Posted inଖେଳ

ସୋମବାରଠାରୁ ଭାରତୀୟ କୋଚ୍‌ଙ୍କ ପାଇଁ ଲିବେଲ ୧ କୋର୍ସ ଆରମ୍ଭ ହେବ

ନୂଆଦିଲ୍ଲୀ,୧୦।୫ (ପି.ଟି.): ହକି ଇଣ୍ଡିଆ ଭାରତୀୟ କୋଚ୍‌ମାନଙ୍କ ପାଇଁ ଲିବେଲ୧ କୋର୍ସ ସୋମବାରଠାରୁ ଆୟୋଜନ କରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସହ ମିଳିତ ଭାବେ ହକି ଇଣ୍ଡିଆ ଏହି କୋର୍ସର ଆୟୋଜନ କରିବାକୁ ଯାଉଛି। ଏଫ୍‌ଆଇଏଚ୍‌ ଏଡୁକେଟର୍ସମାନଙ୍କ ଦ୍ୱାରା ଏହି ଅନ୍‌ଲାଇନ୍‌ କୋର୍ସ ସଂଚାଳନ ହେବ। ଯେଉଁ କୋଚ୍‌ମାନେ ହକି ଇଣ୍ଡିଆ ଲିବେଲ ୨ କୋଚ୍‌ ସାର୍ଟିଫିକେଟ ହାସଲ କରିଛନ୍ତ ସେମାନେ ଏହି କୋର୍ସରେ ଅଂଶଗ୍ରହଣ କରିବାକୁ ପାଇଁ ଯୋଗ୍ୟ ବିବେଚିତ ହେବେ।
ଏହି ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ କୋଚିଂ ଏଜୁକେଶନ ପାଥଓ୍ବେ ଲିବେଲ ୧ କୋଚିଂ କୋର୍ସ ପାଇଁ ମୋଟ ଉପରେ ୯ ଜଣଙ୍କୁ ଚୟନ କରାଯାଇଛି। ଏହି କୋର୍ସ ମେ ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ ବୋଳି ହକି ଇଣ୍ଡିଆ ତରଫରୁ କୁହାଯାଇଛି। କୋର୍ସ ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଏଫ୍‌ଆଇଏଚ୍‌ ଲିବେଲ ୧ କୋଚ ସାର୍ଟିଫିକେଟ ପ୍ରଦାନ କରାଯିବ। ଭାରତରେ ହକି ଇଣ୍ଡିଆ କୋଚିଂ ଏଜୁକେଶନ ପାଥ୍‌ଓ୍ବେ କୋଚିଂ କୋର୍ସ ତ୍ରୁଟି ହୀନ ରହିଛି। ତେଣୁ ଡେରି ନ କରି ଏଫ୍‌ଆଇଏଚ୍‌ ଏକାଡେମୀ ଲିବେଲ ୧ କୋଚିଂ କୋର୍ସକୁ ଆରମ୍ଭ କରାଯିବା ଆବଶ୍ୟକ ମେମ୍ବରଶିପ୍‌ ଏଜୁକେଶନ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟ ମାଇକ୍‌ ଜୋଏସ କହିଛନ୍ତି।
ବିଶ୍ୱର ସବୁ ଶ୍ରେଷ୍ଠ ହକି ଖେଳୁଥିବା ଦେଶଗୁଡିକରେ କାର୍ଯ୍ୟ କରିବାର ଆବଶ୍ୟକାକୁ ଏଫ୍‌ଆଇଏଚ୍‌ ଗୁରୁତ୍ୱ ଦେଉଛି। ‘ହକି ୪ଲାଇଫ୍‌’ର ୪ଟି ସ୍ତମ୍ବ ମଧ୍ୟରୁ ଏଜୁକେଶନ ହେଉଛି ଅନ୍ୟତମ ଓ ଏହା ଗ୍ଲୋବାଲ ଡେଭଲପମେଣ୍ଟ ପ୍ରୋଗ୍ରାମର ଅଂଶବିଶେଷ।
ଲକ୍‌ଡାଉନ୍‌ରେ ଭାରତୀୟ କୋଚ୍‌ମାନେ ସମୟର ସଦ୍‌ଉପଯୋଗ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଏହି କୋର୍ସ ଦ୍ୱାରା ଭାରତୀୟ କୋଚ୍‌ମାନେ ଆହୁରି ଦକ୍ଷ ହୋଇପାରିବେ ଓ ମ୍ୟାଚ୍‌ ପରିଚାଳନାରେ ସିଦ୍ଧହସ୍ତ ହୋଇପାରିବେ ବୋଲି ମୁସ୍ତାକ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri