ଆତଙ୍କବାଦ ଆକ୍ରମଣ ମାମଲାର ତଦନ୍ତକୁ ନେଇ ହେବ କର୍ମଶାଳା: ୩ରେ ଓଡ଼ିଶା ଆସିବେ ଏନ୍‌ଆଇଏ ଡିଜି

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଆତଙ୍କବାଦ ମାମଲାର ତଦନ୍ତ କିଭଳି କରାଯିବ ତାହାକୁ ନେଇ ପାଠ ପଢିବେ ଓଡ଼ିଶା ପୋଲିସ। ପୋଲିସ ଭବନରେ ଅନୁଷ୍ଠିତ ହେବ ଦିନିକିଆ କର୍ମଶାଳା। ଏନେଇ ଆସନ୍ତା ୩ ତାରିଖରେ ଓଡିଶା ଆସିବେ ନ୍ୟାଶନାଲ ଇନ୍‌ଭେଷ୍ଟିକେଶନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ଅଫିସର। ଏନ୍‌ଆଇଏ ଅଧିକାରୀମାନେ ଆତଙ୍କବାଦ କାର୍ଯ୍ୟକଳାପ ଓ ଏହାର ମାମଲା କିଭଳି ତଦନ୍ତ କରାଯିବ ସେନେଇ ଓଡିଶା ପୋଲିସକୁ ପ୍ରଶିକ୍ଷଣ ଦେବେ। ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡିଶା ରହିଛି। କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କ୍‌ରେ ଅବଦୁର୍‌ ରହମାନ ଏବଂ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି। ଏଦୃଷ୍ଟିରୁ କର୍ମଶାଳା ବହୁ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଓଡିଶାର ଐତିହ୍ୟ ଓ ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିହେବ ସେନେଇ ମଧ୍ୟ ବାଟ ବତାଇବେ ଅଧିକାରୀ। ଏହାସହ ପୋଲିସ ଏବଂ ଗୋଇନ୍ଦା ବିଭାଗ ସମନ୍ବୟରେ ତଥ୍ୟ ଆଦାନ ପ୍ରଦାନ କରାଯାଇ କାର୍ଯ୍ୟକରାଯିବ ତାହା ଉପରେ ପରାମର୍ଶ ଦେବେ। ବୈଠକରେ ପୋଲିସ ଡିଜି ବି.କେ ଶର୍ମା ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri