ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା। ଖୁବ୍‌ଶୀଘ୍ର ରାଜ୍ୟର ଗୋଟିଏ କିମ୍ବା ଦୁଇଟିି ପର୍ଯ୍ୟଟନସ୍ଥଳୀକୁ ମିଳିବ ଆଦର୍ଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା। ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାରୁ ପୁରୀ ଏବଂ କୋଣାର୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବାର ସମସ୍ତ ଯୋଗ୍ୟତାକୁ ପୂରଣ କରୁଛି। କେହି ଚାହିଁଲେ ମଧ୍ୟ ଏହି ଦୁଇଟି ସ୍ଥାନକୁ ଆଇକନିକ୍‌ ଟ୍ୟାଗ୍‌ ପାଇବାରୁ ବାଦ୍‌ ଦେଇପାରିବେ ନାହିଁ। ଓଡ଼ିଶା ପକ୍ଷରୁ ଆମକୁ ପର୍ଯ୍ୟଟନସ୍ଥଳୀ ସମ୍ପର୍କିତ ଠିକ୍‌ ଏବଂ ନିର୍ଦ୍ଦିଷ୍ଟ ତଥ୍ୟ ମିଳି ନ ଥିବାରୁ ଦୁର୍ଭାଗ୍ୟଜନକଭାବେ ଏହି ଦୁଇଟି ସ୍ଥାନ ତାଲିକାରୁ ବାଦ୍‌ ପଡ଼ିଥିଲା। ତେବେ ଖୁବ୍‌ଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜ୍‌ ଷ୍ଟାଟସ୍‌ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପଟେଲ କହିଛନ୍ତି।
୧୯ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପର୍ଯ୍ୟଟନ ଅଧିକାରୀଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଦେଶର ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରିବା ଲାଗି ମାନସମନ୍ଥନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପଟେଲ କହିଲେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତଭାବେ ପର୍ଯ୍ୟଟନର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇଁ କାମ କରିବା ଜରୁରୀ। ବିଦେଶୀଙ୍କ ମନରେ ଭାରତକୁ ନେଇ ଯେଉଁ ନକରାତ୍ମକ ଧାରଣା ରହିଛି ତାହା ଜାଣିବା ଲାଗି ରାଜ୍ୟ ସରକାରମାନେ ଏକ ସର୍ଭେ କରନ୍ତୁ। ଏଥିସହ ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯେପରି ଦୁଇଗୁଣା ବୃଦ୍ଧିପାଇବ ସେହି ଲକ୍ଷ୍ୟ ନେଇ କାମ କରିବାକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପଟେଲ କହିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଆଡ୍‌ଭେଞ୍ଚର୍‌ ଟୁରିଜିମ୍‌ର ବିକାଶ, ବ୍ରେଡ୍‌ ଆଣ୍ଡ୍‌ ବ୍ରେକ୍‌ଫାଷ୍ଟ ଏବଂ ହୋମ୍‌ ଷ୍ଟେ’ ଯୋଜନାର ଗାଇଡ୍‌ଲାଇନ, ସ୍ବେଦେଶ ଦର୍ଶନ ଓ ପ୍ରସାଦ ଯୋଜନାର ଉପଯୋଗିତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ‘ଇନ୍‌କ୍ରେଡିବଲ୍‌ ଇଣ୍ଡିଆ’ ଓ୍ବେବ୍‌ସାଇଟର ହିନ୍ଦୀ ଭର୍ସନ ଲୋକାର୍ପଣ କରାଯାଇଥିବାବେଳେ ଆସନ୍ତା ମାସରେ ଚାଇନିଜ୍‌, ଆରବିକ୍‌ ଓ ସ୍ପାନିଶ୍‌ ଭର୍ସନରେ ଏହି ଓ୍ବେବ୍‌ସାଇଟ୍‌ ଲୋକାର୍ପିତ ହେବ ବୋଲି ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଦେଶର ୧୭ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଏହି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନ ଥିଲା। ଏହାକୁ ନେଇ ବିରୋଧ ହେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri