ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ ଇରାନ ଆଣବିକ ବୋମା ପ୍ରସ୍ତୁତ କରିବା ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଇରାକ ମାଟିରୁ ଆମେରିକା ସୈନ୍ୟଙ୍କୁ ହଟାଇବା ପାଇଁ ଏହାର ପାର୍ଲାମେଣ୍ଟରେ ପ୍ରସ୍ତାବ ଗୃହୀତ ହୋଇଛି। ଇରାକରୁ ଆମେରିକା ସୈନ୍ୟ ହଟିଲେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ପୁଣିଥରେ ସକ୍ରିୟ ହୋଇଉଠିବେ ଏବଂ ମଧ୍ୟପ୍ରାଚ୍ୟ ବିପଜ୍ଜନକ ଓ ଅସ୍ଥିର ହୋଇଉଠିବ ବୋଲି ଆଶଙ୍କା କରାଯାଉଛି। ଆଣବିକ କଟକଣାକୁ ମାନିବ ନାହିଁ ବୋଲି ରାଷ୍ଟ୍ରପତି ହସନ ରୁହାନିଙ୍କ ପ୍ରଶାସନ ଘୋଷଣା କରିଥିବା ଏକ ଟିଭି ରିପୋର୍ଟରେ କୁହାଯାଇଛି।
ଅନ୍ୟପକ୍ଷରେ, ଆମେରିକା ତା’ର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ପାଇଁ ଇରାକ ପାର୍ଲାମେଣ୍ଟ ଆହ୍ବାନ ଦେଇଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଇରାକ ଉପରେ ବଡ଼ କଟକଣା ଜାରି କରିବାକୁ ସେ ଧମକ ଦେଇଛନ୍ତି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଅନ୍ତର୍ଜାତୀୟ ମେଣ୍ଟର ଅଂଶସ୍ବରୂପ ଇରାକରେ ଆମେରିକାର ୫୦୦୦ରୁ ଅଧିକ ସୈନ୍ୟ ରହିଛନ୍ତି। ଗତ ଶୁକ୍ରବାର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ଅଲ୍‌-କୁଦ୍‌ସ ବାହିନୀର ମୁଖ୍ୟ ସୋଲେମାନୀ ନିହତ ହୋଇଥିଲେ। ଏହି ଆକ୍ରମଣରେ ଇରାକ ର ହାଶେଦ ଅଲ-ଶାବି ଅର୍ଦ୍ଧସାମରିକ ବଳର ଉପମୁଖ୍ୟ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଇରାକ ପାର୍ଲାମେଣ୍ଟରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ପ୍ରଶ୍ନ ହେବାରୁ ଟ୍ରମ୍ପ୍‌ କହିଥିଲେ, ଇରାକରେ ଆମେରିକା ଏୟାରବେସ୍‌ ନିର୍ମାଣରେ ଯେଉଁ ଅର୍ଥ ବିନିଯୋଗ କରିଛି, ତାହା ଫେରି ନ ପାଇବା ପର୍ଯ୍ୟନ୍ତ ବାଗଦାଦ ଛାଡିବାର ପ୍ରଶ୍ନ ଉଠୁନାହିଁ। ଉପସାଗରୀୟ ଦେଶରୁ କୌଣସି ବିରୋଧର ସମ୍ମୁଖୀନ ହେଲେ ଇରାକ ଉପରେ ବଡ଼ କଟକଣା ଲାଗୁ ହେବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri