ଆଦିବାସୀ ଯୁବକ ନିର୍ମାଣ କଲେ ସ୍ବୟଂଚାଳିତ ପେଟ୍ରୋଲ ପମ୍ପ

କଳିଙ୍ଗନଗର,୨୩ା୧(ଡି.ଏନ୍‌.ଏ.):ମାଟ୍ରିକ ପାସ୍‌ ପରେ ଅର୍ଥ ଅଭାବରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ତେଣୁ କିଛି ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଥିବା ବ୍ରାହ୍ମଣୀ ପାଳ ବଜାରରେ ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଆଣି ବିକ୍ରି କଲେ। ହେଲେ ଏଠାରେ ତେଲ ଦେବାକୁ କେହି ନ ଥିବାବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ରାହ୍ମଣୀପାଳଠାରୁ ପ୍ରାୟ ୧୫/୧୬ କିଲୋମିଟର ଦୂରରେ ପେଟ୍ରୋଲ ପମ୍ପ ଅବସ୍ଥିତ। ତେଣୁ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ କବାଡ଼ିଆ ଲୁହାରେ ନିର୍ମିତ ହୋଇଛି ପେଟ୍ରୋଲ ପମ୍ପ ଆକୃତିର ଏକ ମେଶିନ। ମେଶିନରୁ ତୈଳ ଭରିବା ଭଳି ପାଇପ୍‌ ବାହାରକୁ ଲମ୍ବିଛି। ହ୍ୟାଣ୍ଡେଲ ନୋଜଲ ବି ପମ୍ପ ଅନୁରୂପ ସେମିତି ଖଞ୍ଜାଯାଇଛି। ପମ୍ପଠାରୁ ଅପେକ୍ଷାକୃତ ଛୋଟ ହେଲେ ବି ଏହା ଯେ ଏକ ଇନ୍ଧନ ଭରା ଯାଉଥିବା ପମ୍ପ ତାହା ଜାଣିବାକୁ ଆଦୌ ଅସୁବିଧା ହେଉନାହିଁ। ମାତ୍ର ଏଠାରେ ତୈଳ ଦେବା ପାଇଁ କେହିନାହାନ୍ତି। ମେଶିନ ସମ୍ପୂର୍ଣ୍ଣ ସ୍ବୟଂଚାଳିତ, ଯାହାର ପେଟ୍ରୋଲ ଆବଶ୍ୟକ ସେ ନିଜେ ନେଇ ଗାଡ଼ିରେ ଭରିପାରୁଛନ୍ତି। ମେଶିନରୁ ଥରକରେ ୧୦୦ ଟଙ୍କାର ପେଟ୍ରୋଲ ବାହାରୁଛି। ମେଶିନରେ ପ୍ରଥମେ ୧୦୦ ଟଙ୍କାର ଏକ ନୋଟ ଭରିବାକୁ ପଡ଼ିଥାଏ। ଏହାବ୍ୟତୀତ ଏଠାରେ ବାର୍‌ କୋଡ୍‌ ସ୍କାନିଂ ମାଧ୍ୟମରେ ବି ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଟଙ୍କା ପ୍ରାପ୍ତ ହେବା ପରେ ଯାଇ ମେଶିନ ତୈଳ ଦେଉଛି। ଏମିତି ଏକ ବିକଳ୍ପ ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ। ତାଙ୍କ ଘର ଯାଜପୁର ଜିଲା କିଆଝର ପଞ୍ଚାୟତ ଭାଲୁବସା ଗ୍ରାମରେ। କାହ୍ନୁ ଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ରଙ୍କ ବୟସ ଏବେ ୨୩ ବର୍ଷ। ଅନେକ ଥର ଭଙ୍ଗା ଗଢ଼ା ପରେ ସେ ଏହି ଯନ୍ତ୍ରଟି ବିକଶିତ କରିପାରିଛନ୍ତି।
ଟିକିଏ ଆଶ୍ଚର୍ଯ୍ୟ କରିବା ଭଳି ଏହି ଯନ୍ତ୍ରଟି ରହିଛି ଯାଜପୁର ଓ କେନ୍ଦୁଝର ଜିଲା ସୀମାନ୍ତ ବ୍ରାହ୍ମଣୀପାଳ ବଜାରରେ। ଆଖପାଖରେ ପେଟ୍ରୋଲ ମିଳୁ ନ ଥିବାରୁ ଲୋକେ ପିଲା ଛୁଆ ପରିବାର ସହିତ ରାସ୍ତାରେ ଅନେକ ସମୟରେ ଗାଡ଼ି ଗଡାଇ ଗଡ଼ାଇ ଯିବାକୁ ବାଧ୍ୟ ହୁଅନ୍ତି। ତେଣୁ ଏଠାରେ ୨୪ ଘଣ୍ଟିଆ ସେବା ଦେବା ଭଳି ପେଟ୍ରୋଲ ପମ୍ପ ନିର୍ମାଣ ନିଶା ହିଁ ଜିତେନ୍ଦ୍ରଙ୍କୁ ଏହି ବିକଳ୍ପ ସାଧନ ପାଇଁ ବାଟ ଦେଖାଇଥିଲା। ଜିତେନ୍ଦ୍ର ଲିଟର ପ୍ରତି ୮ଟଙ୍କା ଲାଭ ରଖି ଲୋକଙ୍କୁ ପେଟ୍ରୋଲ ଦେଉଛନ୍ତି। ତାଙ୍କ କହିବା ମୁତାବକ, ଏହି ମେଶିନରୁ ଦୈନିକ ୪୦ରୁ ୫୦ ଲିଟର ତେଲ ବିକ୍ରି ହେଉଛି। ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଛି। ତେଲ ଭରିବା ସମୟରେ ପରିମାଣ ଓ ମୂଲ୍ୟ ସୂଚୀ ପ୍ରଦର୍ଶନ କରୁଥିବା ଡିସପ୍ଲେ ଟିକୁ ଅଧିକ ବିକଶିତ ପାଇଁ ସେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ମେଶିନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିର୍ମାଣ କରିଛନ୍ତି। କେବଳ ଶହେ ଟଙ୍କିଆ ବ୍ୟତୀତ ଅନ୍ୟ ଯେ କୌଣସି ଟଙ୍କା ଦେଲେ ମେଶିନଟି ଫେରାଇ ଦେଉଛି। ଅନ୍ୟପକ୍ଷରେ ଡିଜିଟାଲ ପେମେଣ୍ଟ ହେବା ପରେ ଯାଇ ମେଶିନର ଚାବି ଖୋଲିଯାଉଛି। ଜିତେନ୍ଦ୍ରଙ୍କ ଏହି ମେଶିନ ଅଧିକ ନିର୍ମାଣ ହୋଇ ପାରିଲେ ଅନେକ ଅପହଞ୍ଚ ଇଲାକାରେ ଆବଶ୍ୟକତା ମେଣ୍ଟିପାରନ୍ତା। ଏ ଦିଗରେ ରାଜ୍ୟ ସରକାର ତାଙ୍କୁ ସହଯୋଗର ହାତ ବଢ଼ାେଇଲ ଜିତେନ୍ଦ୍ର ଅଧିକ ମେଶିନ ନିର୍ମାଣ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ଯ ହରାଇ ଓଲଟିଲା ଅଟୋ; ୫ ମହିଳା ଶ୍ରମିକ ଗୁରୁତର, ମୂଲ ଲାଗିବା…

ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ...

ସତସଙ୍ଗ ପ୍ରତିଯୋଗିତା: ଜିଲାସ୍ତରରେ କୃତକାର୍ଯ୍ୟ ହେବା ଦଳ ଯିବେ ଅଯୋଧ୍ୟା

ଜି.ଉଦୟଗିରି,୧୩।୧( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଫୁଲବାଣୀ ଅଞ୍ଚଳ ଏକଲ ଅଭିଯାନ ସଂସ୍କାର ଶିକ୍ଷା ତରଫରୁ ସୋମବାର ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପରିସରରେ ସତସଙ୍ଗ...

IIT କ୍ୟାମ୍ପସରେ ଦୁର୍ଘଟଣା, ସ୍କୁଟିରେ ଆସୁଥିବା ବେଳେ ଡିଭାଇଡରରେ…

ଖୋର୍ଦ୍ଧା,୧୩।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ଆଇଆଇଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ସ୍କୁଟି ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା...

ଝିଅଙ୍କୁ ଜୋରଜବରଦସ୍ତ ବିବାହ କରିବା ପଡ଼ିବ ମହଙ୍ଗା: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୧୩।୧: ଝିଅମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରିବାକୁ ବାଧ୍ୟ କରୁଥିବା ମାତାପିତାଙ୍କୁ ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି...

ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ...

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ...

ଟ୍ୟାଗ୍‌, ଟୋକନ ସମସ୍ୟାରେ ଚାଷୀ ହନ୍ତସନ୍ତ: ମଣ୍ଡିରେ ପଡ଼ିଛି ୧୧ ଲକ୍ଷ ୬ ହଜାର ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୧(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ପ୍ରାୟ ଦେଢ ମାସ ବିତିଯାଇଛି। ମାତ୍ର ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରିନାହିଁ। ଯେଉଁ ଚାଷୀଙ୍କ ପାଖକୁ...

ଧାନ କଟଣି ଛଟଣି ବନ୍ଦ ଦାବି : ଆଜିଠୁ ଆମରଣ ଅନଶନରେ ବସିବ ଜିଲା କଂଗ୍ରେସ, ସମାଧାନ ନ ହେବା ଯାଏ…

ଦେବଗଡ,୧୩ା୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି l ଏହାର ପ୍ରତିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri