ଆଡମିଟ୍‌ କାର୍ଡ ନ ପାଇ ଛାତ୍ରୀ ନିରାଶ

ଜଗତ୍‌ସିଂହପୁର ଅଫିସ୍‌, ୧୮ା୨: ରାତି ପାହିଲେ ମାଟ୍ରିକ ପରୀକ୍ଷା। କିନ୍ତୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଏହି ପରୀକ୍ଷା ଦେବାର ବଞ୍ଚତ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଥିଲା। ସୌଭାଗ୍ୟ ଛାତ୍ରଙ୍କୁ ଆଡମିଟ୍‌ କାର୍ଡ ମିଳିଯାଇଥିବା ବେଳେ ଛାତ୍ରୀ ନିରାଶ ହୋଇଛନ୍ତି। ପରୀକ୍ଷା ଦେଇ ନ ପାରିବା ଜାଣି ଛାତ୍ରୀ ମାନସିକ ଭାରସାମ୍ୟ ହରାଇ ସୋମବାର ସକାଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସେ ସମ୍ଭାବ୍ୟ ପରିସ୍ଥିତିରୁ ମୁକୁଳି ଯାଇଛନ୍ତି। ଏହି ଘଟଣା ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଏରସମା ବ୍ଲକ ଅନ୍ତର୍ଗତ ବିଶନପୁରସ୍ଥିତ ବ୍ରଜକିଶୋର ସାତମୌଜୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଥିବା ଜଣାଯାଇଥିଲା। ସେ ଫର୍ମ ପୂରଣ କରିଥିଲେ ସୁଦ୍ଧା ସମାନ ନାମଧାରୀ ଅନ୍ୟ ଜଣେ ବିଶ୍ୱଜିତଙ୍କ ନାମରେ ଆଡମିଟ୍‌ କାର୍ଡ ପ୍ରସ୍ତୁତ ହୋଇ ଯାଇଥିବାରୁ ଅଡୁଆ ବଢିଥିଲା। ଏ ପରିସ୍ଥିତିରେ ପ୍ରକୃତ ପରୀକ୍ଷା ଦେବାକୁ ଥିବା ଅଭିରାମ ଦାସ ଓ ସୁମିତ୍ରା ଦାସଙ୍କ ପୁଅ ବିଶ୍ୱଜିତ ଚିନ୍ତାରେ ପଡି ଯାଇଥିଲେ। ତେବେ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ପୁରସ୍ତମ ଦାସ ଓ ମମତା ଦାସଙ୍କ ପୁଅ ବିଶ୍ୱଜିତ ଏହି ବିଦ୍ୟାଳୟରେ ୯ମ ଯାଏ ପଢି ପାଠରେ ଡୋରି ଲଗାଇ ଦେଇଛନ୍ତି। ସେ ଏବେ ଚେନ୍ନାଇରେ ରହୁଛନ୍ତି। କିନ୍ତୁ ତାଙ୍କ ନାମରେ ଆଡମିଟ୍‌ କାର୍ଡ ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ଅଭିରାମ ଅଭିଯୋଗ କଲାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଭିରାମ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ପରାମର୍ଶ ଲୋଡିଥିଲେ। ବୋର୍ଡ ଯାଇ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଅଭିଯୋଗ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଡିଇଓ ପରାମର୍ଶ ଦେଇଥିଲେ। ଏହି ଅନୁଯାୟୀ ଅଭିରାମ ଓ ପ୍ରଧାନଶିକ୍ଷକ ସୋମବାର ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କୁ ସାକ୍ଷାତ କରି ସବୁକଥା କହିଲା ପରେ ସମସ୍ୟାର ସମାଧାନ ହୋଇପାରିଛି। ଭୁଲରେ ଛପା ଯାଇଥିବା ଆଡମିଟ୍‌ କାର୍ଡକୁ ରଦ୍ଦ କରାଯିବା ସହ ପ୍ରକୃତ ପାଇବାକୁ ଥିବା ବିଶ୍ୱଜିତଙ୍କୁ ନୂଆ ଆଡମିଟ୍‌ କାର୍ଡ ଦିଆଯାଇଛି। ଏଣିକି ସେ ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ସୂଚନା ଦେଇଛନ୍ତି। କିନ୍ତୁ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଚିନ୍ଦା ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଫର୍ମ ପୂରଣ କରିଥିଲେ ସୁଦ୍ଧା ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବା ସମ୍ଭାବନା ରହିଛି। ଏକଥା ଜାଣିବା ପରେ ସମ୍ପୃକ୍ତ ଛାତ୍ରୀ ସୋମବାର ସକାଳେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ବୁଝାଶୁଝା କରି ପ୍ରସଙ୍ଗ ପ୍ରଘଟ ନ କରିବା ପାଇଁ ଚାପ ପକାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ମହାନ୍ତିଙ୍କୁ ପଚାରିବାରୁ ସେ ଛାତ୍ରୀଙ୍କ ନାମ ପ୍ରକାଶ ନ କରି କହିଥିଲେ, ଛାତ୍ରୀଙ୍କ ଉପସ୍ଥାନ ହାର ମାତ୍ର ୫୨% ଥିଲା, ଯେଉଁ କାରଣରୁ ସେ ମାଟ୍ରିକ ପରୀକ୍ଷା ଦେବାପାଇଁ ଯୋଗ୍ୟ ହେଲେନାହିଁ। ହେଲେ କମ ଉପସ୍ଥାନ ହାର ଯୋଗୁ ଯଦି ସେ ପରୀକ୍ଷାରୁ ବଞ୍ଚତ୍ତ ହେବା କଥା, ତେବେ ତାଙ୍କ ଫର୍ମ ପୂରଣ କିପରି ହୋଇଥିଲା ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ। ଏପରି କି ଅଧିକ ଉତ୍ତର ଦେବା ପୂର୍ବରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇ ଯାଇଥିଲା। ସଙ୍ଗେସଙ୍ଗେ ଆମେ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା ଉପରେ ଉତ୍ତର ଚାହିଁଥିଲୁ। ସେ ମଧ୍ୟ ପ୍ରଧାନଶିକ୍ଷକଙ୍କ ମୋବାଇଲ ବନ୍ଦ ଥିବା ସମ୍ପର୍କରେ ଅନୁରୂପ ଉତ୍ତର ଦେଇଥିଲେ। ତେବେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ହେବ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ତ୍ରୁଟି କରିଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri