ଭୁବନେଶ୍ୱର,୨୪।୬ (ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍ (ଏପିଏଲ୍) ନିକଟକୁ ଯିବ। ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍ କର୍ପୋରେଶନ ସହ ଆଦାନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତି (ଏସ୍ଏସ୍ପିଏ)ରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଆଦାନୀ ଏଇଏସ୍ର ଓପିଜିସି ହୋଲ୍ଡିଂ ଏବଂ ଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ର ଓପିଜିସିରେ ଥିବା ୮୯, ୩୦,୨୭୩ ଇକ୍ୱିଟି ଶେୟାରକୁ ଅଧିଗ୍ରହଣ କରିବ। ଅଧିଗ୍ରହଣର ମୋଟ ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲା ବନହରପାଲିରେ ଓପିଜିସି ୧୭୪୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପରିଚାଳନା କରୁଛି। ଉକ୍ତ ପ୍ଲାଣ୍ଟରେ ଆଦାନୀ ବର୍ତ୍ତମାନ ଅଂଶୀଦାର ହୋଇଛି। ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି। ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଉକ୍ତ ୟୁନିଟ କାର୍ଯ୍ୟ କରୁଛି। ଉକ୍ତ ୟୁନିଟରେ କମ୍ ପ୍ରଦୂଷଣ ସହ ୧୩୨୦ ମେଗାଓ୍ବାଟ୍ର ସୁପର କ୍ରିଟିକାଲ ଫାସିଲିଟିକୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟବର୍ତ୍ତୀ କ୍ୟାପ୍ଟିଭ ଖଣିଗୁଡ଼ିକରୁ ଜାଳେଣି କୋଇଲା ଏହି ପ୍ଲାଣ୍ଟକୁ ଯୋଗାଣ ହେଉଛି। ଏହାବାଦ ରାଜ୍ୟ ସରକାରଙ୍କ ଗ୍ରୀଡ୍କୋ ସହ ୨୫ ବର୍ଷର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି(ପିପିଏ)ରେ ଉକ୍ତ ପ୍ଲାଣ୍ଟ ସାମିଲ ହୋଇଛି।
ଓପିଜିସିର ବଳକା ୫୧% ଅଂଶ ଓଡ଼ିଶା ସରକାରଙ୍କ ନିକଟରେ ରହିବ ବୋଲି ଜଣାପଡ଼ିଛି। ଉକ୍ତ ଅଧିଗ୍ରହଣ ଚୁକ୍ତି ଦ୍ୱାରା ଆଦାନୀ ପ୍ରଥମକରି ରାଜ୍ୟର ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରବେଶ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଓଡ଼ିଶାରେ ଉଚ୍ଚ ଗୁଣବତ୍ତା ଭିତ୍ତିଭୂମି ନିର୍ମାଣ ଏବଂ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ କାମ କରିବାକୁ ଉଦ୍ୟମ ଜାରି ରହିବ ବୋଲି ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି। ସେହିଭଳି ଘରୋଇ ବଜାରରେ ଶକ୍ତ ସଂରକ୍ଷଣ ଏବଂ ଅଣପାରମ୍ପରିକ ଶକ୍ତି ଯୋଗାଣ ଦିଗରେ ଆଦାନୀ ଗ୍ରୁପ୍ ଏବଂ ଏଇଏସ୍ ମିଳିତ ହୋଇ କାମ କରିବେ। ରାଜ୍ୟରେ ସେବା ଯୋଗାଣ ନେଇ କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ମଞ୍ଜୁରୀ ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୭, ୨୦୧୮ ଏବଂ ୨୦୧୯ ଆର୍ଥତ୍କ ବର୍ଷରେ ଓପିଜିସିର ମୋଟ ଆୟ ଯଥାକ୍ରମେ ୭୫୮.୦୯ କୋଟି, ୬୧୩.୩୬ କୋଟି ଏବଂ ୮୮୭.୭୧ କୋଟି ଟଙ୍କା ରହିଛି।
ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର
ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…
ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ
ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…
ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର
ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…
କାନୀଗୁମା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ
ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…
ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ
ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…
ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ
ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…
ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…
ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…
ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…
ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…
Archives

