ଆଦିବାସୀଙ୍କ ସ୍ବପ୍ନରେ ସୀମିତ ରହିଯାଉଛି ଆବାସ

ଦଶମନ୍ତପୁର,୩୦।୧୨(ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡ଼ାପଦର ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଏହି ଅଞ୍ଚଳର ଆବାସ ଘର ନିର୍ମାଣ କାମ ସଲାସୁତୁରାରେ ଠିକାଦାରଙ୍କ ହାତକୁ ଯାଉଛି। କିନ୍ତୁ କେଉଁଠି ହିତାଧିକାରୀଙ୍କ ଆବାସ ଘର ଶେଷ ହୋଇଥିଲେ ମଧ୍ୟ ଏଯାବତ୍‌ ବିଲ୍‌ ମିଳିପାରୁ ନାହିଁ। ଅନ୍ୟ କେଉଁଠି ଆବାସ ଶେଷ ହୋଇଛି, କିନ୍ତୁ ଘରର ଅବସ୍ଥା ଦେଖି ମୁଣ୍ଡ ଗୁଞ୍ଜିବାକୁ ଭୟ କରୁଛନ୍ତି ହିତାଧିକାରୀ। ଅନ୍ୟ କେତେକଙ୍କ ଆବାସ ଅନୁଦାନ ଉଠିଯାଇଥିଲେ ମଧ୍ୟ ବର୍ଷାଧିକ କାଳ ଘର ଅଧାପନ୍ତରିଆ ପଡ଼ିଛି। ଏନେଇ ପୂର୍ବରୁ ବହୁ ଖବର ପ୍ରକାଶ ପାଇଛି।
ପରଜା ବେଡ଼ାପଦର ପଞ୍ଚାୟତରେ ଥିବା ସେମ୍ବି ଗ୍ରାମର ଦୁକି ମୁଦୁଲି (୬୫)ଙ୍କର ମଧ୍ୟ ସେହି ସମାନ ଅବସ୍ଥା। ତାଙ୍କ କହିବାନୁସାରେ ୩ ବର୍ଷ ତଳେ ତାଙ୍କୁ ଏକ ଆବାସ ଘର ମିଳିଥିଲା। ନିଜେ କଲେ ଡେରି ହେବ, ତେଣୁ ଆମେ ଠିକାରେ କରିଦେବୁ ବୋଲି ପ୍ରଲୋଭନ ଦେଖାଇ ଜଣେ ଠିକାଦାର କାମ ହାତେଇଥିଲେ। ତେବେ ସେ ଏଭଳି ଘରଟି ତିଆରି କରିଛନ୍ତି, ଯେଉଁଥିରେ ଜଣେ ଚଳିବା କଷ୍ଟକର। ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଘରଟି ସମ୍ପୂର୍ଣ୍ଣ ହୋଇନାହିଁ। ଠିକାଦାରଙ୍କୁ ବହୁବାର କହିଥିଲେ ମଧ୍ୟ ସେ କାନ ଦେଉ ନ ଥିବା ଦୁକିଙ୍କ ସ୍ବାମୀ କେଶରି ମୁଦୁଲି କହିଛନ୍ତି। ଗୋଟିଏ ବୋଲି ଝିଅ ବିବାହ କରିବା ପରଠୁ ଦୁକି ଓ କେଶରୀ ପରିଣତ ବୟସରେ ଏହି ଘରେ ଚଳୁଛନ୍ତି। କେବଳ ଦୁକି ନୁହନ୍ତି, ଗ୍ରାମର ଶରତ ମୁଦୁଲିଙ୍କ ସ୍ତ୍ରୀ ସନମତି ମୁଦୁଲିଙ୍କ ନାଁରେ ମଧ୍ୟ ଆସିଥିବା ଆବାସ ଘର ଏକ ବର୍ଷରୁ ଊଦ୍ଧର୍‌ବ ହେବ ଫାଉଣ୍ଡେଶନରେ ହିଁ କାମ ସୀମିତ ରହିଛି। ସନମତି, ତାଙ୍କର ସ୍ବାମୀ ଓ ପୁଅ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଯୋଗାଯୋଗ କରିବାରୁ, ମୁଁ ଟିକେ ବ୍ୟସ୍ତ ଅଛି। ସେ ବିଷୟରେ ପରେ କଥା ହେବି ବୋଲି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri