ଆଡ଼ିବନ୍ଧ ପାଇଁ ତାଳଦଣ୍ଡା କେନାଲରେ ଜଳ ପ୍ରବାହ ବାଧାପ୍ରାପ୍ତ

ପାରାଦୀପ,୧୩।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ବିଭିନ୍ନ କାରଣରୁ ସଙ୍କୁଚିତ ଓ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ କେନାଲର ଜଳଧାରଣ କ୍ଷମତା ୧୧ କ୍ୟୁସେକରୁ ହ୍ରାସପାଇ ୩ କ୍ୟୁସେକରେ ପହଞ୍ଚତ୍ଲାଣି। ଏବେ କେନାଲର ଏକାଧିକ ସ୍ଥାନରେ ଆଡିବନ୍ଧ ନିର୍ମାଣ କରାଯାଇ ଜଳ ପ୍ରବାହ ବନ୍ଦ କରାଯାଇଥିବା ଦେଖିବାକୁ ମିଳୁଛି। ୧୬ ନଂ. ଜୋନ୍‌ ଭୂତମୁଣ୍ଡାଇ ପାଖରେ ଏପରି ଏକ ଆଡ଼ିବନ୍ଧ ରହିଛି। ଏକ ଠିକାସଂସ୍ଥାର ନିର୍ମାଣ କାମ କେନାଲର ମହାନଦୀ ପାର୍ଶ୍ୱରେ ଚାଲିଥିବାରୁ ସେହି ସଂସ୍ଥା ଆଡିବନ୍ଧ କରି ସେଥିରେ ଗାଡ଼ି ଚଳାଚଳ କରୁଛି। ପାଣି ଯିବା ପାଇଁ ଆଡିବନ୍ଧ ମଝିରେ ଏକ ସିମେଣ୍ଟ ପାଇପ ବସାଯାଇଛି। ୮୦କିମି କେନାଲର ଏକାଧିକ ସ୍ଥାନରେ ଏଭଳି ଆଡିବନ୍ଧ ରହିଥିବା ଦେଖିବାକୁ ମିଳୁଛି। ଯେଉଁ ସ୍ଥାନରେ ଆଡିବନ୍ଧ ହେଉଛି କାମ ପରେ ତାହାକୁ ତଡ଼ା ନ ଯାଇ କେନାଲ ମଧ୍ୟରେ ମାଟିବାଲି ଖେଳାଇ ଦିଆଯାଉଛି। ଫଳରେ କେନାଲଟି ପୋତି ହୋଇଯାଉଛି। ଆଡିବନ୍ଧ ଯୋଗୁ ପାଣିରେ ଦଳ ଜମିରହି ପଚି ଦୁର୍ଗନ୍ଧ ହେଉଛି। ଏହାବାଦ କେନାଲ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ବୁଲା ପଶୁ ଓ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଲେ ଲୋକେ କେନାଲରେ ଆଣି ପକାଇ ଦେଉଛନ୍ତି। ତେଣୁ ତାଳଦଣ୍ଡା କେନାଲ ପାଣି ଗାଧୋଇବା ଓ ପିଇବା ଅନୁପଯୋଗୀ ହୋଇଗଲାଣି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକାଧିକଥର ପରୀକ୍ଷା ପରେ ଘୋଷଣା କରାଯାଇଛି। ଆଡିବନ୍ଧ ପ୍ରସଙ୍ଗରେ ତାଳଦଣ୍ଡା କେନାଲ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ ଯେଉଁ ସ୍ଥାନରେ ଆଡିବନ୍ଧ କରାଯାଇଛି ତାହା ସାମୟିକ। ଠିକାସଂସ୍ଥା କାମ ସରିବା ପରେ ତାହା ଭଙ୍ଗାଯିବ। ସେହିପରି ପ୍ରଦୂଷଣ ସମ୍ପର୍କରେ ସେ କହିଛନ୍ତି ଯେ, ଲୋକାମାନେ ହିଁ ଏଭଳି ପ୍ରଦୂଷଣ କରୁଛନ୍ତି। ଏହାର ଯାଞ୍ଚ କରିବାକୁ ଆମ ପାଖରେ କର୍ମଚାରୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।…

ଫେରି ଆସିଲା ରୋଷେଇ ଗ୍ୟାସର ପୁରୁଣା ଦିନ! ବୁକିଂ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ସମାନ ଭୟ: ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ ମହଙ୍ଗା…

ମା’ଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କଲେ ପୁଅ: ସାରା ରାତି ରହିବା ପରେ ଘଟିଲା…

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀର ବୁରାରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୬ ବର୍ଷୀୟ ପୁଅ ନିଶାଗ୍ରସ୍ତ ଅବସ୍ଥାରେ ନିଜ ୭୦ ବର୍ଷୀୟା ବୃଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri