ଆଜି ହାଓଡି ମୋଦି କାର୍ଯ୍ୟକ୍ରମ

ହ୍ୟୁଷ୍ଟନ୍‌,୨୨ା୯(ଆଇଏଏନ୍‌ଏସ୍‌): ଆମେରିକାର ଟେକ୍ସାସ୍‌ ପ୍ରଦେଶ ଅନ୍ତର୍ଗତ ହ୍ୟୁଷ୍ଟନ୍‌ ସହରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅନୁଷ୍ଠିତ ହେବ ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ଶନିବାର ରାତିରେ ହ୍ୟୁଷ୍ଟନ୍‌ରେ ପହଞ୍ଚିଛନ୍ତି। ୩ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟଙ୍କ ସମେତ ୫୦ ହଜାର ଉତ୍ସାହୀ ପ୍ରବାସୀ ଭାରତୀୟ ଯୋଗଦେଇ ତାଙ୍କୁ ଅଭିନନ୍ଦନ ଜଣାଇବେ। ମୋଦିଙ୍କୁ ସ୍ବାଗତ କରିବା ଲାଗି ହ୍ୟୁଷ୍ଟନ୍‌ରେ ଜୋରଦାର ପ୍ରସ୍ତୁତି ଚାଲିଛି।
ଇଣ୍ଡିଆ ଫୋରମ୍‌ (ଟିଆଇଏଫ୍‌) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନ୍‌ଆର୍‌ଜି ଫୁଟ୍‌ବଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଐତିହାସିକ କାର୍ଯ୍ୟକ୍ରମରେ ୧୦୦୦ରୁ ଊର୍ଦ୍ଧ୍ୱ ଗୁଜରାଟୀ ଯୋଗଦେଇ ଦାଣ୍ଡିଆ ନୃତ୍ୟ ପରିବେଷଣ କରିବେ। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଜଣେ ରାଷ୍ଟ୍ର ମୁଖ୍ୟଙ୍କ ପାଇଁ ଏହା ସର୍ବବୃହତ କାର୍ଯ୍ୟକ୍ରମ। ଆମେରିକାରେ ଏଭଳି କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ ବୋଲି ଟିଆଇଏଫ୍‌ ମୁଖପାତ୍ର ଗିତେଶ ଦେଶାଇ କହିଛନ୍ତି। ଏହି ମେଗା ଶୋ’ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ, ଯାହାର ଶୀର୍ଷକ ରହିଛି ‘ଓ୍ବଭନ’। ଭାରତୀୟ ଆମେରିକୀୟ ସମ୍ପ୍ରଦାୟ କିପରି ଆମେରିକାର ଅଂଶ ପାଲଟିଲେ ତାହା ଏଥିରେ ପ୍ରଦର୍ଶିତ ହେବ। ଅଂଶଗ୍ରହଣକାରୀ କଳାକାରମାନଙ୍କୁ ନେବା ଆଣିବା ପାଇଁ ଶତାଧିକ ବସ୍‌ ନିୟୋଜିତ ହୋଇଛି।
ହାଓଡି ମୋଦି କାର୍ଯ୍ୟକ୍ରମ ପୂର୍ବରୁ ଶୁକ୍ରବାର ହ୍ୟୁଷ୍ଟନରେ ଏକ କାର ରାଲି ଆୟୋଜିତ ହୋଇଥିଲା। ମୋଦିଙ୍କ ଗସ୍ତ ପୂର୍ବରୁ ସେଠାରେ ଇମେଲ୍ଡା ଘୂର୍ଣ୍ଣିଝଡ଼ଜନିତ ପ୍ରବଳ ବର୍ଷା ହୋଇଥିଲା। ହ୍ୟୁଷ୍ଟନ୍‌ର ଅନେକ ଅଞ୍ଚଳ ବନ୍ୟାପ୍ଳାବିତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri