ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ

(ଦୀନେଶ କୁମାର ଦେହୁରୀ)
ବନ୍ତଳା,୩ା୯

ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ ସହାୟତା। ଏପରି କି ରହିବା ପାଇଁ ଘର କି ଚଳିବା ପାଇଁ କାମ ଯୋଗାଇ ଦିଆଯାଇ ନ ଥିବାରୁ ସେ ବାଧ୍ୟ ହୋଇ ପୋଲିସ କ୍ୟାମ୍ପ ଛାଡ଼ି ଘରକୁ ପଳାଇ ଯାଇଛନ୍ତି। ଅନୁଗୋଳ ଜିଲା ସାତକୋଶିଆ ଜଙ୍ଗଲ ମଧ୍ୟରେ ତାଙ୍କ ଗଁା ହୋଇଥିବାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ପୁରୁଣାକୋଟ ଥାନା ମଝିପଡା ଗ୍ରାମର ଜଲି ଦେହୁରୀ (୧୮)।
ଜଲିଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ରେ ଅଭୟାରଣ୍ୟ ମଧ୍ୟରେ ମାଓବାଦୀ ବୈଠକ କରିବା ସହ ସରକାର, ପୋଲିସ, ବନ ବିଭାଗ ବିରୋଧରେ ବିଭିନ୍ନ କଥା କହି ଗଁା ଲୋକଙ୍କୁ ନିଜ ସଙ୍ଗଠନ ଆଡକୁ ଆକର୍ଷିତ କରିଥିଲେ। ସେହି ସମୟରେ ସେ ଘର ଛାଡ଼ି ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ଦିନରାତି ଘଞ୍ଚ ଜଙ୍ଗଲ ପାହାଡ଼ରେ ବୁଲିବା ସହିତ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରହିଥିଲେ। ଟିମ୍‌ ମୁଖ୍ୟ ସୁଶାନ୍ତ ଓ ଅନ୍ୟ ୩ ଝିଅଙ୍କ ସହ ତାଙ୍କୁ ମିଶାଇ ମୋଟ୍‌ ୧୦ ଜଣ ଗୋଟିଏ କ୍ୟାମ୍ପରେ ରହିଥିଲେ। ଦିନେ ଏସ୍‌ଓଜି ଓ ପୋଲିସ ସହିତ ମୁହାଁମୁହିଁ ହେବାରୁ ସେମାନେ ଅନ୍ୟ ଏକ ପାହାଡ଼କୁ ଖସି ଯାଇଥିଲେ। ମାଓବାଦୀ ସଙ୍ଗଠନରେ ମାସେ ରହିବା ପରେ ସେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ପୁରୁଷ ସାଥୀଙ୍କ ସହ ଲୁଚି ଚାଲିଆସି ଅନୁଗୋଳ ଡିଆଇଜି ଓ ତତ୍‌କାଳୀନ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ବେଳେ ତାଙ୍କୁ ସରକାରୀ ସହାୟତା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିଲା। ନିୟମ ଅନୁଯାୟୀ ୩ଲକ୍ଷ ୫୦ ହଜାର ଟଙ୍କା, ଅନୁଗୋଳ ସହରରେ ଜାଗା, ଘର ନିର୍ମାଣ ଓ ଚଳିବା ପାଇଁ କାମ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତାଙ୍କ ସହ ଆତ୍ମସମର୍ପଣ କରିଥିବା ପୁରୁଷ ସାଥୀଙ୍କୁ ମଧ୍ୟ ଛେଳିଆପଡା ରିଜର୍ଭ କ୍ୟାମ୍ପରେ ରଖାଯାଇଥିଲା। ୨୦୧୮ ଅକ୍ଟୋବର ୫ରେ ଗୋଟିଏ କିସ୍ତିରେ ୯୮ ହଜାର ଓ ଆଉ ଏକ କିସ୍ତିରେ ୫୦ ହଜାର ଏପରି ମୋଟ୍‌ ୧ ଲକ୍ଷ ୪୮ ହଜାର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। କିନ୍ତୁ ଏହା ପରଠୁ ଆଉ କୌଣସି ସହାୟତା ତାଙ୍କୁ ଏଯାଏ ମିଳିନାହିଁ। ଏପରି କି ଶିମିଳିପଡାଠରେ ସେ ଓ ତାଙ୍କ ପୁରୁଷ ସାଥୀ କରିଥିବା ଏକ ଚା ଦୋକାନକୁ ପୋଲିସ ପକ୍ଷରୁ ବନ୍ଦ କରି ଦିଆଯାଇଛି। ରୋଷେଇ କରି ଖାଇବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସାମଗ୍ରୀ ଯୋଗାଣ ବ୍ୟତୀତ ଆଉ କିଛି ସହାୟତା ଦିଆ ନ ଯିବାରୁ ସେ ବାଧ୍ୟ ହୋଇ ସପ୍ତାହେ ହେଲା ନିଜ ଗାଁକୁ ଫେରିଛନ୍ତି। ମା’ ବାପା ଗାଈ ଚରାଉଥିବା ବେଳେ ତାଙ୍କ ପରିବାରରେ ମୋଟ୍‌ ୧୦ ସଦସ୍ୟ ଅଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ସହରରେ ଜାଗା ଓ ଚଳିବା ପାଇଁ କାମ, ବକେୟା ଅର୍ଥ ପ୍ରଦାନ କରାଗଲେ ସେ ଉପକୃତ ହେବା ସହିତ ଏହା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତ ଆଡ଼କୁ ଆକର୍ଷିତ କରିପାରନ୍ତା ବୋଲି ଜଲି କହିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଜଲିଙ୍କୁ ଜାଗା, ଘର, ପାଠପଢ଼ା, ବିବାହ ଓ ହାତ ଖର୍ଚ୍ଚ ପାଇଁ ଦେଢଲକ୍ଷ ଟଙ୍କା ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ ୨୦୧୯ ଅକ୍ଟୋବର ଓ ୨୦୨୦ ଅକ୍ଟୋବରରେ ଆଉ ୫୦ ହଜାର ଲେଖାଏ ଏବଂ ୨୦୨୧ ଅକ୍ଟୋବରରେ ଆଉ ଏକ ଲକ୍ଷ ଟଙ୍କା ଦିଆଯିବ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କହିଛନ୍ତି, ଜଲିଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବା ପରେ ଯାହା କିଛି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri