୟରୁ ୩ଟି ଡ୍ର ରଖିଥିବାବେଳେ ଗୋଟିଏରେ ପରାଜିତ ହୋଇଛନ୍ତି। ଶୁକ୍ରବାର ବିଜୟ ଦ୍ୱାରା ଆନନ୍ଦ ୨.୫ ପଏଣ୍ଟ ସହ ମିଳିତ ୬ଷ୍ଠ ସ୍ଥାନରେ ଅଛନ୍ତି। ଫିରୋଜା ଆଲିରେଜା ନେଦରଲାଣ୍ଡ୍ସର ଆନିଶ ଗିରିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ଇରାନର ଏହି ଖେଳାଳି ଅଳ୍ପ କେତେଦିନ ହେଲା ଫିଡେ ଅଧୀନରେ ଖେଳୁଛନ୍ତି। ବର୍ତ୍ତମାନ ସେ ୩.୫ ପଏଣ୍ଟ ଅର୍ଜନ କରି ଯୁକ୍ତରାଷ୍ଟ୍ର ଆମେରିକାର ଓ୍ବେସ୍‌ଲେ ସୋ’ଙ୍କ ସହିତ ମିଳିତ ଅଗ୍ରଣୀ ଲାଭ କରିଛନ୍ତି। ଉଭୟେ ସେମାନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଷିଆର ଭ୍ଲାଡିସ୍ଲାଭ ଆର୍ଟେମିଭ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଫାବିଆନୋ କାରୁଆନା ଏବଂ ନେଦରଲାଣ୍ଡର ଜୋର୍ଡେନ ଭାନ୍‌ ଫୋରିଷ୍ଟଙ୍କଠାରୁ ମାତ୍ର ଅଧା ପଏଣ୍ଟ ଆଗରେ ରହିଛନ୍ତି। ଏହା ପଛକୁ ପ୍ରତ୍ୟେକ ୨.୫ ପଏଣ୍ଟ ସହ ଆନନ୍ଦ, ବିଶ୍ୱ ଚାମ୍ପିୟନ ନରଓ୍ବେର ମାଗ୍ନେସ କାର୍ଲସେନ୍‌, ପୋଲାଣ୍ଡର ଜାନ୍‌-କ୍ରିଜଫ୍‌ ଡୁଡା, ରୁଷିଆର ଡୁବୋଭ ଡାନିଲ ଏବଂ ଜିଅଙ୍ଗ ରହିଛନ୍ତି। ପରାଜୟ ଦ୍ୱାରା ଆନିଶ ଗିରି ୨ ପଏଣ୍ଟ ସହ ୧୧ତମ ସ୍ଥାନକୁ ଖସି ଆସିଛନ୍ତି। ରୁଷିଆର ନିକିତା ଭଟ୍ବିଗୋଭ୍‌ ମଧ୍ୟ ସମାନ ପଏଣ୍ଟ ସହ ଏହି ସ୍ଥାନରେ ଅଛନ୍ତି। ଚାଇନାର ୟୁ ୟାନଗି ୧.୫ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଥିବାବେଳେ କୋଭାଲେଭ୍‌ ମାତ୍ର ଏକ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ସ୍ଥାନରେ ଅଛନ୍ତି। ୧୪ଜଣ ଖେଳାଳିଙ୍କୁ ନେଇ ଏହି ମାରାଥନ ଇଭେଣ୍ଟର ଆହୁରି ୮ ରାଉଣ୍ଡ ଖେଳ ବାକିି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri