ଆଦିବାସୀଙ୍କ ନିଆରା ଚିତ୍ରକଳା: ମାଟି କାନ୍ଥରେ କାନଭାସ୍‌

ଆଦିବାସୀ ସଂସ୍କୃତିରେ ରଙ୍ଗୀନ ଘର ଓ ପାରମ୍ପାରିକ ଚିତ୍ର କଳା ବହୁ ଆଗରୁ ଜଡ଼ିତ। ଆଧୁନିକତାର ଚାକଚକ୍ୟ ସତ୍ତ୍ୱେ ଏବେ ମଧ୍ୟ କେନ୍ଦୁଝର ଜିଲାର ଅନେକ ଆଦିବାସୀ ଗ୍ରାମରେ ଏହାର ଛାପ ଦେଖିବାକୁ ମିଳିଥାଏ। ବିଶେଷ କରି ଏହି ଚିତ୍ର କଳାର ଛାପ ସେମାନଙ୍କ ସୁସଜ୍ଜିତ ଘରଗୁଡ଼ିକରେ ପରିଲକ୍ଷିତ ହୋଇଥାଏ। ମାଟି ଘର କାନ୍ଥରେ ରଙ୍ଗ ବେରଙ୍ଗ ଚିତ୍ର କଳା ନିଆରା। ବିଶେଷ କରି ସାନ୍ତାଳ, ମୁଣ୍ଡା, ଭୂୟାଁ, ଜୁଆଙ୍ଗ ଆଦି ଆଦିବାସୀମାନେ ସ୍ବଛତା ରକ୍ଷା ସହ ଘରକୁ ସୃଦୃଢ କରି ରଖିବା ପାଇଁ ଏଭଳି ବିଭିନ୍ନ ରଙ୍ଗରେ ରଙ୍ଗାଇଥାନ୍ତି। ବିଭିନ୍ନ ଅଞ୍ଚଳରେ ନାଲି, ନୀଳ, ସବୁଜ, କଳା, ହଳଦିଆ ଆଦି ରଙ୍ଗରେ ରଙ୍ଗେଇ ହୋଇଥିବା ରଙ୍ଗୀନ ଘରଗୁଡ଼ିକ ଯିବାଆସିବା କରୁଥିବା ଲୋକ, ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। କିଏ ଫଟୋ ଉଠାଇ ନେଇଥାନ୍ତି ତ କିଏ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଛାଡ଼ିଥାନ୍ତି। ଲୋକେ ଯେତେ ଆଧୁନିକତାକୁ ସ୍ପର୍ଶ କଲେ ମଧ୍ୟ ଏଭଳି କାରୁକାର୍ଯ୍ୟ ଯିଏ ଦେଖେ ସିଏ କିଛି ସମୟ ପାଇଁ ସେଠି ଛିଡ଼ା ହୋଇ ଦେଖେ। ଏହିଭଳି ଗ୍ରାମକୁ ପ୍ରଶାସନ ତରଫରୁ ପ୍ରୋତ୍ସାହନ ମିଳିଲେ ଏଠାକୁ ଆହୁରି ପର୍ଯ୍ୟଟକ ବୁଲି ଆସିବେ। ଏପରି କି ଏହି ଗ୍ରାମରେ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଗଲେ ଲୋକେ ପ୍ରାକୃତିକ ପରିବେଶକୁ ବେଶ୍‌ ଉପଭୋଗ କରିବା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ରହିବା ମଧ୍ୟ ଜାଣିପାରିବେ।

ଆଦିବାସୀମାନେ ବିଭିନ୍ନ ପ୍ରକାରର ପ୍ରକୃତି ଦତ୍ତ ରଙ୍ଗ ଜଙ୍ଗଲ, ବିଲଖମାର ତଥା ପାହାଡ଼ରୁ ସଂଗ୍ରହ କରିଥାନ୍ତି। ଏହି ରଙ୍ଗ ମାଟି, ଗଛପତ୍ରରୁ ଆଦି ସଂଗ୍ରହ କରିଥାନ୍ତି। ହେଲେ ଆଜିକାଲି ଜଙ୍ଗଲ ଓ ପାହାଡ଼ ନଷ୍ଟ ହେବାକୁ ବସୁଥିବାରୁ ପ୍ରାକୃତିକ ରଙ୍ଗ ସାହିତ ଅନେକ କେମିକାଲ ରଙ୍ଗ ବ୍ୟବହାର କରୁଛନ୍ତି। ରଙ୍ଗୀନ ମାଟି, ଗଛପତ୍ରର ରସ, ଚେର, ଗଛ ଡାଳ ଆଦିରୁ ବିଭିନ୍ନ ପ୍ରକାରର ରଙ୍ଗ ପ୍ରସ୍ତୁତ କରି ବ୍ୟବହାର କରିଥାନ୍ତି। ପ୍ରାକୃତିକ ରଙ୍ଗ ହୋଇଥିବାରୁ ସ୍ବାସ୍ଥ୍ୟପକ୍ଷେ କେମିକାଲ ରଙ୍ଗ ଭଳି କ୍ଷତିକାରକ ହୋଇ ନ ଥାଏ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଥାନ୍ତି। ତେବେ ଅଧୁନା ଏଥିସହିତ କେମିକାଲ ରଙ୍ଗର ବ୍ୟବହାର କରୁଥିବାରୁ ଏହି ପୁରୁଣା ପରମ୍ପରା ଲୋପ ପାଇବାକୁ ବସୁଛି।

ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଚିତ୍ରକଳା ଓ ବ୍ୟବହୃତ ଶୈଳୀ ଅଲଗା ଅଲଗା। ଏହା ଦ୍ୱାରା ଘର ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ପରିଷ୍କାର ଓ ପରିଛନ୍ନତା ରକ୍ଷା ହୋଇଥାଏ। ସେହିପରି ଘର ପରିବେଶ ଶୀତଳ ରହିଥାଏ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ସେମାନେ କୁହନ୍ତି। ରଙ୍ଗବେରଙ୍ଗ କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଥାନ୍ତି। ଏହି ରଙ୍ଗୀନ କାନ୍ଥରେ ସେମାନେ ପଶୁପକ୍ଷୀ, ଦେବାଦେବୀ, ବୃକ୍ଷଲତା, ପାହାଡ ଆଦିର ଚିତ୍ର ଆଙ୍କିଥାନ୍ତି। ପରୋକ୍ଷରେ ଏବି ଚିତ୍ର ଦ୍ୱାରା ସେମାନଙ୍କ ଚିନ୍ତାଧାରା ପରିବ୍ୟକ୍ତ କରିଥାନ୍ତି।
ଏହି ରଙ୍ଗ ମାରିବା ସହିତ ଚିତ୍ର କରିବା ପୂର୍ବରୁ ଘରର ଛାତ, କାନ୍ଥ ଓ ଭୂମିକୁ ମାଟି ଲେପି ମରାମତି କରିଥାନ୍ତି। ଏସବୁ ମାଟି ସବୁ ସ୍ଥାନରେ ମିଳେ ନାହିଁ। ଆଦିବାସୀମାନେ ବୁଲାବୁଲି କରି ବହୁ ଦୂରରୁ ପାହାଡ଼, ଜଙ୍ଗଲାଞ୍ଚଳରୁ ସଂଗ୍ରହ କରିଥାନ୍ତି। ମୃତ୍ତିକା କ୍ଷୟ ଯୋଗୁ ସେଭଳି ରଙ୍ଗୀନ ମାଟି ଆଉ ମିଳୁନାହିଁ। ମାଟି ପାଇଁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ଆଣିବାକୁ ପଡୁଥିବା ସ୍ଥାନୀୟବାସୀ କହିଛନ୍ତି। ଆଗଭଳି ଏହି ସବୁ ପ୍ରାକୃତିକ ରଙ୍ଗିନ ମାଟି ତଥା ଗଛପତ୍ରରୁ ସଂଗୃହୀତ ରଙ୍ଗ ମିଳୁ ନ ଥିବାରୁ ଏବଂ ଏହା ବ୍ୟୟବହୁଳ ହେଉଥିବାରୁ ଅନେକ ଏହାକୁ ବ୍ୟବହାର କରୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
– ନରେଶ ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri